ETV Bharat / state

ଶେଷ ସ୍ପର୍ଶରେ ଜୀବନ୍ତ ହେବ ମୃଣ୍ମୟୀ ମୂର୍ତ୍ତି, ମା'ଙ୍କ ଆଗମନକୁ ଅନାଇ ବସିଛନ୍ତି ଇନ୍ଦୁପୁରବାସୀ

author img

By ETV Bharat Odisha Team

Published : Oct 19, 2023, 6:52 AM IST

ମା'ଙ୍କ ଆଗମନ ପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଉତ୍ସବର ବାତାବରଣ । ମା'ଙ୍କ ଆବାହନ କରିବା ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡାର ଇନ୍ଦୁପୁର ଅଞ୍ଚଳ । ଅଧିକ ପଢ଼ନ୍ତୁ

ମା'ଙ୍କ ଆବାହନ ପାଇଁ ଚଳଚଞ୍ଚଳ ତୁଳସୀକ୍ଷେତ୍ର
ମା'ଙ୍କ ଆବାହନ ପାଇଁ ଚଳଚଞ୍ଚଳ ତୁଳସୀକ୍ଷେତ୍ର

ମା'ଙ୍କ ଆବାହନ ପାଇଁ ଚଳଚଞ୍ଚଳ ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା: ପାର୍ବଣର ପସରା ଧରି ଆସିଛି ଧରଣୀରାଣୀ । ଶରତ ଋତୁର ଶାରଦୀୟ ପୂଜା ପାଇଁ ଧୋବ ଫରଫର କାଶତଣ୍ଡି ଫୁଲ ମଧ୍ୟ ନାଚି ଉଠୁଛି । ମା'ଙ୍କ ଆଗମନ ପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଉତ୍ସବର ବାତାବରଣ । ମା'ଙ୍କୁ ଆବାହନ କରିବା ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡ଼ାର ଇନ୍ଦୁପୁର ଅଞ୍ଚଳ ।

ନବରାତ୍ରୀ ପୂଜା ଆରମ୍ଭ ହେବା ସହ ବିଭିନ୍ନ ଶକ୍ତି ପୀଠମାନଙ୍କରେ ଆରମ୍ଭ ହେଲାଣି ଦୁର୍ଗତି ନାଶିନୀ ମା'ଦୂର୍ଗାଙ୍କ ଷୋଡ଼ଶ ଉପଚାର ପୂଜା । ପ୍ରତ୍ୟେକ ବର୍ଷ ବିଭିନ୍ନ ପୂଜା କମିଟି ମା'ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଷଷ୍ଠୀ ତିଥିରୁ ବରଣୀ ପୂଜା(ବିଲ୍ଵ ବରଣୀ) କରି ଆସୁଥିବା ବେଳେ ଦେବୀଙ୍କର ଏହି ପୂଜା ପାଇଁ ଚଞ୍ଚଳ ହୋଇ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଗାଁ ଓ ବଜାର । ଏଠାରେ ଦେବୀ ଶକ୍ତି ସ୍ୱରୂପିଣୀ ଦୂର୍ଗାଙ୍କ ସମେତ ବିଭିନ୍ନ କମିଟିରେ ଅନ୍ୟୁନ 32ଟି ମେଢ଼ ପୂଜା ପାଇ ଆସୁଥିବା ବେଳେ ପୂଜା କମିଟିଗୁଡିକ ଆକର୍ଷଣୀୟ ତୋରଣ ପାଇଁ ସାଜ୍ଜସଜ୍ଜା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାଆନ୍ତି । କେବଳ ବିଧିବ୍ୟବସ୍ଥା ଅନୁଯାୟୀ ଦୀର୍ଘ ଦୁଇବର୍ଷ କାଳ ମୂର୍ତ୍ତି ପୂଜା ପାଉଥିବା ସ୍ଥାନର ତିନି ପାର୍ଶ୍ୱକୁ ଆବଦ୍ଧ କରାଯାଇଥିବା ବେଳେ ଗୋଟିଏ ପାର୍ଶ୍ୱକୁ ଅସ୍ବଚ୍ଛ କପଡ଼ାରେ ଢାଙ୍କି ରଖାଯାଇଥିଲା ।

ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମା'ଦୁର୍ଗାଙ୍କର ପୂଜାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ଦୂରଦୁରାନ୍ତରେ ରହୁଥିବା ଇନ୍ଦୁପୁରବାସୀ ପୂଜାରେ ଘରକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ସେହିପରି ମା'ଙ୍କର ଏହି ମୃଣ୍ମୟୀ ମୂର୍ତ୍ତି ତିଆରି କାମ ପାଇଁ ବହୁ ପରିଶ୍ରମ କରାଯାଉଥିବା ବେଳେ ପାରିଶ୍ରମିକ ବାବଦକୁ ଖୁବ କମ ଟଙ୍କା ମିଳିଥାଏ । ହେଲେ ସେଥିରେ ମନ ଊଣା ନକରି ମା'ଙ୍କ କାମ ପାଇଁ ନିଜକୁ ନିୟୋଜିତ କରି ପାରୁଥିବାରୁ ବହୁତ ଖୁସି ଲାଗୁଥିବା କହିଛନ୍ତି ମୂର୍ତ୍ତି ପ୍ରସ୍ତୁତିରେ ଲାଗିଥିବା ଶିଳ୍ପୀ ।

ଏହା ମଧ୍ୟ ପଢ଼ନ୍ତୁ...Durga Puja Special: ଭାଇଚାରା ସହରରେ ପରମ୍ପରାର ଛାପ, ମା’ଙ୍କ ମୂର୍ତ୍ତିରେ ବ୍ୟବହାର ହୁଏନି ରାସାୟନିକ ରଙ୍ଗ

ଚଳିତବର୍ଷ ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବାକୁ ଥିବା ବେଳେ ଇନ୍ଦୁପୁର ଅଞ୍ଚଳର ଜିଲ୍ଲା ପ୍ରସିଦ୍ଧ ମା'ଙ୍କ ଭଷାଣ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମେଳଣ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସଭାପତିତ୍ୱରେ ଏକ ଶାନ୍ତି କମିଟି ଗଠନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ଦୁଇଥର ବୈଠକ ଶେଷ ହୋଇଥିବା କହିଛନ୍ତି ସରପଞ୍ଚ । ଶୃଙ୍ଖଳା ପରିଧିରେ ମେଳଣ ଓ ଭଷାଣି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ମେଢ଼ଗୁଡିକୁ ଆଣିବା ପାଇଁ ଯୋଜନା ରହିଥିବା ବେଳେ ଥାନପତିଙ୍କ ମେଢ଼କୁ କାନ୍ଧରେ କାନ୍ଧେଇ ଆଣିବାକୁ ପଡ଼ିଥାଏ । ସେପଟେ ଦେବୀଙ୍କ ଆଗମନ ପାଇଁ ପୁରା ବିଶ୍ୱ ଉତ୍ସବ ମୁଖରିତ ଥିବା ବେଳେ ମା'ଙ୍କର ଆବାହନ ପାଇଁ ଉତ୍ସକତାର ସହ ଅନେଇ ବସିଛନ୍ତି ଇନ୍ଦୁପୁର ଅଞ୍ଚଳବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.