ETV Bharat / bharat

ମନ୍ କି ବାତ୍: 26/11 ଆକ୍ରମଣକୁ ମନେ ପକାଇଲେ, ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଭୁଲି ହେବ ନାହିଁ କହିଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 26, 2023, 12:55 PM IST

107 ତମ ମନ୍ କି ବାତରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । 26/11 ଆତଙ୍କୀ ଆକ୍ରମଣ ବିଷୟରେ କରିଛନ୍ତି, ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଭୁଲି ହେବ ନାହିଁ । ଅଧିକ ପଢ଼ନ୍ତୁ

pm modi in 107th Mann Ki Baat
Mann Ki Baat

ନୂଆଦିଲ୍ଲୀ: 107ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରସଙ୍ଗରେ ମନ କଥା କହିବା ସହ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 26/11 ଆତଙ୍କୀ ଆକ୍ରମଣକୁ ମନେ ପକାଇ ସେହି 26 ନଭେମ୍ବରକୁ କେବେ ଭୁଲି ହେବ ନାହିଁ । 15 ବର୍ଷ ତଳର ଜଘନ୍ୟ ଆତଙ୍କୀ ଆକ୍ରମଣକୁ ଦେଶ କେବେ ଭୁଲିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ । ଏହା ସହିତ ରାଷ୍ଟ୍ର ନିର୍ମାଣର କମାଣ୍ଡ ଜନତାଙ୍କ ହାତରେ ଥିଲେ ଦୁନିଆର କୌଣସି ଶକ୍ତି ଦେଶର ବିକାଶକୁ ଅଟକାଇପାରିବ ନାହିଁ । ଭୋକାଲ ଫର୍‌ ଲୋକାଲ୍‌ ବିକାଶର ଗ୍ୟାରେଣ୍ଟି । ଭୋକାଲ ଫର୍‌ ଲୋକାଲ୍‌ ମନ୍ତ୍ର ଆମ ଅର୍ଥ ବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ ବୋଲି 107ତମ ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | In Mann ki Baat, Prime Minister Narendra Modi says, "...When the public takes part in national building, nothing can stop it from moving forward... Today, in India, the people of India are leading many changes in the nation..." pic.twitter.com/dG6rIyz6Z4

    — ANI (@ANI) November 26, 2023 " class="align-text-top noRightClick twitterSection" data=" ">

26 ନଭେମ୍ବରକୁ ଭୁଲି ହେବ ନାହିଁ: ନଭେମ୍ବର 26 ତାରିଖକୁ ଆମେ କେବେ ଭୁଲି ପାରିବା ନାହିଁ । ଆଜିକୁ ଠିକ 15 ବର୍ଷ ତଳେ ଜଘନ୍ୟ ଆତଙ୍କୀ ଆକ୍ରମଣ ହୋଇଥିଲା । ଆଜି ଦିନରେ ଆତଙ୍କୀ ପୁରା ମୁମ୍ବାଇକୁ ଓ ଦେଶକୁ ଦୋହଲାଇ ଦେଇଥିଲେ । ମାତ୍ର ଆଜିର ଭାରତ ସାମର୍ଥ୍ୟ ହୋଇଛି । ସେହି ଆକ୍ରମଣରୁ ବାହାରକୁ ବାହାରିଛି । ଏବେ ଆତଙ୍କୀଙ୍କୁ ଦମନ କରିବାରେ ସଫଳ ହୋଇଛି । ମୁମ୍ବାଇ ଆକ୍ରମଣରେ ଜୀବନ ହରାଇଥିବା ସମସ୍ତଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଦେଉଛି । ଏହି ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିବା ସମସ୍ତଙ୍କୁ ଦେଶ ମନେ ପକାଉଛି । 26 ନଭେମ୍ବରର ଆଉ ଗୋଟିଏ କାରଣ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ । 1949 ଆଜିର ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅଙ୍ଗୀକାର କରିଥିଲା । 2015ରୁ ବାବା ସାହେବ ଆମ୍ବେଦକରଙ୍କ 125ତମ ଜନ୍ମଜୟନ୍ତୀକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥିଲା । ସେବେଠୁ ନଭେମ୍ବର 26କୁ ସମ୍ବିଧାନ ଦିବସ ଭାବେ ପାଳ କରାଯାଉଛି । ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା । ନାଗରିକତାଙ୍କ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ବିକଶିତ ଭାରତ ସଂକଳ୍ପକୁ ନିହାତି ପୁରଣ କରିବା । ସମ୍ବିଧାନ ନିର୍ମାଣ ପାଇଁ 2 ବର୍ଷ 11ମାସ 18 ଦିନ ସମୟ ଲାଗିଥିଲା । ସଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ବରିଷ୍ଠ ସଦସ୍ୟ ଥିଲେ । ଏବେ ସୁଦ୍ଧା 106ଥର ସମ୍ବିଧାନ ସଂଶୋଧନ ହୋଇଥିବା ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

  • In Mann ki Baat, Prime Minister Narendra Modi says, "...We can never forget November 26... It was today that a heinous attack took place on our country... I pay my tribute to all the people who lost their lives in the Mumbai attack..." pic.twitter.com/Sbba35ncxp

    — ANI (@ANI) November 26, 2023 " class="align-text-top noRightClick twitterSection" data=" ">

