ETV Bharat / state

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା, ଆକ୍ସନ ଟେକେନ ରିପୋର୍ଟ ମାଗିଲେ NHRC

author img

By

Published : Nov 19, 2022, 8:57 AM IST

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା
କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ମାର୍ଶାଘାଇ ବଜାରରେ ଥିବା ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ୧୧kv ତାର ଲାଗି ଛାତ୍ରଙ୍କ ମୃତ୍ୟୁ ଘଟଣା । ଜାତୀୟ ମାବାଧିକାର ପ୍ରତିରକ୍ଷାକାରୀ(Human Rights Defender) ଭଜମନ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତି କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ଜବାବ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଆସନ୍ତା 6 ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ(ATR)ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଭଜମନ ବିଶ୍ବାଳ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଆଳି ବ୍ଲକ ଆଇତିପୁର କଲେଜର +୨ ବିଜ୍ଞାନର ଛାତ୍ର ଦେବୀ ପ୍ରସାଦ ଦାସ ।

କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ଘଟଣା

ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ତାରିଖ ଦିନ କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧିନ ଜୁଣ ଛକ ଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରର ବାଲକୋନିରେ ବୁଲୁଥିଲେ ଦେବୀ ପ୍ରସାଦ । ଏହି ସମୟରେ ୧୧kv ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ଛାତ୍ର ଜଣଙ୍କ । କୋଚିଂ ସେଣ୍ଟର ଠାରୁ ୧୧kv ତାରର ଦୂରତା ମାତ୍ର ଦୁଇଫୁଟ ରହିଥିବା ବେଳେ ଏନେଇ କୌଣସି ପଦକ୍ଷେପ ବିଦ୍ୟୁତ ବିଭାଗ ପକ୍ଷରୁ ପୂର୍ବରୁ ନିଆ ଯାଇନଥିଲା, ଯାହାକି ଛାତ୍ରର ମୃତ୍ୟୁ ପାଇଁ ମୁଖ୍ୟ କାରଣ ବୋଲି ଭଜମନ ବିଶ୍ବାଳ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କମିଶନ ମୁଖ୍ୟ ଶାସନ ସଚିବ ଏବଂ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ATR ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

ଏହା ମଧ୍ୟ ପଢନ୍ତୁ-11 KV ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର, ବିଦ୍ୟୁତ୍‌ ବିଭାଗ ଓ ଟ୍ୟୁଟୋରିଆଲ ନାଁରେ ଏତଲା

ଦେବୀପ୍ରସାଦ ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ରହି ପାଠପଢୁଥିଲେ । ଅସାବଧାନତା ବଶତଃ ବାଲକୋନିର ଅତି ନିକଟରେ ଯାଇଥିବା 11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଥିଲେ । ଦେବୀପ୍ରସାଦ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳି ଯାଉଥିବା ବେଳେ ଟ୍ୟୁଟୋରିଆଲର ଅନ୍ୟ ଛାତ୍ରଛାତ୍ରୀ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ବିଳମ୍ବିତ ରାତିରେ ଅଭିଭାବକ ମାନେ ଆସି ନିଜ ନିଜର ପୁଅ,ଝିଅ ମାନଙ୍କୁ ଘରକୁ ନେଇ ଯାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.