ETV Bharat / state

କେନ୍ଦ୍ରାପଡାରେ ୭୪ତମ ସମ୍ବିଧାନର ପ୍ରତିଷ୍ଠା ଦିବସ ପାଳିତ, ଶପଥ ନେଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Nov 26, 2023, 4:26 PM IST

କେନ୍ଦ୍ରାପଡାରେ ୭୪ତମ ସମ୍ବିଧାନର ପ୍ରତିଷ୍ଠା ଦିବସ , ଶପଥ ନେଲେ ଛାତ୍ରଛାତ୍ରୀ
କେନ୍ଦ୍ରାପଡାରେ ୭୪ତମ ସମ୍ବିଧାନର ପ୍ରତିଷ୍ଠା ଦିବସ , ଶପଥ ନେଲେ ଛାତ୍ରଛାତ୍ରୀ

ଆଜି ହେଉଛି ୭୪ତମ ସମ୍ବିଧାନ ପ୍ରତିଷ୍ଠା ଦିବସ । ଏହି ଆବସରରେ କେନ୍ଦ୍ରାପଡାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଆଜି(ରବିବାର) ହେଉଛି ସମ୍ବିଧାନ ଦିବସ । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ଆଜିର ଦିନରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ମଧ୍ୟ ସମ୍ବିଧାନର ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିବାବେଳେ ସେମାନଙ୍କୁ ଶପଥପାଠ କରାଯାଇଥିଲା ।

ସୂଚନା ଯୋଗ୍ୟ ଏହି ସମ୍ବିଧାନ ଦିବସ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ଗୃହୀତ ହୋଇଥିଲା । ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ହେଉଛି ଭାରତୀୟ ସମ୍ବିଧାନ । ମୂଳ ଭାରତୀୟ ସମ୍ବିଧାନରେ ୩୯୫ଟି ଧାରା, ୨୨ଗୋଟି ପାର୍ଟ, ୮ଟି ସିଡୁଲ୍ ଥିବାବେଳେ ବର୍ତମାନ ସୁଦ୍ଧା ଏଥିରେ ୪୪୮ଟି ଧାରା,୨୫ ଗୋଟି ପାର୍ଟ ଓ ୧୨ଟି ସିଡୁଲ୍ ରହିଛି ।

ଏହି ଅବସରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧକ୍ଷତାରେ ଜିଲ୍ଲା ସଦଭାବନା ଗୃହରେ ଏକ ବୈଠକ ଆୟୋଜନ କରାଯାଇଥିଲା । ସେ ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏହି ଅବସରରେ ସେ କହିଛନ୍ତି ," ଆମ ସମ୍ବିଧାନ ଆମର ଗୌରବ, ପରିଚୟ ଓ ଏହା ଆମ ଅସ୍ମିତାର ପରିଚୟ ।" ଏହାସହ ଆମ ଭାରତୀୟ ସମ୍ବିଧାନ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସୁଦୃଢ଼ କରିିଛି ବୋଲି କହିଥିଲେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ....Explained: ଭାରତୀୟ ସମ୍ବିଧାନରେ ଆର୍ଥିକ ଜରୁରୀ ପରିସ୍ଥିତି କ'ଣ

ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆର ସିଂହ । ପୁଣ୍ୟ ପୁଲକିତା ପତି, ତେଜ୍ ତନ୍ମୟ, ନାଜିଆ ଖାତୁନ୍‌, ସ୍ୱାତୀଲଗ୍ନା ସାହୁ, ବିଶାଶ୍ରୀ ସୁପ୍‌କାର ଭାରତୀୟ ସମ୍ବିଧାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରକାଶ ଚନ୍ଦ୍ର ଦାସ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରାଛାତ୍ରୀମାନେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ମନ୍ କି ବାତ୍: 26/11 ଆକ୍ରମଣକୁ ମନେ ପକାଇଲେ, ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଭୁଲି ହେବ ନାହିଁ କହିଲେ ପ୍ରଧାନମନ୍ତ୍ରୀ

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.