ETV Bharat / state

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

author img

By

Published : Mar 16, 2023, 6:11 PM IST

Updated : Mar 16, 2023, 6:55 PM IST

Girl student abducted by miscreants
Girl student abducted by miscreants

ମାଟ୍ରିକ ପରୀକ୍ଷା ସାରି ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

କେନ୍ଦ୍ରାପଡ଼ା: ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ହେଲେ ଛାତ୍ରୀ ଜଣକ କୌଶଳ ଯୋଗୁଁ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସିଥିବା ଜଣାପଡ଼ିଛି । ତେବେ ସ୍ପଷ୍ଟ ଦିବାଲୋକରେ ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣାରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ସାଧାରଣ ଜନତା । ଅନ୍ୟପଟେ ଛାତ୍ରୀଙ୍କୁ ଅନେକ ଆଘାତ ଲାଗିଥିବା ଜଣାପଡ଼ିଛି ।

ଛାତ୍ରୀଙ୍କୁ ଯେତେବେଳେ ଦୁର୍ବୃତ୍ତମାନେ ଅପହରଣ କରିଥିଲେ, ସେତେବେଳେ ଛାତ୍ରୀ ଜଣକ କୌଶଳକ୍ରମେ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ । ଖସିବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ବୁତ୍ତମାନେ ଛାତ୍ରୀ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିବାରୁ ତାଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି । ଏହାପରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅପହରଣର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ସୁମିନି ସେଠି।

ଏହା ବି ପଢନ୍ତୁ-ଆଜିଠୁ ରାଜ୍ୟରେ ଶୁଭାରମ୍ଭ 'ବାଲ୍ ଆଧାର'

ସେ ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏହି ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଦୁର୍ବୃତ୍ତମାନେ ଆସିଥିବା ଗାଡିଟି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଛାତ୍ରୀ ଜଣଙ୍କୁ ପ୍ରତିଦିନ ତାଙ୍କ ବାପା ପରୀକ୍ଷା ଦେବାକୁ ନେବା ଆଣିବା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଆଜି ଛାତ୍ରୀଙ୍କ ବାପା ଆଣିବାକୁ ଯାଇନଥିବାରୁ ଛାତ୍ରୀ ଜଣଙ୍କ ଚାଲିଚାଲି ଆସୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ କାରରେ ଛାତ୍ରୀ ଜଣଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ ।

ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଉଠାଇ ନେଇ ତାଙ୍କ ମୁହଁକୁ ମାଡି ବସିଥିଲେ ବୋଲି କହିଛନ୍ତି ଛାତ୍ରୀ । ତେବେ ନିଜକୁ ରକ୍ଷା କରିବା ପାଇଁ ଛାତ୍ରୀ ସୁମିନୀ କାରର କାଚ ଓ ଡୋରକୁ ଧକ୍କା ପକାଇବାରୁ ଦୁର୍ବୃତ୍ତମାନେ ଗାଡି ଅଟକାଇବା ବେଳେ ଛାତ୍ରୀ ଜଣଙ୍କ ଡୋର ଟାଣି ବାହାରକୁ ଦୌଡ଼ିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଛାତ୍ରୀ ଜଣଙ୍କୁ ଏକ ବ୍ଲେଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଛାତ୍ରୀଙ୍କ ଗାଲ ଓ ବେକରେ ଆଘାତ ଲାଗିଛି । ଦିନ ଦ୍ବିପ୍ରହରରେ ଏଭଳି ଅପହରଣ ଘଟଣାକୁ ନେଇ ସାଧାରଣରେ ଜିଲ୍ଲାର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Mar 16, 2023, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.