ETV Bharat / state

ବାଲ୍ୟ ବିବାହ ବେଳେ ଶିଶୁ ମଙ୍ଗଳ ବିଭାଗର ଚଢ଼ାଉ, ବନ୍ଦ ହେଲା ବାହାଘର

author img

By

Published : Mar 13, 2023, 10:52 PM IST

child marriage in kendrapara
ବାଲ୍ୟ ବିବାହ ବେଳେ ଶିଶୁ ମଙ୍ଗଳ ବିଭାଗର ଚଢ଼ାଉ

କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି, ଏହା ପୂର୍ବରୁ ଶିଶୁ ମଙ୍ଗଳ ବିଭାଗ ଘଟଣାସ୍ଥଳରେ ସବୁ ଭଣ୍ଡୁର କରିଦେଲା । ଅଧିକ ପଢ଼ନ୍ତୁ

ବାଲ୍ୟ ବିବାହ ବେଳେ ଶିଶୁ ମଙ୍ଗଳ ବିଭାଗର ଚଢ଼ାଉ

କେନ୍ଦ୍ରାପଡ଼ା: ଶେଷ ହୋଇଥିଲା ବିବାହର ସମସ୍ତ ପ୍ରସ୍ତୁତି । ଘର ଆଗରେ ଟେଣ୍ଟ ଟଣାଯିବା ସହ ବେଦୀ ବନ୍ଧା ହୋଇଥିଲା । ଭୋଜି ଭାତ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା । ବିବାହ ପାଇଁ ପ୍ରାପ୍ତ ବୟସ ହୋଇନଥିବା ପୁଅ ଆଉ ଝିଅ ସାଜିଥିଲେ ବରକନ୍ୟା । କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ଏହା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଲା ଶିଶୁ ସୁରକ୍ଷା ବିଭାଗ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କୃଷ୍ଣଦାସପୁର ଅଞ୍ଚଳରେ ।

ଆଇନ ଭାଙ୍ଗି ଆଇନର ଜାଲରେ ଛନ୍ଦି ହୋଇଗଲେ ନାବାଳକ ବର ଓ ତାଙ୍କ ପରିବାର ଲୋକେ । ଏହି ଅଞ୍ଚଳରେ ନାବାଳିକା ବିବାହ ସୂଚନା ପାଇବା ମାତ୍ରେ ଶିଶୁ ସୁରକ୍ଷା ବିଭାଗ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଶିଶୁ ମଙ୍ଗଳ ବିଭାଗର ଅଧିକାରୀ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଭଣଗାଁ ବାଙ୍କୀମୁଣ୍ଡାଇ ଗ୍ରାମର ଧ୍ରୁବ ମଲ୍ଲିକଙ୍କ କୋଡିଏ ବର୍ଷୀୟ ପୁଅ ଭାବଗ୍ରାହୀ ମଲ୍ଲିକ କିଛି ଦିନ ତଳେ ବାଲିଚନ୍ଦ୍ରପୁର ଥାନା ଅଧିନ କୃଷ୍ଣଦାସପୁର ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଇ ଘରୁ ନେଇ ଫେରାର ହୋଇ ଯାଇଥିଲେ ।

ତେବେ ଦୁଇ ପରିବାରର ସମ୍ମତି କ୍ରମେ ସେମାନଙ୍କ ବିବାହ ହେଉଥିଲା । ଏତିକି ବେଳେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀ ଖବରପାଇ, ଡେରାବିଶ ସିଡିପିଓ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ନେଇ ସେଠାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ସିଡିପିଓ ଓ ଅଙ୍ଗନବାଡିକର୍ମୀ ଚାନ୍ଦୋଳ ଫାଣ୍ଡି ପୋଲିସଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷାରେ କପି ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗ, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ

ନାବାଳିକାଙ୍କ ବୟସ ୧୭ ବର୍ଷ ହୋଇଥିବା ବେଳେ ଆଇନ ଅମାନ୍ୟ କରି ତାଙ୍କ ପରିବାର ଲୋକେ ବିବାହ କରାଉଥିଲେ । ଏହି ଘଟଣାରେ ପୋଲିସ ଓ ସିଡିପିଓ ନାବାଳିକାକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ସର୍ତ୍ତମୂଳକ ଲିଖିତ ରାଜିନାମା ନେଇ ଛାଡି ଦେଇଛନ୍ତି । ତେବେ ନାବାଳିକା ଓ ପ୍ରେମିକ ଭାବଗ୍ରାହୀ ଦୁହେଁ ଦୁହିଁଙ୍କୁ ଛାଡିବାକୁ ନାରାଜ ଥିବା ଦେଖିବାକୁ ମିଳିଥିଲା । ଉଭୟେ ବିବାହ କରିବେ ବୋଲି ଜିଦ ଧରିଥିଲେ । ଏହାପରେ ଡେରାବିଶ ସିଡିପିଓ ସେମାନଙ୍କୁ ବୁଝାସୁଝା କରି ସର୍ତ୍ତମୂଳକ ଲିଖିତ ରାଜିନାମା କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.