ETV Bharat / state

ପ୍ରଥମ ଦିନରେ ସୁରୁଖୁରୁରେ ସରିଲା ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା

author img

By

Published : Mar 10, 2023, 12:53 PM IST

Updated : Mar 10, 2023, 1:14 PM IST

matric summative 2
matric summative 2

ପ୍ରଥମ ଦିନରେ ସୁରୁଖୁରୁରେ ସରିଲା ମାଟ୍ରିକ ପରୀକ୍ଷା । କେନ୍ଦ୍ରାପଡା, ବୌଦ୍ଧ ଏବଂ ଜଗତସିଂହପୁର ସାହିତ୍ୟ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ଅଧିକ ପଢନ୍ତୁ

matric summative 2

କେନ୍ଦ୍ରାପଡା/ବୌଦ୍ଧ/ଜଗତସିଂହପୁର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା । ମୋଟ ୫ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ୩ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ରହିଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୦୭ଟି ସେଣ୍ଟରରେ ୧୯,୯୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ବୋଲି ସୂଚନା ଦେଇଛି ଜିଲ୍ଲା ଶିକ୍ଷା ବିଭାଗ । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯,୪୮୫ ଜଣ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ୩୦୫ ଜଣ ମଧ୍ୟମା ଓ ୧୬୩ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ(NIOS)ର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୩୪୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମୋଟ ୧୦୭ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟମା ଓ ସଂସ୍କୃତ ଟୋଲ ପାଇଁ ୪ଟି ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ଏବଂ ପରୀକ୍ଷା ସମ୍ପର୍କିତ ସମସ୍ତ କାଗଜ ରଖିବା ପାଇଁ ଜିଲ୍ଲାରେ ୯ଟି ନୋଡାଲ ସେଣ୍ଟର କରାଯାଇଥିଲା ।

ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି । ପ୍ରବଳ ଉତ୍ସାହର ସହିତ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷାରୁ ଆରମ୍ଭ ହୋଇଥିବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ପରୀକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ସର୍ଭେଲେନ୍ସ ମଧ୍ୟରେ ରହିଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ପାଇଁ ଓବଜରଭର ଓ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମୁଦାୟ ୩୧ ଗୋଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ସହିତ ବୌଦ୍ଧର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଜିଲ୍ଲାର ଏକମାତ୍ର ଓଡିଶା ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ନିମନ୍ତେ ଏଭଳି ସମୁଦାୟ ୩୨ଗୋଟି ପରୀକ୍ଷା କେନ୍ଦ୍ରରେ ଜିଲ୍ଲାର ସମୁଦାୟ ୬୬୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।

ସେହିପରି ଜଗତସିଂହପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଶୃଙ୍ଖଳିତ ଭାବେ ମାଟ୍ରିକ ପରୀକ୍ଷା କରାଯିବାକୁ ଜିଲ୍ଲା ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କପି ରୋକିବାକୁ ସ୍କ୍ବାର୍ଡ ସାଙ୍ଗକୁ ପ୍ରତି ପରୀକ୍ଷା ହଲରେ ସିସିଟିଭି ଲଗାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷାହଲରେ ପହଞ୍ଚିଥିଲେ। ସକାଳ 8ଟାରୁ ଆଜି ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର 8ଟି ନୋଡାଲ ସେଣ୍ଟରରେ ରଖାଯାଇଥିବା ପ୍ରଶ୍ନପତ୍ରକୁ ୯୧ଟି ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚାଯାଇଥିଲା । ଚଳିତ ବର୍ଷ ଜିଲ୍ଲାରେ ସେମେଟିଭ-୨ ମାଟ୍ରିକ ପରୀକ୍ଷାରେ ୧୩ହଜାର ୩୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ମଧ୍ୟମା (ସଂସ୍କୃତ)ପରୀକ୍ଷାର୍ଥୀଙ୍କ ସଂଖ୍ୟା ୪୪ଓ ୮୮ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, କେନ୍ଦ୍ରାପଡା/ବୌଦ୍ଧ/ଜଗତସିଂହପୁର

Last Updated :Mar 10, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.