ETV Bharat / state

ମଝି ସମୁଦ୍ରରେ ବୁଡ଼ିଲା ଡଙ୍ଗା, ୭ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଆଉ ଏକ ବୋଟ

author img

By ETV Bharat Odisha Team

Published : Dec 5, 2023, 10:06 PM IST

Fishing boat capsized in Kendrapara
Fishing boat capsized in Kendrapara

କେନ୍ଦ୍ରାପଡ଼ା ମଝି ସମୁଦ୍ରରେ ବୁଡ଼ିଲା ଡଙ୍ଗା । ୭ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଆଉ ଏକ ବୋଟ । ଅଧିକ ପଢନ୍ତୁ

ମଝି ସମୁଦ୍ରରେ ବୁଡ଼ିଲା ଡଙ୍ଗା

କେନ୍ଦ୍ରାପଡ଼ା: ମଝି ସମୁଦ୍ରରେ ଜୀବନ ବାଜି । ଜୀବିକା ନିର୍ବାହ ପାଇଁ ମାଛ ମାରିବାକୁ ଯାଇ ଗଭୀର ସମୁଦ୍ରରେ ବୁଡ଼ିଲା ମାଛ ଧରା ବୋଟ । ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ୭ ଜଣ ମତ୍ସ୍ୟଜୀବୀ । ଏଭଳି ଏକ ଅଘଟଣ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାମନଗର ଗ୍ରାମ ନିକଟରେ ଘଟିଯାଇଛି । ଆଉ ଏକ ବୋଟ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ଗତକାଲି ଏଭଳି ଅଘଟଣ ଘଟିଥିବା ବେଳେ ସମସ୍ତ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ମହାକାଳପଡ଼ା ବ୍ଲକ ରାମନଗର ଗ୍ରାମର ଏକ ମାଛ ଧରା ବୋଟ 'ମା' ରାମଚଣ୍ଡି' ଗତ ସୋମବାର ଅପରାହ୍ନ ସାଢେ ୫ଟା ସମୟରେ ସମୁଦ୍ର ମଧ୍ୟରେ ବୁଡି ଯାଇଥିଲା । ନିକଟରେ ଥିବା ଅନ୍ୟ ଏକ ବୋଟ ବୁଡି ଯାଉଥିବା ବୋଟରେ ଥିବା ୭ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା । ମା' ରାମଚଣ୍ଡି ବୋଟଟି ସାତଭାୟା ନିକଟରୁ ୧୪ ମାଇଲି ସମୁଦ୍ର ମଧ୍ୟରେ ଜାଲ ଭସାଇ ମାଛ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ କୌଣସି କାରଣରୁ ବୋଟଟି ବୁଡି ଯାଇଥିଲା । ଫଳରେ ଉକ୍ତ ବୋଟରେ ଥିବା ୭ ଜଣ ମତ୍ସ୍ୟଜୀବୀ ବୁଡିଯାଇ ସେମାନଙ୍କୁ ଉଦ୍ଧାର ପାଇଁ ଡାକ ପକାଇଥିଲେ।

ଏହା ବି ପଢନ୍ତୁ- Watch: ତାମ୍ପରା ହ୍ରଦରେ ବୁଡିଲା ଡଙ୍ଗା, ଜଣେ ମହିଳା ମୃତ ଜଣେ ଆହତ

ନିକଟରେ ଥିବା ଅନ୍ୟଏକ ବୋଟ ବୁଡି ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା । ଖବର ପାଇ ମା' ରାମଚଣ୍ଡି ମତ୍ସ୍ୟଜୀବୀ ସଂଘ ବୋଟ ପଠାଇ ୭ ମତ୍ସ୍ୟଜୀବିଙ୍କ ସହିତ ବୁଡି ଯାଇଥିବା ବୋଟକୁ ଟାଣି ଟାଣି କୁଳକୁ ଆଣିଛନ୍ତି । ଜୁଆର ଛାଡ ଥିବାରୁ ବୋଟଟି ସମୁଦ୍ର କୂଳକୁ ଆସି ପାରିନାହିଁ । ବୁଡି ଯାଇଥିବା ବୋଟର ୭ ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା କହିଛନ୍ତି ମତ୍ସ୍ୟଜିବୀ ସଂଘର ଜଣେ କର୍ମକର୍ତ୍ତା । ତେବେ ଗତ କିଛି ମାସ ତଳେ ରାଜନଗର ବ୍ଲକର ତାଳଚୁଆରୁ ମାଛ ମାରିବାକୁ ଯାଇଥିବା ବେଳେ ଅନୁରୂପ ଭାବେ ଏକ ଡଙ୍ଗା ବୁଡି ଯାଇଥିବା ବେଳେ ଜଣେ ବରିଷ୍ଠ ମାଛଧରାଳି ଏଯାବତ ନିରୁଦ୍ଦିଷ୍ଟ ରହିଛନ୍ତି ।

ସୂଚନା ଥାଉ କି ବାତ୍ୟା 'ମିଗଜୋମ' ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିଲା । ଏଣୁ ସମୁଦ୍ର ମଧ୍ୟକୁ ଯିବା ଲାଗି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବାରଣ ମଧ୍ୟ କରାଯାଇଥିଲା । ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ ନିଲୋର ମଧ୍ୟରେ ବାପାଟଲାର ନିକଟ ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ବନ୍ଦରଗୁଡ଼ିକରେ ଏବେ ବି ୨ ନମ୍ବର ବିପଦ ସଙ୍କେତ ରହୁଛି । ଆସନ୍ତାକାଲି ଯାଏଁ ଉପକୂଳ ଜିଲ୍ଲାଗୁଡିକରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.