ETV Bharat / state

ଦୁର୍ନୀତି ଟଙ୍କାରେ ବିଦେଶ ବୁଲୁଥିଲେ, ଗିରଫ ହେଲେ ମୁଖ୍ୟ ଯୋଗାଣ ଅଧିକାରୀ

author img

By ETV Bharat Odisha Team

Published : Dec 22, 2023, 10:50 PM IST

Chief Supply officer under vigilance scanner:ମୁଖ୍ୟ ଯୋଗାଣ ଅଧିକାରୀଙ୍କ ମୁଖା ଖୋଲିଲା ।ଦୁର୍ନୀତି ଟଙ୍କାରେ ବିଦେଶରେ ଘୁରି ବୁଲୁଥିଲେ । ଆୟଠାରୁ ଅଧିକ ସଞ୍ଚୟ କରି ଏବେ ଜେଲ ଗଲେ । ଅଧିକ ପଢନ୍ତୁ

ଦୁର୍ନିତି ଟଙ୍କାରେ ବିଦେଶ ବୁଲୁଥିଲେ, ଗିରଫ ହେଲେ ମୁଖ୍ୟ ଯୋଗାଣ ଅଧିକାରୀ
ଦୁର୍ନିତି ଟଙ୍କାରେ ବିଦେଶ ବୁଲୁଥିଲେ, ଗିରଫ ହେଲେ ମୁଖ୍ୟ ଯୋଗାଣ ଅଧିକାରୀ

ଦୁର୍ନିତି ଟଙ୍କାରେ ବିଦେଶ ବୁଲୁଥିଲେ, ଗିରଫ ହେଲେ ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ବର: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦୁର୍ନୀତିର ପେଡ଼ି ମହଙ୍ଗା ପଡ଼ିଛି । ଭିଜିଲାନ୍ସ ରେଡ ବେଳେ ଦୁର୍ନୀତି କରି ବଞ୍ଚିଥିବା ସଞ୍ଚୟ ଧନ ସାମ୍ନାକୁ ଆଣିଛି ।ଖୋର୍ଦ୍ଧାରେ ୫ଟି ସ୍ଥାନରେ ଜମି ସମେତ । ଭୁବନେଶ୍ୱର ଦୁଇଟି ସ୍ଥାନରେ ଘର ଓ ଦୁଇଟି ଫ୍ଲାଟ୍ ରଖିଥିଲେ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ।ଏପରିକି ଭିଜିଲାନ୍ସ ରେଡ ବେଳେ ଘରୁ ମିଳିଲା ୮ଲକ୍ଷର ନଗଦ କ୍ୟାସ ସହ ୬୧୩ଗ୍ରାମର ସୁନା ଗହଣା । ଗୋଟିଏ କାର ସମେତ ଦୁଇଟି ବାଇକ ରଖିଥିଲେ ଦୁର୍ନିତି ଖୋର ବାବୁ । ୩୩ଲକ୍ଷର ଆକାଉଣ୍ଟରେ ଫିକ୍ସ ଡିପୋଜିଟ ସହ କୋଟିଏ ୨୦ଲକ୍ଷର ଇନସୁରାନସ୍ କରିଥିଲେ । ଆୟଠାରୁ ୧୨୮ପ୍ରତିଶତ ଅଧିକ ଧନ ସଞ୍ଚୟ ରଖି ଏବେ ଗିରଫ ହୋଇ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜ ଝାରପଡ଼ା ଜେଲ ଯାଇଛନ୍ତି ଯୋଗାଣ ଅଧିକାରୀ ।

