ETV Bharat / state

ନିଆଁ ଲାଗି ବିସ୍ଫୋରଣ ହେଲା ସାନିଟାଇଜର ଜାର, 2 ନାବାଳିକା ଗୁରୁତର

author img

By

Published : Jul 10, 2023, 9:09 PM IST

ସାନିଟାଇଜରରୁ ବିସ୍ଫୋରଣ ଘଟି ୨ଜଣ ନାବାଳିକା ଗୁରୁତର ହୋଇଥିବା ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାର ଗୋବିନ୍ଦପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।

ବିସ୍ଫୋରଣରେ 2 ନାବାଳିକା ଗୁରୁତର
ବିସ୍ଫୋରଣରେ 2 ନାବାଳିକା ଗୁରୁତର

ବିସ୍ଫୋରଣରେ 2 ନାବାଳିକା ଗୁରୁତର

କେନ୍ଦ୍ରାପଡ଼ା: ଚୁଲି ଜାଳୁଥିବାବେଳେ ଅଘଟଣ ଘଟି 2ଜଣ ନାବାଳିକା ଗୁରୁତର ହୋଇଛନ୍ତି । ସାନିଟାଇଜରରୁ ବିସ୍ଫୋରଣ ଘଟି ୨ ନାବାଳିକା ଗୁରୁତର ହୋଇଥିବା ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଚୁଲି ଜଳୁଥିବାବେଳେ କୋଭିଡ ମୁକାବିଲା ପାଇଁ ବ୍ୟବହୃତ ସାନିଟାଇଜର ସହିତ ଅଗ୍ନି ସଂଯୋଗ ହେବାରୁ ବିରାଟ ଧରଣର ବିସ୍ଫୋରଣ ଘଟିଛି।

ଏହା ମଧ୍ୟ ପଢନ୍ତୁ...ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୂଚନା ଅନୁସାରେ, ଦୁଇ ଭଉଣୀ ଆଜି ସକାଳେ ଚୁଲି ପାଖରେ ଜଳଖିଆ ପାଇଁ ପୁରୀ ଛାଣୁଥିଲେ। ସେହି ସମୟରେ ଚୁଲି ନିଆଁ ଉତ୍ତାପରେ ପାଖରେ ଥିବା ଏକ ବଡ଼ ୫ ଲିଟରର ସାନିଟାଇଜର ଡବାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ସାନିଟାଇଜର ଡବା ବିସ୍ଫୋରଣରେ ଘଟିଥିଲା। ଆଉ ତାପରେ ନିକଟରେ ଉପସ୍ଥିତ ଥିବା ଦୁଇ ଭଉଣୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ନିଆଁର ମାତ୍ରା ଏତେ ପ୍ରଖର ଥିଲା ଯେ ଦୁଇ ଭଉଣୀ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଥିଲେ। ସେମାନଙ୍କ ପରିବାର ଲୋକ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ପ୍ରଥମେ ଗୋବିନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୁଇ ଭଉଣୀଙ୍କୁ ଚିକିତ୍ସା ପାଇଁ ନେଇଥିଲେ ପରିବାରଲୋକେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁରକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ଆହତଙ୍କ ମାଆ।

ଆଜି ସକାଳ ସମୟରେ ଗୋବିନ୍ଦପୁରର ଗିରିଧାରୀ ମଲ୍ଲିକଙ୍କ ଦୁଇ ଝିଅ ଅଭିଲିପ୍ସା ଓ ସମୀକ୍ଷା ଚୁଲି ପାଖରେ ଜଳଖିଆ ପ୍ରସ୍ତୁତ କରୁଥିବା ଏହିଭଳି ଏକ ଅଘଟଣ ଘଟି ଯାଇଛି। ଚୁଲିରେ ଦୁଇ ନାବାଳିକା ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ସାନିଟାଇଜର ବୋତଲ ବିସ୍ଫୋରଣ ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ସୂଚନା ଅନୁଯାୟୀ, ସେହି ସମୟରେ ଚୁଲି ନିଆଁ ଉତ୍ତାପରୁ ଚୁଲି ପାଖରେ ଥିବା ଏକ ବଡ଼ ସାନିଟାଇଜର ଡବାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ସେମାନଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିବା ଜଣାପଡିଛି। 2 ଜଣ ନାବାଳିକା ଗୁରୁତର ହୋଇଥିବାବେଳେ ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ନିଆଁର ମାତ୍ରା ଏତେ ପ୍ରଖର ଥିଲା ଯେ, ଦୁଇ ଭଉଣୀ ଗୁରୁତର ହୋଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ବର୍ତ୍ତମାନ ଯାଜପୁର ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.