ସଂକଳ୍ପ ଶକ୍ତିର ଉଦାହରଣ ନାରୀ ଶକ୍ତି ବନ୍ଦନ ଅଧିନିୟମ: ସମ୍ବିଧାନ ସଭାର କିଛି ସଦସ୍ୟ ମୋନନୀତ ହୋଇଥିଲେ । ଯେଉଁଥରେ 15ଜଣ ମହିଳା ଥିଲେ । ହଂସା ମେହତାଜୀ ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ ସ୍ବର ଉଠାଇଥିଲେ । ସେହି ସମୟରେ ଭାରତ ସେହି କିଛି ଦେଶ ମଧ୍ୟରେ ଥିଲା ଯେଉଁଠି ମହିଳାଙ୍କୁ ସମ୍ବିଧାନରେ ଭୋଟିଂର ଅଧିକାର ମିଳିଥିଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଲୋକତନ୍ତ୍ରର ସଂକଳ୍ପ ଶକ୍ତିର ଉଦାହରଣ । ଏହା ବିକଶିତ ଭାରତ ସଂକଳ୍ପକୁ ଗତି ଦେବାରେ ସହାୟକ ହେବ । ରାଷ୍ଟ୍ର ନିର୍ମାଣରେ ସବକା ସାଥ୍‌ ଥିଲେ ସବକା ବିକାଶ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • In Mann ki Baat, Prime Minister Narendra Modi says, "...Last month I had emphasized on 'Vocal for Local' in Mann ki Baat... Business of more than Rs 4 lakh crore occurred during the Diwali, Bhai Dooj, and Chhath in the last few days..." pic.twitter.com/m9q6pjsPZl

    — ANI (@ANI) November 26, 2023 " class="align-text-top noRightClick twitterSection" data=" ">

ଜୀବନ ବଞ୍ଚାଇବାକୁ ଜଳ ସଂରକ୍ଷଣ: ଦୁନିଆରେ ଜଳ ସଂରକ୍ଷଣ ଏକ ଚ୍ୟାଲେଞ୍ଜ ହୋଇଛି । ଜଳ ସଂରକ୍ଷଣ କରିବା ଜୀବନ ବଞ୍ଚାଇବାଠୁ କମ ନୁହେଁ । ଯେବେ ଆମ ସାମୂହିକତାର ସହ କୌଣସି କାମ କରିଥାଉ ତେବେ ସଫଳତା ମିଳିଥାଏ । ଯାହାର ଏକ ଉଦାହରଣ ଅମୃତ ସରୋବର । ଦେଶରେ 65 ହଜାର ଅମୃତ ସରୋବର ତିଆରି ହୋଇଛି । ଏହା ଆଗାମୀ ପିଢିଙ୍କୁ ଲାଭ ଦେବ ବୋଲି 107ତମ ମନ୍ କି ବାତରେ କହିଛନ୍ତି ପ୍ରଧାନମମନ୍ତ୍ରୀ ।

107ତମ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶୀ ଉତ୍ପାଦକୁ ଗୁରୁତ୍ବ ଦେବାକୁ କହିବା ସହ ଡିଜିଟାଲ ପେମେଣ୍ଟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ର ନିର୍ମାଣର କମାଣ୍ଡ ଜନତାଙ୍କ ହାତରେ ଥିଲେ ଦୁନିଆର କୌଣସି ଶକ୍ତି ଦେଶକୁ ଆଗକୁ ବଢିବାରେ ଅଟକାଇପାରିବ ନାହିଁ । ଆଜି ଭାରତରେ ଅନେକ ପରିବର୍ତ୍ତନର ନେତୃତ୍ବ 140କୋଟି ଜନତା କରୁଛନ୍ତି । ଭୋକାଲ ଫର ଲୋକାଲ ରୋଜଗାର ଓ ବିକାଶର ଗ୍ୟାରେଣ୍ଟି । ଭୋକାଲ ଫର ଲୋକାଲ ମନ୍ତ୍ର ଆମ ଅର୍ଥବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ । ଭୋକାଲ ଫର ଲୋକାଲ ବିକଶିତ ଭାରତ ଓ ସମୃଦ୍ଧ ଭାରତର ଦ୍ବାର ଖୋଲିଛି । ଏହି ଅଭିଯାନ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୂତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମନ୍ କି ବାତରେ ଓଡିଶାର ଛଉ ନୃତ୍ୟ: ଗାଁର ପର୍ବ, ମେଳା ଓ ନୃତ୍ୟର ଅନନ୍ୟ ବିଶେଷତ୍ବ ଅଛି । ଓଡ଼ିଶା, ଝାଡ଼ଖଣ୍ଡ ଓ ବଙ୍ଗାଳର ଜନଜାତି ଅଞ୍ଚଳରେ ଛଉ ନୃତ୍ୟ ରହିଛି । 15 ଓ 17 ନଭେମ୍ବରରେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସହିତ ଶ୍ରୀନଗରରେ ଛଉ ପର୍ବ ଆୟୋଜିତ ହୋଇଥିଲା । ଏହା କାର୍ଯ୍ୟକ୍ରମରେ ଛଉ ନୃତ୍ୟର ଆନନ୍ଦ ନେଇଥିଲେ ଯୁବଗୋଷ୍ଠୀ । ଏହି ନୃତ୍ୟର ଏକ ପ୍ରଶିକ୍ଷଣ ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି: ପ୍ରଧାନମନ୍ତ୍ରୀ

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଦେଲେ: ଆସନ୍ତାକାଲି(ସୋମବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ । ଏହି ଦିନ ଦେବ ଦିପାବଳୀ ପାଳନ ହୋଇଥାଏ । ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ବନାରସୀବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଉଛନ୍ତି । ଏହା ସହିତ ଗୁରୁ ନାନକଜୀଙ୍କ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.