ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ବିଭାଗ ଅଧିକାରୀ

author img

By ETV Bharat Odisha Team

Published : Dec 24, 2023, 9:56 AM IST

ଭିଜିଲାନ୍ସ ହାତରେ ଲାଞ୍ଚୁଆ କୃଷି ବିଭାଗ ଅଧିକାରୀ
ଭିଜିଲାନ୍ସ ହାତରେ ଲାଞ୍ଚୁଆ କୃଷି ବିଭାଗ ଅଧିକାରୀ

Assit Technology Manager caught taking bribe: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ କର୍ମଚାରୀ । ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଆଗକୁ ପଡ଼ନ୍ତୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ କର୍ମଚାରୀ । ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡା ବ୍ଲକ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର ରାଜେଶ କୁମାର ସେନାପତି ଧାନକଟା ଓ ବାଡ଼ିଆ ମେସିନ ବିଲ୍ ଯୋଗାଇ ଦେବାକୁ ଲାଞ୍ଚ ନେଉଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ପରେ ଲାଞ୍ଚୁଆ ସରକାରୀ ବାବୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

କେନ୍ଦ୍ରାପଡା ବ୍ଲକ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜରଙ୍କୁ ଧରିଲା ଭିଜିଲାନ୍ସ । ସେ ଜଣେ ଧାନ କଟା ଓ ବାଡେଇବା ମେସିନ ସପ୍ଲାୟରଙ୍କ ଠାରୁ ଏକ ଅଫିସ ବିଲ୍ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସପ୍ଲାୟର ଜଣଙ୍କ କୌଣସି ଉପାୟ ନପାଇ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ଭିଜିଲାନ୍ସ ବିଭାଗରେ ନିଜର ଅଭିଯୋଗ କରିଥିଲେ । ରାଜେଶ ସେନାପତି ସପ୍ଲାୟରଙ୍କ ଠାରୁ ଲାଞ୍ଚ ଟଙ୍କା ପାଇବା ପାଇଁ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ଯୋଜନା ମୁତାବକ ପୂର୍ବରୁ ଭିଜିଲାନ୍ସ ବିଭଗର କର୍ମଚାରୀମାନେ ଛକି ରହିଥିଲେ । ରାଜେଶ ଟଙ୍କା ନେଉଥିବା ବେଳେ ତାଙ୍କୁ ମାଡି ବସିଥିଲେ ଭିଜିଲାନ୍ସ ଟିମ୍ । ଏନେଇ କଟକ ଭିଜିଲାନ୍ସ କେଶ ନଂ ୩୯/୨୨ରେ ମାମଲା ରୁଜୁ ହୋଇଛି । ଏହା ସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପହଞ୍ଚି ଛାନଭିନ୍ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ... ଦୁର୍ନୀତି ଟଙ୍କାରେ ବିଦେଶ ବୁଲୁଥିଲେ, ଗିରଫ ହେଲେ ମୁଖ୍ୟ ଯୋଗାଣ ଅଧିକାରୀ

ସେହିଭଳି ଗତ 21 ତାରିଖ ଦିନ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ପ୍ରଶାନ୍ତଙ୍କ ଭୁବନେଶ୍ବର ଏବଂ ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଥିଲା । ତାଙ୍କର ଖୋର୍ଦ୍ଧାରେ ୫ଟି ସ୍ଥାନରେ ଜମି ସମେତ ଭୁବନେଶ୍ବରରେ ଦୁଇଟି ସ୍ଥାନରେ ଘର ଓ ଦୁଇଟି ଫ୍ଲାଟ୍ ଥିଲେ । ରେଡ ବେଳେ ଘରୁ ମିଳିଥିଲା ୮ ଲକ୍ଷର ନଗଦ, ୬୧୩ ଗ୍ରାମର ସୁନା ଗହଣା, ଗୋଟିଏ କାର ସମେତ ଦୁଇଟି ବାଇକ । ୩୩ ଲକ୍ଷର ଆକାଉଣ୍ଟରେ ଫିକ୍ସ ଡିପୋଜିଟ ସହ କୋଟିଏ ୨୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ । ଆୟଠାରୁ ୧୨୮ ପ୍ରତିଶତ ଅଧିକ ଧନ ସଞ୍ଚୟ ରଖି ଏବେ ଗିରଫ ହୋଇ କୋର୍ଟ ଚାଲାଣ ପରେ ଜେଲ ଯାଇଛନ୍ତି ଯୋଗାଣ ଅଧିକାରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.