ଖାସି ମାଂସ ପାଇଁ ଶିଶୁପାଳ ହେଲା ବର !

By

Published : Jun 13, 2023, 10:44 PM IST

thumbnail

ସମ୍ବଲପୁର: ଶିଶୁପାଳ ହେଲେ ବର l ଖାସି ମାଂସ ପାଇଁ ଶିଶୁପାଳ ହୋଇ ଫେରିଛନ୍ତି ବର । ଏଭଳି ଏକ ଘଟଣା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, ତେବେ କଥାଟା ସତ । ଏମିତି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଗୁଣ୍ଡେରପୁର ଗାଁରେ ଦେଖିବାକୁ ମିଳିଛି । 

ଅଭିଯୋଗ ଅନୁସାରେ ଗତ ୧୧ ତାରିଖରେ ସମ୍ବଲପୁର ସହର ଅଇଁଠାପାଲି ସ୍ଥିତ ଏକ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେଉଥିଲା l ବର ପକ୍ଷ ମଧ୍ୟ ବରଯାତ୍ରୀ ସହ କନ୍ୟା ପକ୍ଷ ଥିବା ହୋଟେଲକୁ ପହଞ୍ଚି ଯାଇଥିଲେ ।  ଏଥିପାଇଁ କନ୍ୟା ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା ।  କନ୍ୟା ପକ୍ଷ ବର ପକ୍ଷ ପାଇଁ ଭୋଜି ଲାଗି ଭାତ, ଡାଲି, ଖଟା ସହ ଖାସି ମାଂସ, ଚିକେନ, ମାଛ ଆଦି ମଧ୍ୟ କରିଥିଲେ ।  ବରପକ୍ଷର ଅଧିକାଂଶ ଲୋକ ମଧ୍ୟ ଖାଇ ସାରିଥିଲେ ।  କିନ୍ତୁ କେତେକ ବର ପକ୍ଷର ଲୋକ ସେହି ହୋଟେଲରେ ନିଶାଦ୍ରବ୍ୟ ସେବନ କରୁଥିବା ବେଳେ ସେମାନଙ୍କ ପାଇଁ କୁଆଡେ ମଟନ କମ ପଡି ଯାଇଥିଲା ।  

ଏହା ବି ପଢନ୍ତୁ- Mahanadi Dispute: 'ସାମୂହିକ ଉଦ୍ୟମରେ ସଫଳ ହେବ ମହାନଦୀ ବିବାଦ'

ଏଭଳି ସ୍ଥିତିରେ ବରପକ୍ଷରୁ ମଟନ ପାଇଁ ପୁଣି ଡିମାଣ୍ଡ ହେବାରୁ ବାହାର ହୋଟେଲରୁ ମଟନ ମଧ୍ୟ ଅଣାଯାଇଥିଲା ।  ତେବେ ଏହି ଭଳି ଘଟଣା ପାଇଁ କନ୍ୟା ପକ୍ଷରୁ ବୟୋଜ୍ୟେଷ୍ଠମାନେ ବର ପକ୍ଷଙ୍କୁ ବାରମ୍ବାର କ୍ଷମା ମାଗିଥିଲା । ସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ ବର ପକ୍ଷରୁ ଖୋଦ ନିଜେ ବର ଅଭଦ୍ରାମି କରିଥିବାରୁ କନ୍ୟା ନିଜେ ବିବାହ ପାଇଁ ମନା କରି ଦେଇଥିଲେ ବୋଲି ଜଣାପଡିଛି ।  ନିଜର ଭବିଷ୍ୟତ ପାଇଁ କନ୍ୟା ଜଣକ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.