ETV Bharat / state

Panchayat Poll: ବିଜ୍ଞପ୍ତି ଜାରି କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

author img

By

Published : Jan 13, 2022, 5:23 PM IST

ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଜାରି କରିଛି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ: ବିଜ୍ଞପ୍ତି ଜାରି କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ
ପଞ୍ଚାୟତ ନିର୍ବାଚନ: ବିଜ୍ଞପ୍ତି ଜାରି କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ନିର୍ବାଚନ ବିଜ୍ଞପ୍ତି। ଜିଲ୍ଲାର ୯ଟି ବ୍ଲକରେ ମୋଟ ୧୧ଲକ୍ଷ ୪୭ହଜାର ୩୩୦ଜଣ ଭୋଟର ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ପଞ୍ଚାୟତ ନିର୍ବାଚନ: ବିଜ୍ଞପ୍ତି ଜାରି କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

ଏଥିସହ ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ, ୨୪୯ଟି ପଞ୍ଚାୟତ ସହ ୩୬୯୮ଟି ୱାର୍ଡରେ ନିର୍ବାଚନ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୭ ତାରିଖରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ, ୨୨ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ, ୨୩ତାରିଖ ଦିନ ପ୍ରାର୍ଥୀଙ୍କ ନାମ ପ୍ରକାଶିତ କରାଯିବା ସହ ୨୫ ତାରିଖ ଦିନ ପ୍ରାର୍ଥି ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ସେହିଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ବୈଠକ ଶେଷ ହୋଇଥିବା ବେଳେ ତହସିଲଦାର, ବିଡ଼ିଓ, IIC ମାନେ ତୃଣମୂଳ ସ୍ତରରେ ଆଚରଣ ବିଧି ପାଳନ ପାଇଁ କଡା ପଦକ୍ଷେପ ନେବାକୁ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେହିପରି ଆଚରଣ ବିଧି ଲାଗୁ ହୋଇଥିବାରୁ ଏବେ ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ହୋର୍ଡିଂକୁ ହଟାଯାଉଥିବା ବେଳେ ଏଥିରେ ସହରାଞ୍ଚଳକୁ ସାମିଲ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.