ତେବେ ଉପରୁ ସାଧାରଣ ଦିଶୁଥିବା ଯୋଗାଣ ବିଭାଗ ଅଧିକାରୀ ବାବୁ ବେସ ସଉକିଆ ମିଜାଜର ଥିଲେ । ବିଦେଶ ଗସ୍ତରେ ଅନେକ ଟଙ୍କା ଖର୍ଟ୍ଟ କରୁଥିଲେ ।ବିମାନରେ ଉଡ଼ିବା ବିଦେଶ ଖାଦ୍ୟ ସହ ବିଦେଶ ମାଟିରେ ଦୁର୍ନିତି କରି କମାଇଥିବା ଟଙ୍କା ଉଡାଉଥିଲେ । କେତେବେଳେ ସୁଇଜରଲ୍ୟାଣ୍ଡ ତ କେତେବେଳେ ରୋମ ସହରରେ ରୋମିରେ ବୁଲୁଥିଲେ ଏହି ଦୁର୍ନିତିଖୋର ବାବୁ । ହେଲେ ବାବୁଙ୍କ ଦିମାଗ ଏତେ ଚାଲାକ କେହି ଜାଣି ନପାରିବା ପାଇଁ ଏବେବି ବାପାଙ୍କ ସରକାରୀ ବାସଭବନରେ ସେ ରହି ଆସୁଥିଲେ । ଅର୍ଥାତ୍ ବାପାଙ୍କ ଦେହାନ୍ତ ପରେ ବି ଖାରବେଳ ନଗର ମୁନିସିପାଲିଟି କଲୋନିରେ ନିଜ ଆଜବେଷ୍ଟସ ବାସଭବନରେ ରହୁଥିଲେ ।

ଅନ୍ୟପଟେ ଭୁବନେଶ୍ୱରରେ ୨ଟି ଘର ସମେତ ୨ଟି ଫ୍ଲାଟ୍ ସତ୍ବେ ଆଜବେଷ୍ଟସ ସରକାରୀ କ୍ବାଟର ଛାଡି ଆସୁନଥିଲେ ।କାରଣ ବିଭାଗରେ ଦୁର୍ନିତିରେ କରି ଅନେକ ଟଙ୍କା ସଞ୍ଚୟ କରୁଥିଲେ ।ଯାହକି ଧରାନପଡିବା ଭୟରେ ଏପରି କୋଟିପତି ହୋଇ ବି ସାଧାସିଧା ଜୀବନ ବିତାଉଥିଲେ ।ଆୟଠାରୁ ବେସ ୧୨୮ପ୍ରତିଶତ ଅଧିକ ଧନ ସଞ୍ଚୟ କରିଥିଲେ । ଅର୍ଥାତ୍ ୨କୋଟି ୮୭ଲକ୍ଷର ଆୟବହିର୍ଭୁତ ସମ୍ପତି ସଞ୍ଚୟ କରିଥିଲେ ଯାହାକୁ ଭିଜିଲାନ୍ସ ରେଡ ବେଳେ ଧରିଛି ।

ଏହା ମଧ୍ୟ ପଢନ୍ତୁ .....ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ତେବେ ଗତକାଲି ଭୁବନେଶ୍ୱରେ ୮ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଥିଲା ଭିଜିଲାନ୍ସ । ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ ସହ ଭୁବନେଶ୍ୱରେରେ ଲକ୍ଷ୍ମିସାଗର ,ପାଣ୍ଡରାର ଦୁଇଟି ସ୍ଥାନ ସହ ଖାରବେଳ ନଗର ୟୁନିଟ ୩ ସରକାରୀ ବାସ ଭବନ ଏବଂ ଚନ୍ଦ୍ରଶେଖରପୁରରେ ଚଢାଉ କରିଥିଲା ବିଭାଗ ।ଏହାସହ ଗଞ୍ଜାମର ପୈତୃକ ଘର ନିଳାଞ୍ଚ ହାଇଟସ ଆପାର୍ଟମେଣ୍ଟ, ବୈଦନାଥପୁର ଥାନା ଅନ୍ତର୍ଗତ କୋ ଅପରେଟିଭ କଲୋନି ସହ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ରେଡ କରିଥିଲେ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.