ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା: ୫ ଗିରଫ, ବିଧାୟକଙ୍କ ତଦନ୍ତ ବାଟବଣା ଅଭିଯୋଗ

author img

By

Published : Oct 14, 2021, 7:28 PM IST

ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା: ୫ ଗିରଫ, ବିଧାୟକଙ୍କ ତଦନ୍ତ ବାଟବଣା ଅଭିଯୋଗ

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ତଦନ୍ତ ବାଟବଣା ଅଭିଯୋଗ କଲେ ବିଧାୟକ । ଅଧିକ ପଢ଼ନ୍ତୁ...

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ତଦନ୍ତ ବାଟବଣା ଅଭିଯୋଗ କଲେ ବିଧାୟକ । ଗତ ୧୦ ତାରିଖରେ ମୋହନ ମାଝୀଙ୍କ ଗାଡି଼ ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା । ଏକ ବୈଠକରୁ ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବିଧାୟକଙ୍କ ଗାଡି଼ ଉପରକୁ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗାଡ଼ି ଉପରକୁ ୨ଟି ବୋମାମାଡ କରିଥିଲେ । ଏଥିରେ ବିଧାୟକଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା: ୫ ଗିରଫ, ବିଧାୟକଙ୍କ ତଦନ୍ତ ବାଟବଣା ଅଭିଯୋଗ

ଏହି ବୋମାମାଡ଼ରେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ବିରୋଧି ଦଳ ମୁଖ୍ୟ ସଚେତକ ଟାଉନ ଥାନାରେ ଅଭିଯୋଗ କରିବା ସହ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ । ଏହି ଘଟଣାର ତଦନ୍ତ ପୋଲିସ ତଦନ୍ତ କରି ଆଜି ୫ ଜଣଙ୍କୁ ଗିରଫ କରିଛି । ଘଟଣାର ୪ଦିନ ପରେ କେନ୍ଦୁଝର ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଥିବା କେନ୍ଦୁଝର ଏସପି ମିତ୍ରଭାନୁ ସୂଚନା ଦେଇଛନ୍ତି ।

ବ୍ୟକ୍ତିଗତ ଶତ୍ରୁତା ସହ ଆର୍ଥିକ କାରବାର ନେଇ ଆକ୍ରମଣ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପ୍ରତାପ ରାଉତ (ମୁଖ୍ୟ ଅଭିଯୁକ୍ତ), ବିଦ୍ୟାଧର ପରିଡ଼ା, ମନମୋହନ ଦାସ (ମୁନା) , ଶରତ ଚନ୍ଦ୍ର ଜେନା, ଶିକୁଲ ଶେଖ୍‌ । ଏମାନଙ୍କ ନିକଟରୁ ୪ଟି ମୋବାଇଲ ଗୋଟିଏ ବାଇକ ଓ ଦୁଇଟି ବୋମା ଜବତ ହୋଇଛି । ଏହି ଘଟଣାରେ ଆଉ କେଉଁମାନେ ସାମିଲ ରହିଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଛି । ସେପଟେ ତଦନ୍ତ ବାଟବଣା କରିବାକୁ ଜିଲ୍ଲା ପୋଲିସ ଚକ୍ରାନ୍ତ କରୁଥିବା ସଦର ବିଧାୟକ ମୋହନ ମାଝୀ ଅଭିଯୋଗ କରିଛନ୍ତି । ଏସପିଙ୍କୁ ତଦନ୍ତରୁ ବାହାର କରି ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ହାତକୁ ମାମଲା ହସ୍ତାନ୍ତର ପାଇଁ ଦାବି କରିଛନ୍ତି ମୋହନ ମାଝୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମାହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.