ETV Bharat / state

11 KV ତାର ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର, ବିଦ୍ୟୁତ୍‌ ବିଭାଗ ଓ ଟ୍ୟୁଟୋରିଆଲ ନାଁରେ ଏତଲା

author img

By

Published : Nov 3, 2022, 9:27 AM IST

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାରରେ ଥିବା ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ଜଣେ ଛାତ୍ରଙ୍କର 11 KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

11 KV ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର, ବିଦ୍ୟୁତ ବିଭାଗ ଓ ଟ୍ୟୁଟୋରିଆଲ ନାମରେ ଏତଲା
11 KV ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଛାତ୍ର, ବିଦ୍ୟୁତ ବିଭାଗ ଓ ଟ୍ୟୁଟୋରିଆଲ ନାମରେ ଏତଲା

କେନ୍ଦ୍ରାପଡା: ଜିଲ୍ଲା ମାର୍ଶାଘାଇ ବଜାରରେ ଥିବା ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ଅଘଟଣ । ଟ୍ୟୁଟୋରିଆଲର ଜଣେ ଛାତ୍ରଙ୍କର 11 KV ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ମୃତ୍ୟୁ ଘଟିଛି । ଛାତ୍ର ଜଣକ ହେଲେ ଆଳି ବ୍ଲକ ଆଇତିପୁର କଲେଜର +୨ ବିଜ୍ଞାନର ଛାତ୍ର ଦେବୀ ପ୍ରସାଦ ଦାସ । ମୃତ ଦେବୀ ପ୍ରସାଦ ଦାସଙ୍କ ପରିବାରବର୍ଗ ଏବାବଦରେ ଥାନାରେ ଟ୍ୟୁଟୋରିଆଲ କର୍ତ୍ତୃପକ୍ଷ ଓ ବିଦ୍ୟୁତ ବିଭାଗ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ଦେବୀପ୍ରସାଦ ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ରହି ପାଠପଢୁଥିଲେ । ଅସାବଧାନତା ବଶତଃ ବାଲକୋନିର ଅତି ନିକଟରେ ଯାଇଥିବା 11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଥିଲେ । ଦେବୀପ୍ରସାଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଉଥିବା ବେଳେ ଟ୍ୟୁଟୋରିଆଲର ଅନ୍ୟ ଛାତ୍ରଛାତ୍ରୀ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ବିଳମ୍ବିତ ରାତିରେ ଅଭିଭାବକ ମାନେ ଆସି ନିଜ ନିଜର ପୁଅ,ଝିଅ ମାନଙ୍କୁ ଘରକୁ ନେଇ ଯାଇଥିବା ଦେଖାଯାଇଛି ।

୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇ ଚିକିତ୍ସା ପାଇଁ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେହିପରି ଅପରାହ୍ନରେ ମୃତକ ଦେବୀପ୍ରସାଦଙ୍କ ବାପା ମାର୍ଶାଘାଇ ଥାନାରେ ପହଞ୍ଚି ଟ୍ୟୁଟୋରିଆଲ ମାଲିକ ଓ ବିଦ୍ୟୁତ୍‌ ବିଭାଗ ନାମରେ ଏତଲା ଦାୟର କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.