ETV Bharat / state

କେନ୍ଦ୍ରାପଡାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

author img

By

Published : May 1, 2023, 2:13 PM IST

half born unknown dead body rescued in kendrapara
half born unknown dead body rescued in kendrapara

ଚକ୍ରୋଡା ଲକ୍‌ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କଲା ପୋଲିସ । ପରିଚୟ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

half born unknown dead body rescued in kendrapara

କେନ୍ଦ୍ରାପଡା: ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଲକ ନିକଟରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ଜଣେ ବୃଦ୍ଧ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ତାଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି(ସୋମବାର) ସକାଳ ସମଯରେ ଚକ୍ରୋଡା ଲକ ନିକଟରେ ଜଣେ ବୟସ୍କ ଭଳି ଦିଶୁଥିବା ବ୍ୟକ୍ତିଙ୍କ ଅଧା ପୋଡା ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଜମିଥିଲା । କିନ୍ତୁ ମୃତକ ଜଣଙ୍କ କିଏ ତାହା ଗ୍ରାମବାସୀ ଚିହ୍ନଟ କରିପାରିନଥିଲେ ।

ବ୍ୟକ୍ତି ଜଣଙ୍କୁ କେହି ହତ୍ୟା କରି ଅଧା ପୋଡା ଅବସ୍ଥାରେ ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ମୃତକଙ୍କ ଗୋଡ଼ରେ ଗାମୁଛା ବନ୍ଧା ଯାଇଥିବାରୁ ଏହା ହତ୍ୟା ସନ୍ଦେହକୁ ଦ୍ବିଗୁଣିତ କରୁଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ 3ମାସ ଭିତରକନିକା ବନ୍ଦ

ମୃତକ ଶରୀରର ୮୦ ଭାଗ ଜଳି ଯାଇଥିବା କୁହାଯାଉଛି । ଫଳରେ ମୃତଦେହକୁ ଚିହ୍ନିବା ମଧ୍ୟ ମୁସକିଲ ହୋଇପଡିଛି । ତେବେ କିଏ ଓ କାହିଁକି ବ୍ୟକ୍ତି ଜଣଙ୍କୁ ଏଠାରେ ଏପରି ଅବସ୍ଥାରେ ଫୋପାଡି ଦେଇ ଚାଲିଗଲା ତାହା ପୋଲିସର ତଦନ୍ତ ପରେ ଜଣା ପଡିବ । ଗତବର୍ଷ ମହାକାଳପଡ଼ା ବ୍ଲକର ଏକ ବୁଦା ନିକଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜିଲ୍ଲା ପୋଲିସ ଏହାର ଚିହ୍ନଟ ଆଜି ପର୍ଯ୍ୟନ୍ତ କରି ପାରିନାହିଁ । ସେହିପରି ଗତ ମାର୍ଚ୍ଚ ମାସରେ ଆଉ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ମୃତଦେହକୁ ଚିହ୍ନଟ କରିବା ଜିଲ୍ଲା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ।

ଗତ ଡିସେମ୍ବର 29 ତାରିଖରେ ଢେଙ୍କାନାଳ ସିମିଳିଆ ରେଳ ଧାରଣାରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି କ୍ଷତବିକ୍ଷତ ହୋଇଥିବାବେଳେ ମୃତ୍ୟୁର କାରଣ ଜଣାପଡିନଥିଲା । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଜିଆରପି ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ସେହିପରି ନଭେମ୍ବର ମାସରେ ପୁରୀ ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଘଟଣାସ୍ଥଳରେ ଭିଡ ଜମିଥିଲା । ମୃତ ବ୍ୟକ୍ତି ଜଣକ ମୁହଁ ମାଡି ଡ୍ରେନ ଭିତରେ ପଡିଥିବା ସମୟରେ ଏହାକୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.