ପୂର୍ବତନ ପାଟଣା ବିଧାୟକ ରାମରାୟଙ୍କ ପରଲୋକ, ଶୋକ ଜଣାଇଲେ ନବୀନ-ଧର୍ମେନ୍ଦ୍ର

author img

By

Published : Sep 18, 2021, 5:40 PM IST

former patana mla ramrai munda passes away

ପରଲୋକରେ ପୂର୍ବତନ ପଟଣା ବିଧାୟକ ରାମରାୟ ମୁଣ୍ଡା । ୧୯୬୭ ମହିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପରଲୋକରେ ପୂର୍ବତନ ପଟଣା ବିଧାୟକ ରାମରାୟ ମୁଣ୍ଡା । ଶନିବାର ୮୫ ବର୍ଷ ବୟସରେ ପୂର୍ବତନ ପାଟଣା ବିଧାୟକ ରାମରାୟ ମୁଣ୍ଡାଙ୍କ ପରଲୋକ ହୋଇଯାଇଛି । ତାଙ୍କ ପରୋଲକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

ପୂର୍ବତନ ପାଟଣା ବିଧାୟକ ରାମରାୟଙ୍କ ପରଲୋକ, ଶୋକ ଜଣାଇଲେ ନବୀନ-ଧର୍ମେନ୍ଦ୍ର

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଆଜି ୮୫ ବର୍ଷ ବୟସରେ ଚାକୁଣ୍ଡାପାଳ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ରାମରାଇ ମୁଣ୍ଡା ୧୯୬୭ ମହିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଡକ୍ଟର ହରେକୃଷ୍ଣ ମହତାବ, ବିନାୟକ ଆଚାର୍ଯ୍ୟ, ଗିରିଧର ଗମାଙ୍ଗୋ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଆଦି ତାଙ୍କ ସମୟରେ ବିଧାୟକ ଥିଲେ । ସେତେବେଳେ ସେ ସାଇକେଲରେ ଗାଁକୁ ଗାଁ ବୁଲି ନିସ୍ବାର୍ଥପର ଭାବେ ଲୋକମାନଙ୍କର ସେବା କରୁଥିଲେ । ଜଣେ ଦୁର୍ନୀତିମୁକ୍ତ ବିଧାୟକ ଭାବେ ତାଙ୍କର ପ୍ରସିଦ୍ଧି ରହିଥିଲା । ସେ ଗତ କିଛି ଦିନ ହେଲା ଆର୍ଥିକ ଅନଟନ ମଧ୍ୟରେ ଚିକିତ୍ସାଧୀନ ଥିଲେ । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଗ୍ରାମ ନିକଟରେ କରାଯିବ ବୋଲି ପରିବାର ଲୋକେ କହିଛନ୍ତି ।

ସେପଟେ ସ୍ବର୍ଗତ ରାମରାୟ ମୁଣ୍ଡାଙ୍କ ମୃତ୍ୟୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସେବା ଓ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇଛନ୍ତି ।

  • ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ ସେବା ଓ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) September 18, 2021 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କ ଵିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜନପ୍ରତିନିଧି ଭାବେ କେନ୍ଦୁଝର ଜିଲ୍ଲା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ।

  • କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କ ଵିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜନପ୍ରତିନିଧି ଭାବେ କେନ୍ଦୁଝର ଜିଲ୍ଲା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

    — Dharmendra Pradhan (@dpradhanbjp) September 18, 2021 " class="align-text-top noRightClick twitterSection" data=" ">

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.