ଗୋବରୀ ନଦୀରେ ଅଜଣା ମହିଳାଙ୍କ ମୃତଦେହକୁ ଝୁଣି ଖାଇଲା କୁମ୍ଭୀର, ଲୋକେ ଭୟଭୀତ

author img

By

Published : Sep 11, 2021, 8:19 PM IST

ଗୋବରୀ ନଦୀରେ ଅଜଣା ମହିଳାଙ୍କ ମୃତଦେହକୁ ଝୁଣି ଖାଇଲା କୁମ୍ଭୀର, ଲୋକେ ଭୟଭୀତ

ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଯାଇଥିବା ଗୋବରୀ ନଦୀ ତୁଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୧୦ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ଜଣେ ମହିଳାଙ୍କ ମୃତଦେହକୁ ଝାମ୍ପିଝାମ୍ପି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଯାଇଥିବା ଗୋବରୀ ନଦୀ ତୁଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୧୦ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ଜଣେ ମହିଳାଙ୍କ ମୃତଦେହକୁ ଝାମ୍ପିଝାମ୍ପି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘସମୟ ଧରି କୁମ୍ଭୀରଟି ମହିଳା ଜଣଙ୍କୁ ଟାଣିଟାଣି ଖାଉଥିଲା। ମହିଳା ଜଣକଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଗୋବରୀ ନଦୀରେ ଅଜଣା ମହିଳାଙ୍କ ମୃତଦେହକୁ ଝୁଣି ଖାଇଲା କୁମ୍ଭୀର, ଲୋକେ ଭୟଭୀତ

କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏହି ଅଞ୍ଚଳର ଲୋକମାନେ ଗୋବରି ନଦୀରେ ଚଳପ୍ରଚଳ କରି ଆସୁଥିବା ବେଳେ କୁମ୍ଭୀର ମୃତ ମହିଳାଙ୍କୁ ଖାଉଥିବାର ଦେଖି ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ନଦୀରୁ ଉଦ୍ଧାର କରିବା ପାଇଁ ମହାକାଳପଡା ଅଗ୍ନିଶମ ବିଭାଗର ସାହାଯ୍ୟ ନିଆଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.