ETV Bharat / state

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା କଂଗ୍ରେସ

author img

By

Published : Oct 22, 2022, 12:02 PM IST

ବେଆଇନ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ ସମୟରେ ଏକ ଘରୋଇ ଟିଭି ଚ୍ୟାନେଲର କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଆକ୍ରମଣ । ଏହାକୁ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗତକାଲି(ଶୁକ୍ରବାର) କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ
କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ

କେନ୍ଦ୍ରାପଡା: ଅସୁରକ୍ଷିତ ସାମ୍ବାଦିକ! ପୁଣି ସାମ୍ନାକୁ ଆସିଲା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ବେଆଇନ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ଦେମାଳ ପଞ୍ଚାୟତରେ ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ନେଇ ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ହୋଇଥିବା ବେଳେ ତାଙ୍କ ନାମ ପ୍ରଭାତ ଲେଙ୍କା ବୋଲି ଜଣାପଡିଛି । ତେବେ ପ୍ରଭାତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ ।

କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ

ଏହା ମଧ୍ୟ ପଢନ୍ତୁ: OCA ନିର୍ବାଚନରେ ବିଜେଡ଼ି ନେତା ସାମିଲ ଅର୍ଥ ଦୁର୍ନୀତିକୁ ପ୍ରଶୟ ଦେବା: ବିଜେପି

ସୂଚନାଅନୁସାରେ, କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ଦେମାଳ ପଞ୍ଚାୟତରେ ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ସୂଚନା ପାଇ ସେଠାକୁ ନିଜ କ୍ୟାମେରାମ୍ୟାନଙ୍କ ସହ ଖବର ସଂଗ୍ରହ ପାଇଁ ଯାଇଥିଲେ ଏକ ଘରୋଇ ଟିଭି ଚ୍ୟାନେଲର କେନ୍ଦ୍ରାପଡା ସାମ୍ବାଦିକ ପ୍ରଭାତ ଲେଙ୍କା। ତେବେ ଖବର ସଂଗ୍ରହ କରି ଫେରିବା ସମୟରେ ପତ୍ରପୁର ପୋଲ ନିକଟରେ ତାଙ୍କ ନିକଟକୁ ଏକ ଅଜଣା ଫୋନ କଲ ଆସିଥିଲା ଓ କଲ କରିଥିବା ଯୁବକ ଜଣକ ତାଙ୍କ ନିକଟରେ କିଛି ଗୁପ୍ତ ତଥ୍ୟ ଥିବା କହି ତାଙ୍କୁ ଡକାଇଥିଲେ । କ୍ୟାମେରାମ୍ୟାନଙ୍କୁ ପତ୍ରପୁର ପୋଲ ନିକଟରେ ଛାଡି ପ୍ରଭାତ ପୁନଃବାର ପଛକୁ ଫେରିବା ସମୟରେ ଭରତପୁରଠାରେ ଯୋଜନା ମୁତାବକ ଛକି ରହିଥିବା ୪ରୁ ୬ ଜଣ ଯୁବକ ତାଙ୍କ ସହ ପ୍ରଥମେ ବଚସା କରି ଯୋଜନାବଦ୍ଧ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପ୍ରଭାତଙ୍କ ପତ୍ନୀ ସୁମିତ୍ରା ଲେଙ୍କା । ତେବେ ଏହି ଘଟଣାରେ ଶାସକ ଦଳର ନେତା ଓ କର୍ମୀ ସମ୍ପୃକ୍ତ ଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛି କଂଗ୍ରେସ ।

ଏହାସହ ଦୋଷୀଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରାନଗଲେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛି ବ୍ଲକ ଯୁବ କଂଗ୍ରେସ ସଭାପତି । ସେହିପରି ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବା ବେଳେ ଏଭଳି ଆକ୍ରମଣ ଶାସକ ଦଳର ନେତାଙ୍କ ନିମ୍ନ ମାନସିକତାକୁ ପଦାରେ ପକାଉଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା। ଓଡିଶା ସୂଚନା ଅଧିକାର ଅଭିଯାନ(OSAA) ଆଜି ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ ସାରା ରାଜ୍ୟରେ ସୂଚନା ଅଧିକାରୀମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.