ଆଜିଠୁ ରାଜ୍ୟରେ ଶୁଭାରମ୍ଭ 'ବାଲ୍ ଆଧାର'

author img

By

Published : Mar 16, 2023, 5:36 PM IST

Updated : Mar 16, 2023, 6:05 PM IST

Baal Aadhar card

ଆଜିଠାରୁ ରାଜ୍ୟରେ ଶୁଭାରମ୍ଭ ହେଲା 'ବାଲ୍ ଆଧାର' । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରିବାକୁ ସ୍ବାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଆଜିଠୁ ରାଜ୍ୟରେ ଶୁଭାରମ୍ଭ 'ବାଲ୍ ଆଧାର'

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଶୁଭାରମ୍ଭ ହେଲା 'ବାଲ୍ ଆଧାର' । ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ନବଜାତକଙ୍କ ସଙ୍ଗେସଙ୍ଗେ ପଞ୍ଜିକରଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଆଧାର ପଞ୍ଜିକରଣ ପାଇଁ ପିତାମାତା କୌଣସି ଜଣଙ୍କ ମୋବାଇଲ ନମ୍ବର ରହିବା ଆବଶ୍ୟକ । ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ ଅନିର୍ବାର୍ଯ୍ୟ ନୁହେଁ । ବାପା ଓ ମାଆଙ୍କ ମଧ୍ୟରୁ ଜଣଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ । ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ରହିବ । ତେବେ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, କ୍ୟାପିଟାଲ ହସ୍ପିଟାଲର ଅଧିକାରୀ ଉପସ୍ଥିତ ରହିଥିଲେ । ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ନବଜାତକଙ୍କ ସଙ୍ଗେସଙ୍ଗେ ପଞ୍ଜିକରଣ କରାଯାଇଥିଲା ।

ଏହା ବି ପଢନ୍ତୁ- ଡିଜି ଦେଲେ ପ୍ରତିଶୃତି, ଆନ୍ଦୋଳନରୁ ଓହରିଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ

ଏନେଇ ନିମାପଡ଼ାରୁ ଆସିଥିବା ଝୁମୁରି ପ୍ରଧାନ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି । ଦୀର୍ଘ ଦିନ ହେଲା ଯାହା ଅପେକ୍ଷା କରିବାକୁ ପଡ଼ିଥିଲା ତାହା ଏବେ ସଙ୍ଗେସଙ୍ଗେ ହୋଇଯାଉଛି । ଯାହା ଫଳରେ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏପଟେ ସ୍ବାସ୍ଥ୍ୟ ବିଭାଗର ଇଣ୍ଟିଲଜେନ୍ସର ନିର୍ଦ୍ଦେଶକ ଡ଼ଃ ସଂଯୁକ୍ତା ସାହୁ କହିଛନ୍ତି ଯେ, ବାଲ ଆଧାର ହେଉଛି ଶିଶୁ ଜନ୍ମ ହେବାର ୨୧ ଦିନ ମଧ୍ୟରେ ଆଧାର କାର୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେନେଇ ରାଜ୍ୟ ସରକାରଙ୍କର ଗୋଟେ ଆପ୍ସ ରହିଛି । ଯାହା ଓଡ଼ିଶା ବାର୍ଥ ଆଣ୍ଡ୍‌ ଡେଥ୍‌ ରେଜିଷ୍ଟ୍ରେସନ ସିଷ୍ଟମ୍ ଆପ୍ସ ରହିଛି ।

ଏହା ଦ୍ବାରା ପିଲାଙ୍କର ହୋଇପାରିବ ଆଧାର କାର୍ଡ । ୫ ବର୍ଷରୁ ତଳକୁ ହସ୍ପିଟାଲ ମଧ୍ୟରେ ଜେନେରେଟ କରାଯିବ । ଯେହେତୁ ସରକାରୀ ହସ୍ପିଟାଲରେ ଅଧିକ ପିଲାମାନେ ଜନ୍ମ ଗ୍ରହଣ କରୁଛନ୍ତି ତେଣୁ ହସ୍ପିଟାଲରେ ଏହି ଜନ୍ମ ପଞ୍ଜିକରଣ କରାଯାଇ ଆଧାର କାର୍ଡ କରାଯିବ । ଆଜି ଗୋଟିଏ ଦିନରେ ୫ ଜଣ ନବ ଜନ୍ମିତ ଶିଶୁଙ୍କ ବାର୍ଥ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସରକାରୀ ହସ୍ପିଟାଲରେ ପ୍ରାୟ ୯୬ ପ୍ରତିଶତ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 16, 2023, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.