ETV Bharat / state

Flood threat: ସମ୍ଭାବ୍ୟ ବନ୍ୟା ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା, ପ୍ରଶାସନର ପ୍ରାକ୍ ପ୍ରସ୍ତୁତି

author img

By

Published : Aug 3, 2023, 9:59 PM IST

ମହାନଦୀରେ ମଧ୍ୟମ ଧରଣର ବନ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ହାଇ ଆଲର୍ଟରେ ରହିଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅଧିକ ପଢନ୍ତୁ

ସମ୍ଭାବ୍ୟ ବନ୍ୟାକୁ ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା
ସମ୍ଭାବ୍ୟ ବନ୍ୟାକୁ ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା

ସମ୍ଭାବ୍ୟ ବନ୍ୟାକୁ ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ମହାନଦୀରେ ମଧ୍ୟମ ଧରଣର ବନ୍ୟାକୁ ନେଇ ହାଇ ଆଲର୍ଟରେ କେନ୍ଦ୍ରାପଡା ଜିଲ୍ଲା। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନକୁ ଗୁରୁବାର ମଧ୍ୟାହ୍ନ ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହିପରି ବନ୍ୟାର ପ୍ରାକ୍ ପ୍ରସ୍ତୁତି ପୂର୍ବକ ମହାନଦୀର ଶାଖା ନଦୀ କୂଳମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ଳକର ବିଡ଼ିଓ, ତହସିଲଦାର, ବିଭିନ୍ନ ଲାଇନ ବିଭାଗର କର୍ମଚାର ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଥିବାବେଳେ ପରିସ୍ଥିତି ଉପରେ ଦୃଷ୍ଟି ରଖି କେନ୍ଦ୍ରାପଡା ଜିଲ୍ଲାରେ NDRF ଏବଂ ODRAF ଟିମ୍ ମୁତୟନ କରାଯାଇଛି। ତେବେ NDRF ର ୧୭ ଜଣ ସଦସ୍ୟ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ୧୭ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟିମକୁ ମହାକାଳପଡ଼ା ବ୍ଲକରେ ମୁତୟନ କରାଯାଇଥିବାବେଳେ ODRAF ଟିମକୁ ମାର୍ଶାଘାଇ ବ୍ଳକରେ ମୁତୟନ କରାଯାଇଛି।

ଏଥିସହ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "କେନ୍ଦ୍ରାପଡ଼ା ଜିଲ୍ଲାର ୧୦ଟି ଅଗ୍ନିଶମ ବିଭାଗକୁ ଆଲର୍ଟରେ ରଖାଯାଇଛି । ଡେରାବିଶ୍, ଗରଦପୁର, ମାର୍ଶାଘାଇ ,ମହାକାଳପଡ଼ା ଆଦି ବ୍ଲକର ୪୧ଟି ପଞ୍ଚାୟତର ୧୦୫ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ଏହି ଗାଁ ଗୁଡ଼ିକରେ ବନ୍ୟା ହେଲେ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ବାଲି ବସ୍ତା ମହଜୁଦ ରଖାଯାଇଛି।"

ଏହା ବି ପଢନ୍ତୁ...ମହାନଦୀରେ ଆସୁଛି ବନ୍ୟା, 6 ଜିଲ୍ଲାକୁ ଜଳ ପ୍ରଳୟ ବିପଦ !

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଗୁଡିକ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ବୁଧବାର ସକାଳଠାରୁ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଂକେତ 17.83 ମିଟର ଥିବାବେଳେ ସେଠାରେ ଗୁରୁୁବାର ସକାଳ ସୁଦ୍ଧା ସର୍ବାଧିକ 19.88 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ମଧ୍ୟାହ୍ନ ସୁଦ୍ଧା ଏହା କ୍ରମଶଃ ହ୍ରାସ ପାଇଛି। ଏହା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ବ୍ଳକ ପ୍ରଭାବିତ ହୋଇଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.