ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ, କହିଲେ ମୋଦିଙ୍କ ଭୟରେ ଥରୁଛି ବିଜେଡି

author img

By

Published : Jan 29, 2023, 11:08 AM IST

Bhubaneswar MP  Aparajita Sarangi

ଇଚ୍ଛାପୁର ସ୍ଥିତ ଏକ ଘରୋଇ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅଧିକ ପଢନ୍ତୁ

Bhubaneswar MP Aparajita Sarangi

କେନ୍ଦ୍ରାପଡା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ତିନିମୁହାଣୀଠାରେ ପହଞ୍ଚିବା ପରେ ବିଜେପି କେନ୍ଦ୍ରାପଡ଼ା ନଗର ଶାଖା ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତିନିମୁହାଣି ଛକରେ ଥିବା ଅମର ଯବାନ୍ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ ପ୍ରଦାନ କରି କେନ୍ଦ୍ରାପଡ଼ା ସହରରେ ଶୁଭେଚ୍ଛୁ, ସମର୍ଥକ ଏବଂ କର୍ମୀ ମାନଙ୍କ ଏକ ବିରାଟ ପଟୁଆରରେ ପଦଯାତ୍ରାରେ ଯୋଗ ଦେଇଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସେହିପରି ତୁଳସୀକ୍ଷେତ୍ରର ଆରାଧ୍ୟ ଦେଵତା ସିଦ୍ଧ ବଳଦେଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ ବେଢା ପରିକ୍ରମା କରିଥିଲେ ଭୁବନେଶ୍ୱର ସାଂସଦ । ସନ୍ଧ୍ୟାରେ ଇଚ୍ଛାପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ହରିଦାସପୁର-ପାରାଦ୍ବୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ଖୁବଶୀଘ୍ର ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରାଯାଇଛି ବୋଲି କହିଛନ୍ତି ସାଂସଦ ।

ଏଥିସହ ଭିତରକନିକା ଜାତୀୟ ଉଦ୍ୟାନରେ ସୀମିତ ଅଛି ମାତ୍ର ଏହାକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ ଦିଗରେ ଓ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କଲେ ଏହା ଜାତୀୟ ଉଦ୍ୟାନ ମାନ୍ୟତା ପାଇପାରିବ । କେନ୍ଦ୍ରାପଡ଼ା ଜିଲ୍ଲାରେ ପର୍ଯ୍ୟଟନ ଅଦ୍ଭୁତ ସୁଯୋଗ ସୃଷ୍ଟି କରିଥିବାରୁ ବହୁତ ଲୋକ ରୋଜଗାର ପାଇପାରନ୍ତେ ବୋଲି କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ବଳଦେବଜୀଉଙ୍କ ମନ୍ଦିରକୁ ଆସିଥିବା 12 କୋଟିରୁ 10କୋଟି ଟଙ୍କା ଅଦ୍ୟାବଧି ଖର୍ଚ୍ଚ ହୋଇ ପାରିନଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ପାରାଦ୍ଵୀପ ପୋର୍ଟକୁ କେନ୍ଦ୍ରାପଡ଼ା ଜିଲ୍ଲା 53 ନମ୍ୱର ଜାତୀୟ ରାଜପଥ ଦେଇ ଶହଶହ ଗାଡି ଯାଉଥିବା ବେଳେ CSR ଫଣ୍ଡ କେନ୍ଦ୍ରାପଡ଼ା ପାଇଁ ବିନିଯୋଗ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ସାଂସଦ । କୃଷି ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ଜଳସେଚନ କ୍ଷେତ୍ରରେ ମାତ୍ର 35 ପ୍ରତିଶତ ଚାଷଜମି ପାଣି ପାଉଥିବା ବେଳେ ଆଉ 65 ପ୍ରତିଶତ ଚାଷଜମିରେ ପାଣି ପହଞ୍ଚି ପାରୁନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ମତ୍ସ୍ୟଚାଷ କ୍ଷେତ୍ରରେ ଜିଲ୍ଲା ପଛୁଆ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଧ୍ୟାନ ଦେବା ଆବଶ୍ୟକ ଓ ଲୋକଙ୍କୁ ଜୀବିକା ନିର୍ବାହ ପାଇଁ ମାଛଚାଷ ଅନ୍ୟ ଏକ ବିକଳ୍ପ ଭାବେ ଉଭା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.