ETV Bharat / state

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ, ସାକ୍ଷୀ ରହିଲେ ପଟ୍ଟାମୁଣ୍ଡାଇବାସୀ

author img

By

Published : Jun 27, 2023, 8:21 PM IST

Updated : Jun 27, 2023, 9:45 PM IST

Pattamundai unique wedding
Pattamundai unique wedding

ଦୁହେଁ ଆଜନ୍ମ ମୁକ ଓ ବଧିର ଅର୍ଥାତ ଦୁହେଁ ନା କିଛି କହିପାରନ୍ତି ନା ଶୁଣିପାରନ୍ତି । ହେଲେ ପରସ୍ପରକୁ ସାତ ଜନ୍ମର ସାଥୀ ବାଛି ବିବାହ କରିଛନ୍ତି । କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଛି ଏଭଳି ନିଆରା ବିବାହ ଉତ୍ସବ । ଅଧିକ ପଢନ୍ତୁ

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ, ସାକ୍ଷୀ ରହିଲେ ପଟ୍ଟାମୁଣ୍ଡାଇବାସୀ

କେନ୍ଦ୍ରାପଡ଼ା: ବିବାହ କରିବେ ଲିଟୁ ଆଉ ସୁବାଷିନୀ । ବ୍ରାହ୍ମଣଙ୍କ ମନ୍ତ୍ରଧ୍ବନି ଆଉ ହୁଳହୁଳିରେ ପ୍ରକମ୍ପିତ ହେଉଛି ପଟ୍ଟାମୁଣ୍ଡାଇର ଆରାଧ୍ୟ ଦେବତା ପ୍ରଭୁ ପତିତପାବନଙ୍କ ମନ୍ଦିର । ଇଏ ଏମିତି ଏକ ବିବାହ ଯେଉଁଥିରେ ନା ବର କିଛି ମୁହଁ ଖୋଲି କହି ପାରୁଛନ୍ତି ନା କନ୍ୟା ମଧ୍ୟ କିଛି କହି ପାରୁଛନ୍ତି । କେବଳ ଗୁରୁଜନଙ୍କ ଆଶୀର୍ବାଦ ଆଉ ହୃଦୟର ଭାଷାକୁ ପରସ୍ପର ବୁଝିପାରି ଏହି ବିବାହ ପାଇଁ ଯାହା ରାଜି ହୋଇଛନ୍ତି । ଏଭଳି ଏକ ନିଆରା ବିବାହ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଥାନା ଅନ୍ତର୍ଗତ ପତିତପାବନଙ୍କ ମନ୍ଦିରରେ ଦେଖିବାକୁ ମିଳିଛି ।

ଏହି ଥାନା ଅନ୍ତର୍ଗତ ତରଡିପାଳ (ଅଳପୁଆ) ଗାଁର ସ୍ବର୍ଗତ ଭରତ ମଲିକଙ୍କ ଝିଅ ସୁବାଷିନୀଙ୍କ ବିବାହ ଶ୍ରୀରାମପୁର ଗାଁର ଜଗନ୍ନାଥ ମଲିକଙ୍କ ପୁଅ ଲିଟୁ ମଲିକଙ୍କ ସହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି । ସାତ ଜନ୍ମର ସାଥୀ ହେବେ ଆଉ ପରସ୍ପରକୁ ସାରା ଜୀବନ ସାଥ ଦେଇ ଜୀବନର ଅଙ୍କାବଙ୍କା ରାସ୍ତା ପାର ହେବାର ସ୍ବପ୍ନ ନେଇ ଏହି ଦୁଇ ଦିବ୍ୟାଙ୍ଗ ପରସ୍ପର ହାତ ଧରିଛନ୍ତି । ଏହି ବିବାହ ଆରେଞ୍ଜ ମ୍ୟାରେଜ ହୋଇଥିବା ବେଳେ ଦୁଇଜଣ ଦିବ୍ୟାଙ୍ଗଙ୍କୁ ଏକ ସୂତ୍ରରେ ବାନ୍ଧିବାର ସୂତ୍ରଧର ହୋଇଥିଲେ ଜଣେ ସମ୍ପର୍କୀୟ । ଲିଟୁ ପିଲାଟି ବେଳରୁ ଭୁବନେଶ୍ବରରେ ପାଠ ପଢିଥିବା ବେଳେ ଆଇଟିଆଇ ପାସ କରି ରିଲାଏନ୍ସ କମ୍ପାନୀରେ ଚାକିରି କରିଥିବା ବେଳେ ସୁବାଷିନୀ ଘରେ ରୁହନ୍ତି ।

ଏହା ବି ପଢନ୍ତୁ- ଖାସି ମାଂସ ପାଇଁ ଶିଶୁପାଳ ହେଲା ବର !

ଏମାନଙ୍କ ବିବାହ କରାଇଥିବା ପୁରୋହିତ ଲିଟୁ ଓ ସୁବାଷିନୀଙ୍କର ଦାମ୍ପତ୍ୟ ଜୀବନର ମଙ୍ଗଳ ମନାଷି ଥିବା ବେଳେ ଏଭଳି ବିବାହ ତାଙ୍କ ଜୀବନରେ ପ୍ରଥମ ଓ ନିଆରା ବୋଲି କହିଛନ୍ତି । ସେହିପରି ଲିଟୁଙ୍କ ମାଆ ଓ ଭଉଣୀ ଏମାନଙ୍କ ସମ୍ପର୍କର ଡୋର ଦୃଢ଼ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଦୁଇଜଣ ଦିବ୍ୟାଙ୍ଗ ପରସ୍ପରକୁ ପାଇ ବେଶ ଖୁସିଥିବା ବେଳେ ଏମାନଙ୍କ ଭବିଷ୍ୟତ ମଙ୍ଗଳମୟ ହେବାକୁ ସମସ୍ତ ବନ୍ଧୁବର୍ଗ ଆଶିଷ ପ୍ରଦାନ କରିଛନ୍ତି ।

ଦୁହେଁ ଆଜନ୍ମ ମୁକ ଓ ବଧିର ଅର୍ଥାତ ଦୁହେଁ ନା କିଛି କହିପାରନ୍ତି ନା ଶୁଣିପାରନ୍ତି ହେଲେ ଉଭୟ ଉଭୟର ମନର କଥା ବୁଝିପାରି ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କଥା କହିବା ବା ଶୁଣିବାରେ ଅସୁବିଧା ଦୁହିଁଙ୍କ ଜୀବନରେ ଯେମିତି କୌଣସି ପ୍ରଭାବ ପକାଇ ପାରିନାହିଁ । ଆଉ ଏଭଳି ବିବାହ ଉତ୍ସବ ସମାଜ ପାଇଁ ପୁଣି ଥରେ ଆଦର୍ଶ ସାଜିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Jun 27, 2023, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.