ETV Bharat / state

ଫୁଲୁଛି ଲୁଣା ଓ ଚିତ୍ରୋତ୍ପଳା, କେନ୍ଦ୍ରାପଡା ଜିଲ୍ଲାର ୬୦ ଗାଁ ପ୍ରଭାବିତ

author img

By

Published : Aug 5, 2023, 1:23 PM IST

Updated : Aug 5, 2023, 1:38 PM IST

ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି । ମାର୍ଶାଘାଇ ବ୍ଲକର ଲୁଣା ଏବଂ ଚିତ୍ରୋତ୍ପଳା ନଦୀରେ ବନ୍ୟା ଆସି ୬୦ଟି ଗ୍ରାମ ପ୍ରଭାବିତ । ଅଧିକ ପଢନ୍ତୁ

flood situation
flood situation

flood situation in kendrapara

କେନ୍ଦ୍ରାପଡା: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକରେ ପ୍ରବାହିତ ହେଉଥିବା ଲୁଣା ଓ ଚିତ୍ରୋତ୍ପଳା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ମାର୍ଶାଘାଇ ବ୍ଲକର ଲୁଣା ଏବଂ ଚିତ୍ରୋତ୍ପଳା ନଦୀରେ ବନ୍ୟା ଆସି ୧୮ଟି ପଞ୍ଚାୟତର ୬୦ଟି ଗ୍ରାମ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ବନ୍ୟା ପ୍ରଭାବରେ ୭୦ ହଜାର ୨୩୧ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୬ଟି ଆଶ୍ରୟସ୍ଥଳରେ ୫ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ଥଇଥାନ କରାଯାଇଥିବା ଜଣାପଡିଛି । ସେହିପରି ପାଣିର ସ୍ତର ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି । ଅନ୍ୟପଟେ ସ୍ଥାନାନ୍ତରିତ ଲୋକମାନଙ୍କୁ ତିନି ଦିନ ମାଗଣା ଖାଦ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଗୁରୁବାର ସ୍ବତନ୍ତ୍ର ରିଲିଫ୍ କମିସନ୍ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ କରାଇ ଦେଇଥିଲେ । ଫଳରେ ଗରଦପୁର,ମାର୍ଶାଘାଇ,ମହାକାଳପଡ଼ା ବ୍ଲକ୍ ସମେତ ଡେରାବିଶ ବ୍ଲକର ଆଂଶିକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ଆଶଙ୍କା ଉପୁଜିଥିଲା । ତେଣୁ ଗତ ଗୁରୁବାର ଯୁଦ୍ଧକାଳୀନ ଭିତ୍ତିରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାର୍ଶାଘାଇ ବ୍ଲକ୍ କାର୍ଯ୍ୟାଳୟରେ ବନ୍ୟା ମୁକାବିଲା ବୈଠକ ବସିଥିଲା ।

ଏହା ମଧ୍ୟ ପଢନ୍ତୁ- ଜଳମୟ ଜଗତସିଂହପୁର, ୧୪ ଗାଁ ପ୍ରଭାବିତ

ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ମୁତାବକ, ଗତ ଗୁରୁବାର ରାତିରେ ପାଣି ଆସିବା ଯୋଗୁଁ ଗାଁରେ ପାଣି ପଶିବା ଆରମ୍ଭ କରିଛି । ସେହିପରି ଗତକାଲି ସୁଦ୍ଧା ଗରଦପୁର ଓ ମାର୍ଶାଘାଇର ୬ଟି ବାତ୍ୟା ଆଶ୍ରୟସ୍ଥଳରେ ୫୫୭ ଲୋକଙ୍କୁ ଥଇଥାନ କରାଯାଇଛି । ୮ଟି ଭୋଜନ କେନ୍ଦ୍ର ଖୋଲାଯିବା ସହ ବିପନ୍ନଙ୍କୁ ୩ ଦିନ ମାଗଣା ଖାଦ୍ୟ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳରେ ରହିଥିବା ଲୋକଙ୍କ ପାଇଁ ୪୬ କ୍ବିଣ୍ଟାଲ ଚୁଡା, ୪.୮୦ କ୍ବିଣ୍ଟାଲ ଗୁଡ ପଠାଯିବା ସହ ୨ଟି ଆଶ୍ରୟ ସ୍ଥଳକୁ ୧୬୦ କାର୍ଟୁନ ବିସ୍କୁଟ, ୫ଶହ ବୋତଲ ପାଣି ଏବଂ ୩ ହଜାର ପାଉଣ୍ଡ ପାଣି ପ୍ୟାକେଟ ପଠାଯାଇଛି । ଏଥିସହ ବିପନ୍ନଙ୍କ ପାଇଁ ୩ଟି ମେଡିକାଲ ଟିମ୍ ଏବଂ ୬ଟି ପଶୁଚିକିତ୍ସା ଦଳ ଗଠନ ହୋଇଛି । ଅନ୍ୟପକ୍ଷରେ ବନ୍ୟା ଦାଉରୁ ଗୃହପାଳିତ ପଶୁ ବି ବାଦ୍ ପଡ଼ିନାହାନ୍ତି । ୪୧ଟି ଗାଈ ଓ ବଳଦ ଏବଂ ୯୦ଟି ବାଛୁରୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Aug 5, 2023, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.