ETV Bharat / state

Boat capsizes in Brahmani River: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା

author img

By

Published : Apr 27, 2023, 4:52 PM IST

Boat capsizes in Brahmani River
Boat capsizes in Brahmani River

କେନ୍ଦ୍ରାପଡାର କେରଡ଼ାଗଡ଼-ଏକମାଣିଆ ଘାଟରେ ନଦୀ ପାର ହେଉଥିବା ଯାତ୍ରୀବାହୀ ଡଙ୍ଗା ବୁଡିବା ଘଟଣା । ଦୁର୍ଘଟଣାରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ଆଳିରେ ମଝି ନଈରେ ଯାତ୍ରୀବାହୀ ଡଙ୍ଗା ବୁଡିବା ଘଟଣା । କେନ୍ଦ୍ରାପଡାର କେରଡ଼ାଗଡ଼-ଏକମାଣିଆ ଘାଟରେ ନଦୀ ପାର ହେଉଥିବା ସମୟରେ ଏପରି ଅଘଟଣ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ତାଙ୍କ ପରିବାରକୁ ଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ସମୟରେ କେନ୍ଦ୍ରାପଡାର କେରଡ଼ାଗଡ଼ - ଏକମାଣିଆ ଘାଟରୁ 28 ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଯାତ୍ରା ଆରମ୍ଭ କରିଥିଲା । ଏହାର ଠିକ୍‌ 10 ମିନିଟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଈରେ ବୁଡି ଯାଇଥିଲା । ଫଳରେ ଡଙ୍ଗାର ନାଉରିଆ ଓ ଜଣେ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଡଙ୍ଗାବୁଡ଼ିରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି ।

ପ୍ରକାଶ ଥାଉକି, ଗତ 4 ମାସ ପୂର୍ବେ ଏହି ଘାଟରେ ଡଙ୍ଗାବୁଡି ଯାଇଥିଲା । କନ୍ୟା ଦେଖାକୁ ଯାଉଥିବା ବରଘର ସମ୍ପର୍କୀୟ ମାନେ ଏକ ଡଙ୍ଗାରେ ଯାତ୍ରୀ କରୁଥିଲେ । କିନ୍ତୁ ହଠାତ୍‌ ଡଙ୍ଗାଟି ନଦୀରେ ବୁଡି ଯାଇଥିବା ବେଳେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅନ୍ୟପଟେ ଗତ ଜାନୁଆରୀ 21 ତାରିଖରେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ନାଧରା ରାମଚଣ୍ଡୀ ପୀଠରେ ଥିବା ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଥିଲା । ରାମଚଣ୍ଡୀକୁ ପିକନିକ୍‌ରେ ଯାଇଥିବା ଟାଟା ଷ୍ଟିଲ କର୍ମଚାରୀ ମଧ୍ୟରୁ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ସେହିପରି ଗତ ମାର୍ଚ୍ଚ 13 ତାରିଖରେ ଆମେରିକାରେ କାର୍ଲିଫର୍ଣ୍ଣିଆ ସମୁଦ୍ରରେ ଦୁଇଟି ମତ୍ସ୍ୟଜୀବୀ ଜାହାଜ ବୁଡିଯାଇଥିଲା । ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏନେଇ ଲାଇଫଗାର୍ଡ ମୁଖ୍ୟ ଜେମ୍ସ ଗାର୍ଟଲ୍ୟାଣ୍ଡ ଏକ ସାମ୍ବାଦିକ ସମ୍ମିଳନୀ କରି ଆମେରିକାର କାର୍ଲିଫର୍ଣ୍ଣିଆରେ ଏହା ସବୁଠାରୁ ଭୟଙ୍କର ଅଘଟଣ ବୋଲି କହିବା ସହ 8 ଜଣ ଆତ୍ମୀୟଙ୍କୁ ହରାଇଥିବା ସୂଚନା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.