ETV Bharat / state

ଗ୍ୟାଙ୍ଗଷ୍ଟାର ଟିଟୋର 2 ସହଯୋଗୀଙ୍କୁ ଗିରଫ କଲା STF

author img

By

Published : Jun 22, 2021, 3:44 PM IST

Updated : Jun 22, 2021, 4:55 PM IST

୨୦୧୮ ମସିହା ଜାତୀୟ ରାଜପଥ ଗୋପ ଛକ ନିକଟରେ ଥିବା ଜମି ଜବରଦଖଲ ଓ ଧମକ ଘଟଣାରେ ଦୁଇଜଣଙ୍କୁ ଉଠାଇନେଲା STF । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀଙ୍କୁ ଗିରଫ କଲା STF । ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟାର ଟିଟୋର 2 ସହଯୋଗୀଙ୍କୁ ଗିରଫ କଲା STF
ଗ୍ୟାଙ୍ଗଷ୍ଟାର ଟିଟୋର 2 ସହଯୋଗୀଙ୍କୁ ଗିରଫ କଲା STF

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀଙ୍କୁ ଗିରଫ କଲା STF । ୨୦୧୮ ମସିହା ଜାତୀୟ ରାଜପଥ ଗୋପ ଛକ ନିକଟରେ ଥିବା ଜମି ଜବରଦଖଲ ଓ ଧମକ ଘଟଣାରେ ଦୁଇଜଣଙ୍କୁ ଉଠାଇନେଲା STF । ଗ୍ୟାଙ୍ଗଷ୍ଟାର ଟିଟୋର ସମ୍ପର୍କୀୟ ଦୁଇଭାଇ ସୟଦ ଜାହେଦ ଅଲ୍ଲୀ ଓ ସୟଦ ସଦ୍ଦାମ ଅଲ୍ଲୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ଗ୍ୟାଙ୍ଗଷ୍ଟାର ଟିଟୋର 2 ସହଯୋଗୀଙ୍କୁ ଗିରଫ କଲା STF

STF କେଶ ନଂ ୧୦/୨୦୧୮ ଆଧାରରେ ଗିରଫ । କେନ୍ଦ୍ରାପଡ଼ା ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀଙ୍କୁ ଗିରଫ କଲା STF । ୨୦୧୮ ମସିହା ଜାତୀୟ ରାଜପଥ ଗୋପ ଛକ ନିକଟରେ ଥିବା ଜମି ଜବରଦଖଲ ଓ ଧମକ ଘଟଣାରେ ଦୁଇଜଣଙ୍କୁ ଉଠାଇନେଲା STF ।

ଏହି ଦୁଇଜଣ ହେଉଛନ୍ତି ସଦ୍ଦାମ ଓରଫ ସୟଦ ସଦ୍ଦାମ ଅଲ୍ଲୀ (୨୮) ଓ ପାପା ଓରଫ ସୟଦ ଜାହେଦ ଅଲ୍ଲୀ(୩୦) । ୨୦୧୮ ମସିହାରେ ୫ନଂ (କ)ଜାତୀୟ ରାଜପଥ ଗୋପ ଛକ ନିକଟସ୍ଥ ୩୬ଗୁଣ୍ଠ ଜମିକୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ପ୍ରରୋଚନାରେ ଜବରଦଖଲ କରାଯାଇଥିଲା ଓ ଜମିମାଲିକଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ଘଟଣାରେ ଟିଟୋ ସମେତ ଅନ୍ୟ ୨୨ଜଣଙ୍କ ନାମରେ STF କେଶ ନଂ ୧୦/୨୦୧୮ରେ ଫତେପୁରର ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ କୁଜଙ୍ଗ ଅଞ୍ଚଳର ସରୋଜିନୀ ମିଶ୍ରଙ୍କ ସମେତ ଗୋଲଡେନ ଲ୍ୟାଣ୍ଡର କର୍ମଚାରୀ ମାମଲା ରୁଜ୍ଜୁ କରିଥିଲେ ।

ଏହି ମାମଲାର ତଦନ୍ତ କରି STF ଦଫା ୪୪୭,୫୦୬,୧୨୦(ଖ),୩୪ ଆଇପିସି ଓ ୨୫ଏବଂ ୨୭ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିବାବେଳେ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଏହି ଦୁଇଭାଇଙ୍କୁ ଗତକାଲି STF କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ସହାୟତାରେ ଗିରଫ କରିଥିଲା । ଆଜି ଅପରାହ୍ନରେ ମାନ୍ୟବର SDJMଙ୍କ କୋର୍ଟରେ ପାପା ଓ ସଦ୍ଦାମକୁ ହାଜର କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣାର କୌଣସି ସତ୍ୟତା ନଥିବା କହିଛନ୍ତି ଅଭିଯୁକ୍ତଙ୍କ ଓକିଲ । ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଘଟଣାର ବିଚାର ଚାଲିଛି ଓ ଏଥିରେ କାହାରି ସମ୍ପୃକ୍ତି ମିଳିନଥିବା କହିଥିବାବେଳେ ଜମାନବନ୍ଦୀ ପାଇଁ ଅପେକ୍ଷାରେ ଟିଟୋ ଓ ଅନ୍ୟ ସହଯୋଗୀ ରହିଥିବା କହିଛନ୍ତି ଓକିଲ ଅନନ୍ତ ଖଟୁଆ । ଅପରାହ୍ନରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହି ଗିରଫଦାରୀକୁ ନେଇ STFର ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Jun 22, 2021, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.