ETV Bharat / state

13ରୁ ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ଜନଶୁଣାଣୀ, ନୋଟିସ ଦେଇ ଜଣାଇଲା ପ୍ରଶାସନ

author img

By ETV Bharat Odisha Team

Published : Dec 10, 2023, 1:37 PM IST

ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ଜନଶୁଣାଣୀ
ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ଜନଶୁଣାଣୀ

Public Hearing Meeting At Kendrapra: ଡିସେମ୍ବର 13 ତାରିଖରେ କେନ୍ଦ୍ରାପଡାର ବରକୋଳିଖଳା ରେଡକ୍ରସ ପଡିଆ ଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଶିଳ୍ପ ସମ୍ବନ୍ଧୀୟ କୌଣସି ସମସ୍ୟା କିମ୍ବା ଦାବି ଥିଲେ ଏଠାରେ ଜଣାଇପାରିବେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ଜନଶୁଣାଣୀ

କେନ୍ଦ୍ରାପଡା: ଶିଳ୍ପଶୂନ୍ୟ କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଯାଉଛି ଶିଳ୍ପ ପ୍ରତିଷ୍ଠା । ଏନେଇ ଡିସେମ୍ବର ମାସ 13 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜନଶୁଣାଣି କାର୍ଯ୍ୟକ୍ରମ । ବତୀଘର ପଞ୍ଚାୟତର ବରକୋଳିଖଳା ରେଡକ୍ରସ ପଡିଆ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ତେବେ ଶିଳ୍ପ ପ୍ରତିଷ୍ଠା ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଏହି ଜନଶୁଣାଣି ବା ଗ୍ରାମସଭାରେ ଉପସ୍ଥାପନ କରାଯିବା ସହ ସେହି ସମସ୍ୟାଗୁଡିକର ସମାଧାନ ହେବ ବୋଲି ସୂଚନା ରହିଛି ।

ଶିଳ୍ପ ଶୂନ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଖୁବଶୀଘ୍ର ବିଭିନ୍ନ କଳକାରଖାନାମାନ ପ୍ରତିଷ୍ଠା ହେବାକୁ ଯାଉଛି । ଜିଲ୍ଲାର ମହାକାଳପଡା ବ୍ଲକର ରାମନଗର, ବତୀଘର ଓ ଖରୀନାସି ପଞ୍ଚାୟତରେ ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ ଦ୍ବାରା 24ଟି ଏମପିଟିଏ ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ପ୍ରସ୍ତାବ ଅନୁମୋଦନ ହୋଇସାରିଛି । ତେବେ ଏନେଇ ଡିସେମ୍ବର 13 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜନଶୁଣାଣି କାର୍ଯ୍ୟକ୍ରମ । ବତୀଘର ପଞ୍ଚାୟତର ବରକୋଳିଖଳା ରେଡକ୍ରସ ପଡିଆ ଠାରେ ସ୍ଥାନୀୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଜନଶୁଣାଣୀ ଶିବିରରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ...SLSWCA ବୈଠକରେ ୧୯ ପ୍ରକଳ୍ପକୁ ମୋହର; ୪୮୦୪ କୋଟି ନିବେଶ, ୧୭୫୫୩ ନିଯୁକ୍ତି

ଶିଳ୍ପ ପ୍ରତିଷ୍ଠା ନେଇ ସ୍ଥାନୀୟ ଲୋକଙ୍କ କୌଣସି ଆପତ୍ତି ଅଭିଯୋଗ କିମ୍ବା କୌଣସି ଦାବି ରହିଥିଲେ ସେନେଇ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥାପନ କରିପାରିବେ । ଶିଳ୍ପ ଦ୍ୱାରା ସାମାଜିକ ପ୍ରଭାବ ସର୍ବେକ୍ଷଣର ଉପସ୍ଥାପନ କରାଯାଇ ବିସ୍ତୃତ ଆଲୋଚନା କରାଯିବା ନେଇ ଏକ ନୋଟିସ ବତୀଘର ପଞ୍ଚାୟତ କାର୍ଯ୍ୟାଳୟ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମର କାନ୍ଥରେ ମରାଯାଇଛି ।

ଇସ୍ପାତ କାରଖାନା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ମହାକାଳପଡା ବ୍ଲକ ସମେତ ସମଗ୍ର କେନ୍ଦ୍ରାପଡା ଜିଲ୍ଲା ଓ ଆଖପାଖ ଚାରିଗୋଟି ଜିଲ୍ଲାର ବିକାଶ ନିଶ୍ଚିତ ହେବ । ପ୍ରସ୍ତାବିତ ଇସ୍ପାତ କାରଖାନା ନିକଟକୁ ଯୋଗାଯୋଗ ପାଇଁ ମାର୍ଶାଘାଇ ଠାରୁ ଷ୍ଟିଲପ୍ଳାଣ୍ଟ ନିର୍ମାଣର ପ୍ରସ୍ତାବିତ ସ୍ଥାନକୁ ପ୍ରାୟ ୧୦୩ କୋଟି ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ନୋଟିସ ଲାଗିବାପରେ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ଯେଉଁମାନଙ୍କ ଶିଳ୍ପ ପ୍ରତିଷ୍ଠା ନେଇ କୌଣସି ଅସୁବିଧା ଥାଏ ସେମାନେ ଏହି ଜନଶୁଣାଣୀ ଶିବିରରେ ସମୟରେ ଉପସ୍ଥିତ ରହି ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.