ETV Bharat / state

କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ: କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କ ସହ କଲେ ଆଲୋଚନା

author img

By

Published : Sep 16, 2020, 7:45 PM IST

କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ: କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କ ସହ କଲା ଆଲୋଚନା
କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ: କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କ ସହ କଲା ଆଲୋଚନା

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲା ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ଜିଲ୍ଲାର ହୋଇଥିବା ବନ୍ୟା କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଥିଲା କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିଥିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ l ପାଟନା କୃଷି ବିଭାଗ ନିର୍ଦେଶକ ଡକ୍ଟର ବିରେନ୍ଦ୍ର ସିଂ ଓ ରାଜପଥ, ସଡକ ପରିବହନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହାପାତ୍ର ଆଜି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l

କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ: କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କ ସହ କଲା ଆଲୋଚନା

ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର କ୍ଷୟକ୍ଷତି ଆକଳନ ପାଇଁ ବୁଧବାର କେନ୍ଦ୍ରୀୟ ଟିମ ବିଭିିନ୍ନ ଜିଲ୍ଲା ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବନ୍ୟା ପ୍ରଭାବିତ ଡେରାବିଶ ବ୍ଲକ, ପଟ୍ଟାମୁଣ୍ଡାଇ ବ୍ଲକ୍, ଆଳି ଓ ରାଜକନିକା ବ୍ଲକ ବୁଲି ଦେଖିଥିଲେ l ପ୍ରଥମେ ଡେରାବିଶ ବ୍ଲକ୍ ବେଣିପୁର ଠାରେ ବିରୂପା ନଦୀରେ ହୋଇଥିବା ଘାଇ ଓ ବନ୍ୟା ବିପନ୍ନଙ୍କୁ ଭେଟିଥିଲେ l ଏହା ପରେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୋଳଥିଆ, ବାଲିକିରା, ତରଡିପାଳ ପଞ୍ଚାୟତର ପୋଖରିକୂଳ, ବିଲ ହରିଜନ ସାହି, ଅଳପୁଆ ପଞ୍ଚାୟତର ସବଳପୁର୍, ମିଶ୍ରବାଗ୍ ହରିଜନସାହି, ଆଳିର ଡିମିରି ପାଳ, ଦେସାହି, ଏରଡଙ୍ଗ, ପେତପଡା, ମଧୁସୂଦନପୁର୍, ରାଜକନିକା ବ୍ଲକର ଭାରିଗଦା, କାନପୁର୍ ପ୍ରଭୃତି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ l

ରାଜ୍ୟ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ୍ କୁମାର ଲେଙ୍କା ଓ ନଦୀ ବନ୍ଧ ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ କେନ୍ଦ୍ରୀୟ ଟିମ୍ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l କେନ୍ଦ୍ରୀୟ ଟିମ୍ ସହିତ ସ୍ଥାନୀୟ ବିଡିଓ, ତହସିଲଦାର, ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.