ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପାଟି ଶୁଣି ଉଦ୍ଧାର କଲେ ପଡୋଶୀ

author img

By

Published : Sep 14, 2021, 3:00 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଉଦ୍ଧାର କଲେ ପଡୋଶୀ

କେନ୍ଦ୍ରାପଡ଼ାରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର । ପାଟି ଶୁଣି ଉଦ୍ଧାର କଲେ ପଡ଼ୋଶୀ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ । ଘର ଭାଙ୍ଗିଯିବାରୁ କାନ୍ଥ ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି ।

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଉଦ୍ଧାର କଲେ ପଡୋଶୀ

ଘଟଣାରୁ ପ୍ରକାଶ ମାର୍ଶାଘାଇ ବ୍ଲକ ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ସେଠୀ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେ ତାଙ୍କ ସ୍ତ୍ରୀ ସୁନନ୍ଦା ସେଠୀ ଏବଂ ୨ ଶିଶୁ ପୁତ୍ରଙ୍କ ସହ ଘରେ ଥିବା ବେଳେ ହଠାତ୍ ତାଙ୍କ ଚାଳ ଛପର ଘର ତାଙ୍କ ଉପରେ ଭୁଶୁଡି ପଡିଥିଲା । ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭିଜି ଯାଇଥିଲା । ହଠାତ୍ ଘରଟି ଭୁଶୁଡି ପଡିବାରୁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ ସୁନନ୍ଦା ଏବଂ ତାଙ୍କ ୨ ଶିଶୁ ପୁତ୍ର ଘରତଳେ ଚାପି ହୋଇ ଚିତ୍କାର କରିଥିଲେ ।

ପାଟିଶୁଣି ସ୍ଥାନୀୟ ଲୋକ ମାନେ ଆସି ଚାଳ ଛପର କାଟି ତାଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ପ୍ରଭାବିତ ପରିବାର ସଦସ୍ୟ ସମସ୍ତେ ସୁସ୍ଥ ଅଛନ୍ତି । ସେପଟେ ଏବେ ବି ଘର ତଳେ ଚାପି ହୋଇ ରହିଛି ଘରର ସମସ୍ତ ଆସବାବପତ୍ର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.