ETV Bharat / state

Durga Idol Immersion Ceremony: ରାଜନଗରରେ ପ୍ରାଚୀନ ପରମ୍ପରା, ଚାପ ଖେଳି ମେଲାଣି ନେଲେ ମହାମାୟା

author img

By ETV Bharat Odisha Team

Published : Oct 26, 2023, 1:55 PM IST

kendrapara Durga puja immersion
ଚାପ ଖେଳି ମେଲାଣି ନେଲେ ମହାମାୟା

କେନ୍ଦ୍ରାପଡା ଜିଲ୍ଲାରେ ମା'ଙ୍କୁ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ । ଜିଲ୍ଲା ରଜନଗରରେ ଭସାଣ ଉତ୍ସବର ଏକ ଭିନ୍ନ ପରମ୍ପରା ରହିଛି । ଚାପ ଖେଳି ମେଲାଣି ନେଲେ ମହାମାୟା । ଅଧିକ ପଢନ୍ତୁ

kendrapara Durga puja immersion

କେନ୍ଦ୍ରାପଡା: ଶାରଦୀୟ ଦୁର୍ଗା ପୂଜା ଶେଷ ହୋଇଛି । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମହାମାୟା । କେନ୍ଦ୍ରାପଡା ଜିଲ୍ଲାରେ ମା'ଙ୍କୁ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ । ରାଜନଗରରେ ଭସାଣ ଉତ୍ସବର ଏକ ଭିନ୍ନ ପରମ୍ପରା ରହିଛି । ନଦୀ ମଝିରେ ଚାପ ଖେଳି ବିଦାୟ ନେଇଛନ୍ତି ମହାମାୟା । ଏହି ବିସର୍ଜନକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା ।

ପୂଜା ମଣ୍ଡପର କର୍ମକର୍ତ୍ତାମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମର ସହ ନାଚ ଗୀତ ସହ ଭକ୍ତି ଭାବରେ ଶୋଭାଯାତ୍ରାରେ ମେଢ଼ ଗୁଡିକ ବିଭିନ୍ନ ନଦୀରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ନିଆରା ଢଙ୍ଗରେ ମେଲାଣି ନେଇଛନ୍ତି ମା' । ଏଠାରେ ରାଜା ରାଜୁଡା ସମୟରୁ ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟାଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ଦୁର୍ଗତୀନାଶିନୀଙ୍କର ବିସର୍ଜନ କରାଯାଇଥାଏ । ରାଜନଗର ହଁସୁଆ ନଦୀ ମଧ୍ୟରେ ଡଙ୍ଗାରେ ଚାପ ଖେଳି ପ୍ରସିଦ୍ଧ ଭସାଣି ଅନୁଷ୍ଠିତ ହୋଇଥିଲା । ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୧୭ଟି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୧୭ଟି ମେଢ଼ରୁ ୪ଟି ମେଢ଼କୁ ହଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଚାପ ଡଙ୍ଗାରେ ବିଜେ କରାଯାଇ ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣି ଦୀର୍ଘ 200 ବର୍ଷ ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।

ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଲଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ପ୍ରଜା ଓ ଅଞ୍ଚଳକୁ ବ୍ୟାପି ଥିବା ମହାମାରୀ ଓ ପାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା । ରାଜାଙ୍କ ରାଜତ୍ୱ ସମୟରେ ରାଜନଗରରେ ଗମନାଗମନର ସୁବିଧା ସ୍ଥଳ ପଥରେ ନଥିବାରୁ କନିକା ରାଜା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ 7 ଥର ନାଵକେଳି କରି ହଂସୁଆ ନଦୀରେ ମାଙ୍କୁ ବିସର୍ଜନ କରୁଥିଲେ । ଯଦିଓ ରାଜା ରାଜୁଡା ଅମଳ ଆଉ ନାହିଁ ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ଵାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ।

ଏହି ବି ପଢନ୍ତୁ...ଧରାଧାମରୁ ବିଦାୟ ନେଲେ ମା' ଜଗତଜନନୀ, ଦେବୀଗଡାରୁ ଦର୍ଶନ କଲେ ହଜାର ହଜାର ଭକ୍ତ

ଏହି ବି ପଢନ୍ତୁ...Goddess Durga Immersion: ବଲାଙ୍ଗୀରରେ ମେଲାଣି ନେଲେ ମା’ ଦୁର୍ଗା

ଗୋପାଳ ଜାତିର ପୁଅମାନେ ମା'ଙ୍କ ମେଢ଼କୁ ପୂଜା ମଣ୍ଡପରୁ କାନ୍ଧେଇ ହଂସୁଆ ନଦୀ ପାଖକୁ ଆଣିଥାନ୍ତି । ଡଙ୍ଗାରେ ନାବକେଳି କରାଯିବା ପରେ ବିସର୍ଜନ କରାଯାଇଥାଏ । ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଲଣରେ ସାମିଲ ହୋଇଥାନ୍ତି । ହଂସୁଆ ନଦୀ କୂଳରେ ଏପରି ଏକ ନିଆରା ଭସାଣି ଉତ୍ସବ ଦେଖିବାକୁ ଏକାଠୀ ହୋଇଥାନ୍ତି । ଉତ୍ସବକୁ ସୁରୁଖୁରରେ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.