ବିଇଓ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

author img

By

Published : Aug 30, 2022, 7:01 PM IST

ବିଇଓ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଶିକ୍ଷକଙ୍କ ଏରିଅର୍ ପେ କ୍ଲିଅର ପାଇଁ ବିଇଓ ମାଗିଥିଲେ ଲାଞ୍ଚ । ଧରିନେଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

ଘଟଗାଁ : ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରା । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଡିଏସପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ବରେ ତିନିଜଣ ଇନିସ୍ପେକ୍ଟର ମିଳିତ ଭାବେ ଚଢ଼ଉ କରିଥିଲେ ।

ବିଇଓ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ମିଳିଥିବା ସୂଚନା ଅନୁଯାୟୀ ବିଇଓ ଅଭୟ ବେହେରା ଶିକ୍ଷକଙ୍କ ଏରିଅର୍ ପେ କ୍ଲିଅର ପାଇଁ ଲାଞ୍ଚ ମାଗିଥିଲେ । ୨୦୧୫ ବ୍ୟାଚର ୩୩ ଜଣ ଶିକ୍ଷକଙ୍କ ଏରିଅର୍ ପେ କ୍ଲିଅର ପାଇଁ ୯୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ପ୍ରତ୍ୟେକ ୬୦ହଜାର ଟଙ୍କା ଦେବା ପାଇଁ ଡିଲ୍ ଫାଇନାଲ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ସଂପୃକ୍ତ ଶିକ୍ଷକ ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ଘଟଣାସ୍ଥଳରେ ଛକି ରହିଥିଲା । ଆଜି ଜଣେ ସହକାରୀ ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ଠାରୁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଥିଲା । ଏହାସହ କେମିକାଲ ବୋଳା ହୋଇଥିବା ଲାଞ୍ଚ ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ । ଏହି ଘଟଣା ପରେ ଘଟଗାଁ ବିଇଓଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନ ଓ ପୈତୃକ ଗାଁରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍ । ବିଇଓଙ୍କ ଆୟ ବହିର୍ଭୁତ ସଂପତ୍ତିକୁ ନେଇ ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍ ।

ସୂଚନା ଥାଉକି, ଗତ ଫେବୃଆରୀ ରୁ ଜୁନ ମାସ ମଧ୍ୟରେ ଗଜପତି ଜିଲ୍ଲାର ବିଇଓ ବ୍ରଜ କୁମାର ନାୟକ ଏବଂ ବରଗଡ଼ ଜିଲ୍ଲାର ବିଇଓ ରଞ୍ଜିତ ଭୋଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ । ଗତ ୧୧ ଫେବୃଆରୀ ୨୦୨୨ରେ ଗଜପତି ଜିଲ୍ଲାର ବିଇଓ ବ୍ରଜ କୁମାର ନାୟକ ଜଣେ ଶିକ୍ଷକଙ୍କ ଠାରୁ ପ୍ରାୟ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଟଙ୍କା ନେଉଥିବା ବେଳେ ଗିରଫ କରିଥିଲେ । ଏହାସହ ନୁଆଗଡ କାର୍ଯ୍ୟାଳୟ ଏବଂ ପାରଳାଖେମୁଣ୍ଡି ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଥିଲେ । ସେହିପରି ଗତ ୯ ଜୁନ ୨୦୨୨ରେ ବରଗଡ ଜିଲ୍ଲା ଶିକ୍ଷା ବିଭାଗର ଝାରବନ୍ଧ ବିଇଓ ରଞ୍ଜିତ ଭୋଇ ଜନୈକ ଶିକ୍ଷକଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ କିଛି ଦିନ ତଳେ ଡୁଙ୍ଗୁରିପାଲି ବିଦ୍ୟାଳୟର 5 ଜଣ ଶିକ୍ଷକଙ୍କ ଦରମାକୁ କୌଣସି କାରଣ ଦେଖାଇ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ସେହି ଦରମାକୁ ବନ୍ଦ ନକରିବା ପାଇଁ ଶିକ୍ଷକ ମାନଙ୍କଠାରୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ ।

ଇଟିଭି ଭାରତ, ଘଟଗାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.