ETV Bharat / state

ଭର୍ଚୁଆଲ ଷ୍ଟୁଡିଓ ଉଦଘାଟିତ, ସଫଳତାର କାହାଣୀ କହିଲେ କନିଷ୍ଠ ବୈଜ୍ଞାନିକ କୈବଲ୍ୟ ସାହୁ

author img

By

Published : Jul 26, 2023, 1:14 PM IST

Updated : Jul 26, 2023, 6:11 PM IST

District Collector Ashish Thakre
District Collector Ashish Thakre

ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ କଲେ ଜିଲ୍ଲାପାଳ । ‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ 430ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସଫଳତାର କାହାଣୀ କହିଲେ କୈବଲ୍ୟ ସାହୁ । ଅଧିକ ପଢନ୍ତୁ

District Collector Ashish Thakre

କେନ୍ଦୁଝର: ଭର୍ଚୁଆଲ ଷ୍ଟୁଡିଓର ଉଦ୍‌ଘାଟନ କଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝରର ଜନଜାତି ସାଧନ କେନ୍ଦ୍ର ଠାରେ ଗତକାଲି ଏହାର ଉଦଘାଟନ ହୋଇଯାଇଛି । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିତ ଏହି ଅତ୍ୟାଧୁନିକ ଷ୍ଟୁଡିଓଟି ଜିଲ୍ଲାରେ ୫ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଭିନ୍ନ ହାଇସ୍କୁଲ ସହ ସିଧା ସମ୍ପର୍କ ଯୋଡ଼ିବାରେ ସହାୟକ ହେବ । ସେହିପରି ଏହାର ଉଦ୍‌ଘାଟନ ସାଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ‘ଆମ ପ୍ରେରଣା’ର ଶୁଭାରମ୍ଭ ହୋଇଯାଇଛି ।

ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନିକଟରେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିବା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କଣ୍ଟାପଦାର କୈବଲ୍ୟ ସାହୁ ଯୋଗ ଦେଇଥିଲେ । ସେଥିରେ ସେ 430 ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ ଯୋଗେ ନିଜର ପ୍ରେରଣାଦାୟୀ ଯାତ୍ରା ଏବଂ ସଫଳତା କାହାଣୀ ସମ୍ପର୍କରେ ବଖାଣିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ରହି ସମସ୍ତଙ୍କୁ କୈବଲ୍ୟଙ୍କ ସହ ପରିଚିତ କରାଇବା ସାଙ୍ଗକୁ ତାଙ୍କର ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବର କଥା ବୋଲି ଉଲ୍ଲେଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Chandrayaan-3: ମୁନ୍‌ ମିଶନରେ କେନ୍ଦ୍ରାପଡ଼ାର ପୁଅ ଶୁଭାଶିଷ, ସ୍ପେଶକ୍ରାଫ୍ଟରେ ଖଞ୍ଜିଛନ୍ତି ଯନ୍ତ୍ରାଂଶ

ଦୀର୍ଘ 45 ମିନିଟ୍ ଧରି ଚାଲିଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କୈବଲ୍ୟ ତାଙ୍କର ସଂଘର୍ଷରୁ ଆରମ୍ଭ କରି ସଫଳତା ଯାଏଁ ଜୀବନର ବିଭିନ୍ନ ବିନ୍ଦୁ ଉପସ୍ଥାପିତ କରିଥିଲେ । ଏଥି ସହ ସମସ୍ତ ଛାତ୍ରଛାତ୍ରୀ କିଭଳି ପ୍ରତିବନ୍ଧକକୁ ଅତିକ୍ରମ କରି ଜୀବନରେ ସଫଳତା ଦିଗରେ ଅଗ୍ରସର ହୋଇପାରିବେ ସେ ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ତେବେ ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ କୈବଲ୍ୟଙ୍କୁ ପାଠପଢ଼ା ଏବଂ କ୍ୟାରିଅର ସମ୍ପର୍କିତ ପ୍ରଶ୍ନ ପଚାରିଥିବା ବେଳେ ସମସ୍ତଙ୍କୁ ଯଥୋଚିତ ଉତ୍ତର ଦେଇଥିଲେ କୈବଲ୍ୟ । ଏଥିସହ ଜରୁରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲାପଟପ୍ ପ୍ରଦାନ କରାଯାଇଥିବା ହେତୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହିଭଳି ସଫଳ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯାଇ ‘ଆମ ପ୍ରେରଣା’ କାର୍ଯ୍ୟକ୍ରମ ନିୟମିତ ଭାବରେ ଜାରି ରହିବ ବୋଲି ଜଣାଇଥିଲେ ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated :Jul 26, 2023, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.