ETV Bharat / state

ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଭେଟି ୮ ଦଫା ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

author img

By ETV Bharat Odisha Team

Published : Oct 30, 2023, 7:10 PM IST

ହାତୀ ଉପଦ୍ରବ ପାଇଁ ଡିଏମଏଫ ଫଣ୍ଡରୁ କ୍ଷତି ପୂରଣ ଦାବା , ଜିଲ୍ଲାପାଳଙ୍କୁ ୮ ଦଫା ଦାବି ପତ୍ର
ହାତୀ ଉପଦ୍ରବ ପାଇଁ ଡିଏମଏଫ ଫଣ୍ଡରୁ କ୍ଷତି ପୂରଣ ଦାବା , ଜିଲ୍ଲାପାଳଙ୍କୁ ୮ ଦଫା ଦାବି ପତ୍ର

ଡିଏମଏଫରୁ ହାତୀ ଉପଦ୍ରବ ଜନିତ କ୍ଷତି ଭରଣା ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି । ଜିଲ୍ଲାପାଳଙ୍କୁ ୮ ଦଫା ଦାବି ପତ୍ର ପ୍ରଦାନ । ଅଧିର ପଢନ୍ତୁ

ହାତୀ ଉପଦ୍ରବ ପାଇଁ ଡିଏମଏଫ ଫଣ୍ଡରୁ କ୍ଷତି ପୂରଣ ଦାବା ପାଇଁ ଦାବି , ଜିଲ୍ଲାପାଳଙ୍କୁ ୮ ଦଫା ଦାବି ପତ୍ର

କେନ୍ଦୁଝର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଉପଦ୍ରବ । ଫଳରେ ସ୍ଥାନୀୟ ଅଞ୍ଚଳରେ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଛି । ସରକାର ଲୋକମାନଙ୍କୁ ସଠିକ ମୂଲ୍ୟର କ୍ଷତିପୂରଣ ପ୍ରଦାନ କରୁ ନଥିବା ଅଭିଯୋଗ କରିଛି ବିଜେପି । ହାତୀ ଉପଦ୍ରବ ଜନିତ କ୍ଷତି ପୂରଣ ଡିଏମଏଫରୁ ଭରଣା ପାଇଁ ଜିଲ୍ଲାପାଳଙ୍କୁ ଦାବି କଲା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ୮ ଦଫା ଦାବି ପ୍ରଦାନ କରିଛି କୃଷକ ମୋର୍ଚ୍ଚା ।

ଦାବି ଗୁଡ଼ିକ ମଧ୍ୟରେ ହାତୀ ବିଭିନ୍ନ ସମୟରେ କ୍ରମାଗତ ଭାବରେ ଚାଷୀମାନଙ୍କର ଧାନ ଚାଷ,ପରିବା ଚାଷ ଇତ୍ୟାଦିକୁ ନଷ୍ଟ କରିଦେଉଛନ୍ତି । ଜଣେ ଚାଷୀ ବିଭିନ୍ନ ପ୍ରକାର ଋଣ କରି ଚାଷକାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରେ । ମାତ୍ର ଏଥିରେ କ୍ଷତିଗ୍ରସ୍ତ ଚାଷୀଙ୍କର ଭରଣା ପାଇଁ ସରକାର ହେକ୍ଟର ପିଛା ନାମକୁ ମାତ୍ର ୨୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଏହା ଏକ ଯୁକ୍ତିଯୁକ୍ତ କ୍ଷତି ପୂରଣ ନୁହେଁ । ଏହି ରାଶିର ପରିମାଣ ୫୦ ହଜାରକୁ ବୃଦ୍ଧି କରାଯାଉ ବୋଲି ଦାବି କରିଛି ବିଜେପି ।

