ETV Bharat / state

ନଭେମ୍ବରରେ ରାସ୍ତା ଚିନ୍ତା, କାମ ନକରି ବିଲ ନେଇ ଛୁ ଠିକାଦାର !

author img

By ETV Bharat Odisha Team

Published : Dec 1, 2023, 12:51 PM IST

Updated : Dec 1, 2023, 1:18 PM IST

କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁରରେ ପକ୍କା ରାସ୍ତା ପାଇଁ ଦାବି
କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁରରେ ପକ୍କା ରାସ୍ତା ପାଇଁ ଦାବି

Road problem in Kendrapara: କେନ୍ଦ୍ରାପଡାର ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁରରେ ପକ୍କା ରାସ୍ତା ପାଇଁ ଦାବି । ଗାଁ ମଧ୍ୟରେ ଘରୋଇ ସ୍କୁଲ, କଲେଜ, ବନ ବିଭାଗ କାର୍ଯ୍ୟାଳୟ ଥିଲେ ମଧ୍ୟ ଗମନାଗମନ ପାଇଁ ପକ୍କା ରାସ୍ତା ନାହିଁ । ଅଧିକ ପଢନ୍ତୁ

ନଭେମ୍ବରରେ ରାସ୍ତା ଚିନ୍ତା

କେନ୍ଦ୍ରାପଡା: କେବଳ ଉପାନ୍ତ ନୁହେଁ ଉପକୂଳ ଜିଲ୍ଲାରେ ବି ରାସ୍ତା ସମସ୍ୟା ଭୋଗୁଛନ୍ତି ଲୋକେ । ବାରମ୍ବାର ଦାବି ସତ୍ତ୍ବେ ଗ୍ରାମକୁ ହୋଇପାରୁନି ପକ୍କା ରାସ୍ତା । ଯେଉଁଥି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବ୍ଲକ ଅଫିସରେ ଏନେଇ ଅଭିଯୋଗ କରାଯାଉଥିଲେ ବି ଫଳ ଶୂନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁର ଗାଁରେ ଏଭଳି ସମସ୍ୟା ଭୋଗୁଛନ୍ତି ଲୋକେ ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁର ଗାଁରେ ରାସ୍ତା ନିର୍ମାଣ ପାଇଁ କେବଳ ବର୍ଷା ଦିନ ନୁହେଁ ବରଂ ବର୍ଷ ସାରା ଦାବି ଉଠୁଛି । ଏହି ଗାଁ ଆରମ୍ଭରେ ରହିଛି ଏକ ଘରୋଇ ବିଦ୍ୟାଳୟ, ବନ ବିଭାଗର କାର୍ଯ୍ଯାଳୟ, ବିଦ୍ଯୁତ ବିଭାଗର କାର୍ଯ୍ଯାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଏହି ସ୍ଥାନରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପରିବାର । ପ୍ରତିଦିନ ଏହି ଗାଁକୁ ଅନେକ ଲୋକ ଗମନାଗମନ କରୁଥିଲେ ମଧ୍ୟ ଏହି ଗାଁର ଆବଶ୍ୟକୀୟ ସ୍ଥାନରେ ନାହିଁ ପକ୍କା ରାସ୍ତା ।

ଏହାମଧ୍ୟ ପଢନ୍ତୁ.. ରାସ୍ତା ମରାମତି ପାଇଁ ରାସ୍ତାରେ ବସିଲେ ଆଇନଜୀବୀ ଓ ଜନତା

ଖାଲଖମା ରାସ୍ତାରେ ଯିବା ବେଳେ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଗ୍ରାମର ଅନ୍ୟ ସ୍ଥାନରେ ରାସ୍ତା କାମ ପାଇଁ ବିଲ ପାସ ହୋଇଥିବା ବେଳେ ଆବଶ୍ୟକୀୟ ସ୍ଥାନକୁ ବାଦ ଦିଆଯାଇଛି ।

ଗତ କିଛି ବର୍ଷ ତଳେ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ୭୫ ଲକ୍ଷ ଟଙ୍କା ବ୍ଯୟରେ ପିଚୁ ଏବଂ ଢଳେଇ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ୨୦୧୮ ମସିହା ମେ ମାସ ୫ ତାରିଖ ଠାରୁ ଏହି ରାସ୍ତା କାମ ଆରମ୍ଭ ହୋଇ ୨୦୧୯ ମସିହା ମେ ମାସ ୪ ତାରିଖ ମଧ୍ୟରେ ଜୁନ ଠାରୁ ପୁରୁଷୋତ୍ତମପୁର ରାସ୍ତା ନିର୍ମାଣ କରି ଶେଷ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୦୧୯ ମସିହା ମେ ମାସ ୫ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୪ ମସିହା ମେ ମାସ ୪ ତାରିଖ ପର୍ଯ୍ୟନ୍ତ ରହିବାର ନିର୍ଦ୍ଦେଶ ରହିଛି ।

ମାତ୍ର ୨୦୧୮ ମସିହାରେ ଏହି ରାସ୍ତା କାମ ଆରମ୍ଭ ହୋଇ ୧ ବର୍ଷ ମଧ୍ୟରେ ଶେଷ ହେବାକୁ ଥିବା କାମ ୨୦୨୩ ମସିହାରେ ଶେଷ ହେଲା । ସେଥିରେ ପୁଣି ୫୦୦ ମିଟର ରାସ୍ତା ନିର୍ମାଣ ନ କରି ଠିକାଦାର ମିଛ ବିଲ୍ କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀମାନେ ମୁହଁ ଖୋଲୁନଥିବା ବେଳେ ସ୍ଥାନୀୟ ଲୋକମାନେ କହିଛନ୍ତି, ଏହି ରାସ୍ତା ନଥିବାରୁ ଏଠାରେ ଥିବା ବିଭାଗୀୟ କାର୍ଯ୍ଯାଳୟକୁ ଆସୁଥିବା ସାଧାରଣ ଲୋକେ ଏବଂ ବିଦ୍ୟାଳୟକୁ ଆସୁଥିବା କୋମଳମତି ଛାତ୍ରଛାତ୍ରୀ ଓ ଯୁବତୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Dec 1, 2023, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.