ETV Bharat / state

Early Elections Speculations: ପୁଣି ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା; ସେପ୍ଟେମ୍ବର 13ରେ ଓଡ଼ିଶା ଆସିବେ ECI ଟିମ୍

author img

By ETV Bharat Odisha Team

Published : Aug 29, 2023, 8:11 PM IST

CEOଙ୍କ ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର 13 ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇର ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଆଗୁଆ କି ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ତାହା ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ସେପ୍ଟେମ୍ବର 13ରେ ଓଡିଶା ଆସିବେ ଇସିଆଇ ଅଧିକାରୀ
ସେପ୍ଟେମ୍ବର 13ରେ ଓଡିଶା ଆସିବେ ଇସିଆଇ ଅଧିକାରୀ

ସେପ୍ଟେମ୍ବର 13ରେ ଓଡିଶା ଆସିବେ ଇସିଆଇ ଅଧିକାରୀ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଲାଗି ରହିଛି ଆଗୁଆ ନିର୍ବାଚନ ଚର୍ଚ୍ଚା । ଆସନ୍ତା ଡିସେମ୍ବରରେ ସାରା ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ନହେଲେ ଅନ୍ୟ 5 ରାଜ୍ୟ ସହ ଓଡିଶାରେ ହୋଇପାରେ ନିର୍ବାଚନ । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା CEO ନିକୁଞ୍ଜ ବିହାରୀ ଧଳ । ଆସନ୍ତା ସେପ୍ଟେମ୍ବର 13 ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇ ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ସେପଟେ ନିର୍ବାଚନ ନେଇ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟର ରାଜନୈତିକ ଦଳ ।

ଏହାବି ପଢନ୍ତୁ- ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲା ସିଇଓଙ୍କ କାର୍ଯ୍ୟାଳୟ

CEOଙ୍କ ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର 13 ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇର ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଆଗୁଆ କି ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ତାହା ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ । କିନ୍ତୁ ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ ପହଞ୍ଚି ସାରିଛି । 9 ଟି ଜିଲ୍ଲାର ପାଇଁ ଭିଭିପାଟ ବି ପହଞ୍ଚି ସାରିଛି । ଆଉ 21 ଜିଲ୍ଲା ପାଇଁ ଭିଭିପାଟ ମଧ୍ୟ ଆସିବା ପ୍ରକ୍ରିୟା ଜାରି ରହିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ ଓ ଭିଭିପାଟ ହେବ ଯାଞ୍ଚ । ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ନିର୍ବାଚନ ନେଇ ଏହା ଏକ ପ୍ରକ୍ରିୟା । ତେବେ ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନାହିଁ ।

ଏହାବି ପଢନ୍ତୁ- Odisha Assembly Elections: ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନେଲା ଏହି ପଦକ୍ଷେପ...

ସେପଟେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, ନିର୍ବାଚନ ଓ ବିଜୁ ଜନତା ଦଳକୁ ନେଇ ଓଡ଼ିଶାବାସୀଙ୍କ ଅନୁଭବ ରହିଛି । ବିଜୁ ଜନତା ଦଳ ସଂଗଠନ ଦୃଷ୍ଟିରୁ ଓ ବିକାଶକୁ ଆଖି ଆଗରେ ରଖି ସବୁବେଳେ ପ୍ରସ୍ତୁତ ଥାଏ । ଯେତେବେଳେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ଅଛୁ । ଆଗୁଆ ହେଉ ଅବା ଠିକ ସମୟରେ ନିର୍ବାଚନ ହେଉ । ଦଳର ରାଜ୍ୟର ଜନସାଧାରଣଙ୍କ ପ୍ରତି ବିଶ୍ଵାସ ରହିଛି । ନିର୍ବାଚନକୁ ନେଇ ବିଜେଡି ପ୍ଲାନ କରିବାର କିଛି ନାହିଁ । ଯାହା ହେବ ନୀତି ନିୟମ ଭିତରେ ହେବ । ଆଗୁଆ ନିର୍ବାଚନ ନହୋଇ ପଛରେ ହେଲେ ବି ରାଜ୍ୟରେ ବିଜେଡି ଛଡା ବିକଳ୍ପ କିଛି ନାହିଁ । ତେଣୁ ଜନସାଧାରଣଙ୍କ ପ୍ରତି ବିଜେଡିର ବିଶ୍ବାସ ରହିଛି ।

ଏହାବି ପଢନ୍ତୁ- Early Assembly Elections: କେବେ ହେବ ଓଡିଶାରେ ବିଧାନସଭା ନିର୍ବାଚନ ?

ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆସନ୍ତା ନିର୍ବାଚନକୁ ନେଇ ବିଜେପି ସଂଗଠନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହା ଏକ ନିରନ୍ତର ପ୍ରକ୍ରିୟା । ସଂଗଠନ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ବିଧାୟକ ଭାବେ ମୁଁ କହିବି କି ବିଧାନସଭା ନୋଟିଫିକିଶନ ହେଲେ ସ୍ପଷ୍ଟ ହେବ । ବୁଥରୁ ଆରମ୍ଭ କରି ମଣ୍ଡଳ ସ୍ତରରେ ବିଜେପି ସମ୍ପୂର୍ଣ ପ୍ରସ୍ତୁତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.