ହାତୀ ବହୁ ସମୟରେ ସାଧାରଣ ଜନତାଙ୍କ ଘର ଗୁଡିକୁ ସଂପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି । ଜଙ୍ଗଲ ପାଖ ଗ୍ରାମର ସାଧାରଣ ଜନତାର ବାସଗୃହଟି ନଷ୍ଟ ହୋଇଗଲେ ତା' ପାଇଁ କୌଣସି ପ୍ରକାର କ୍ଷତି ପୂରଣର ବ୍ୟବସ୍ଥା ନାହିଁ । ତେଣୁ ଜିଲ୍ଲା ପ୍ରଶାସନ କେନ୍ଦୁଝର ଡିଏମଏଫ ଫଣ୍ଡରୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେପି । ଯାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଗତ କିଛିବର୍ଷ ମଧ୍ୟରେ ବହୁଲୋକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କୁ କ୍ଷତି ପୂରଣ ଟଙ୍କା ଦିଆଯାଇ ନଥିବା ଅଭିଯୋଗ କରିଛି ବିଜେପି । ଫଳରେ ମୃତକ ପରିବାର ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ୧ ମାସ ଭିତରେ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଜିଲ୍ଲାରେ ଅନେକ ଅଞ୍ଚଳକୁ ନେଇ ହାତୀ ଅଭୟାରଣ୍ୟରେ ପରିଣତ କରାଯାଉ ବୋଲି ବିଜେପି ଦାବି କରିଛି । ଯାହା ଦ୍ୱାରା ଅଭୟାରଣ୍ୟ ମଧ୍ୟରେ ହାତୀମାନେଙ୍କ ଖାଦ୍ୟ ପାଇପାରିବେ । ଫଳରେ ଆଉ ଜନବସତି ମୁହାଁ ହେବେ ନାହିଁ ହାତୀ ପଲ । ପୁରାତନ ହାତୀ କରିଡର ଗୁଡିକୁ ଚିହ୍ନଟ କରି ସେଗୁଡିକ କାର୍ଯ୍ୟକାରୀ କରାଯାଉ । ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତକୁ ପର୍ଯ୍ୟାପ୍ତ ସର୍ଟ ଲାଇଟ୍ ଓ ବାଣ ଯୋଗାଇ ଦିଆଯାଉ । ଯାହା ଦ୍ୱାରା ହଠାତ ହାତୀ ପ୍ରବେଶ କଲେ ଲୋକେ ମିଳିତ ଭାବରେ ହାତୀକୁ ଘଉଡାଇ ପାରିବେ । ହାତୀ ଉପଦ୍ରବ କରୁଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ଅତି କମରେ ୧୦ ଜଣ ଲେଖାଏଁ "ହାତୀ ସାଥୀ" ରଖିବାର ବ୍ୟବସ୍ଥା କରାଯାଉ । ଡିଏସ୍ଏଫ ଫଣ୍ଡରୁ "ହାତୀ ସାଥୀ" ମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।

ଏହା ମଧ୍ୟ ପଢନ୍ତୁ....ଗାଁ ଭିତରେ ପସିଲା ହାତୀ, ଘଉଡାଇବା ପାଇଁ ନାକେଦମ ବନବିଭାଗ

ଏହାଦ୍ୱାର ସାଧାରଣ ଜନତା ଉପକୃତ ହେବା ସହ ସରକାରୀ କର୍ମଚାରୀ ମାନେ ମଧ୍ୟ " ହାତୀ ସାଥୀ" ମାନଙ୍କ ଠାରୁ ସାହାଯ୍ୟ ପାଇପାରିବେ । ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି କେବଳ କେନ୍ଦ୍ର ସରକାର ଦେଉଛନ୍ତି । ହେଲେ ଓଡିଶା ସରକାରଙ୍କର ଏ ଦିଗରେ କୌଣସି ପ୍ରକାର ସାହାଯ୍ୟ କରୁନଥିବା ଅଭିଯୋଗ କରିଛି । ଓଡିଶା ସରକାର ଏ ଦିଗରେ ଯଥେଷ୍ଟ ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି । ଜିଲ୍ଲାର ଥିବା ଡିଏସ୍ଏଫ ଫଣ୍ଡରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣ ଅର୍ଥ ଖର୍ଚ୍ଚ କରନ୍ତୁ ବୋଲି ଦାବି କରିଛି କୃଷକ ମୋର୍ଚ୍ଚା ।

ଆଜିର ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଜିଲା ସଭାପତି ଭାଗିରଥି ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଦାବି ଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.