ETV Bharat / state

ନବଜାତ ଶିଶୁର ମୃତଦେହ ଖାଇଲା କୁକୁର

author img

By

Published : Jan 28, 2023, 10:50 PM IST

ନବଜାତ ଶିଶୁକୁ ଖାଇଦେଲା କୁକୁର । ହସ୍ପିଟାଲ ପରିସରରେ ଏଦୃଶ୍ୟ ଦେଖି ବ୍ୟଥିତ ହେଲେ ଲୋକେ । ଅଧିକ ପଢ଼ନ୍ତୁ

Dog eat newborn child
ଶିଶୁର ମୃତଦେହ ଖାଇଲା କୁକୁର

ଶିଶୁର ମୃତଦେହ ଖାଇଲା କୁକୁର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁର ଝୁଣିଝୁଣି ଖାଉଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଏହାକୁ ଦେଖି ବ୍ୟଥିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ ।

ଲୋକେ କୁକୁରକୁ ଘଉଡ଼ାଇବାକୁ ଅନେକ ଚେଷ୍ଟା କରିଥିଲେ । ହେଲେ ଭୋକିଲା କୁକୁର ଶିଶୁକୁ ଛାଡ଼ି ଯାଇନଥିଲା । କୁକୁରଟି ଶିଶୁର ମୁଣ୍ଡକୁ ଶରୀରରୁ ଛିଣ୍ଡାଇ ଦେଇଛି । ଏପରିକି ପିଲାର ଆଖିକୁ ଖାଇ ଦେଇଛି କୁକୁର । ଏନେଇ ସିଡିଏମଓ ଡାକ୍ତର କେସି ପୃଷ୍ଟିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଗତ ୨୬ ତାରିଖ ଦିନ ଜଣେ ମହିଳା ଏଠାରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ଏହାପରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ସେ ବୋଧ ହୁଏ ଆହାର କେନ୍ଦ୍ର ନିକଟରେ ଫିଙ୍ଗି ଚାଲି ଯାଇଛନ୍ତି । ଆଜି ଏକ କୁକୁର ଶିଶୁକୁ ଟାଣି ଆଣି ଖାଉଥିବା ଖବର ମିଳିଛି ବୋଲି ସିଡିଏମଓ ପ୍ରକାଶ କରିଛନ୍ତି । ଏନେଇ ତଦନ୍ତ କରାଯିବ ।

ମେଡିକାଲରେ ନବଜାତ ଶିଶୁର ମୃତଦେହ କୁକୁର ଖାଇବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ମୃତ ଶିଶୁ ଜନ୍ମ ହେଲେ କିମ୍ବା ଜନ୍ମ ପରେ ଶିଶୁର ମୃତ୍ୟୁ ଘଟିଲେ ଅଭିଭାବକ ମୃତଦେହକୁ ନପୋତି ଏଣେତେଣେ ଫୋପାଡ଼ି ଦେଇଥାନ୍ତି । ଏପରିକି ମେଡିକାଲରେ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିବା ପରେ ଯଦି ପରିବାରବର୍ଗ ମୃତଦେହକୁ ନେବାକୁ ଇଚ୍ଛା କରନ୍ତି ନାହିଁ ତେବେ ମେଡିକାଲ ତରଫରୁ ମୃତଦେହକୁ ମଧ୍ୟ ପୋତି ଦିଆଯାଏ । ଏଥିପାଇଁ ପରିବାରବର୍ଗ ଲିଖିତ ଆକାରରେ ଜଣାଇଥାନ୍ତି । ସେହି ମୃତଦେହକୁ ମେଡିକାଲ ବର୍ଜ୍ୟବସ୍ତୁ ପ୍ଲାଣ୍ଟରେ ନଷ୍ଟ କରାଯାଇଥାଏ । ଏଣୁ ଆଜି ମଳିଥିବା ମୃତଦେହ ସେହି ମହିଳାଙ୍କ ବୋଲି ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢ଼ନ୍ତୁ. ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ

ଏହି ମୃତଦେହ କାହାର ସଠିକ୍ ଜଣାପଡି ନଥିଲେ ହେଁ ଏହା କେଉଁଠୁ ଆସିଲା ତାହା ମଧ୍ୟ ସଠିକ୍ ଜଣା ପଡ଼ିନାହିଁ । ଏକ କୁକୁର ପଲ ଏହି ନବଜାତ ଶିଶୁକୁ ଟାଣି ଟାଣି ଖାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆଲୋଡନ ସୃଷ୍ଟି ହୋଇଥିଲେ ହେଁ ମେଡିକାଲ କର୍ମଚାରୀ କି କେହି ଅଧିକାରୀ ସେଠାକୁ ଯାଇନଥିଲେ । ଯାହାକୁ ନେଇ ନିନ୍ଦା ପ୍ରକାଶ କରିଥିଲେ ସ୍ଥାନୀୟ ଲୋକେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.