ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Oct 1, 2021, 10:43 PM IST

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦିନକୁ ଦିନ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାର ଆୟୁଷ ଡାକ୍ତର । ଦୀର୍ଘ ୧୩ ବର୍ଷ ଧରି କାମ କରି ଆସୁଥିଲେ ସୁଦ୍ଧା ସ୍ଥାୟୀ ନିଯୁକ୍ତି ନହେବା ପ୍ରତିବାଦରେ ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଆୟୁଷ ଡାକ୍ତର ମହାସଙ୍ଘ । ଚାକିରୀରେ ସ୍ଥାୟୀତ୍ବ ନାହିଁ ତ ଅଧିକ କାମ ନାହିଁ ବୋଲି ଦୃଢୋକ୍ତି ରଖିଛନ୍ତି । ତେବେ ଡାକ୍ତରମାନେ ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଠାରୁ ଓଡିଶା ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏନେଇ ଆଜି (ଶୁକ୍ରବାର) କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ସଙ୍ଘର ଅଭିଯୋଗ ଅନୁଯାୟୀ ଦୀର୍ଘ ୧୩ ବର୍ଷ ଧରି ସରକାରଙ୍କ ଆବଶ୍ୟକତା ଅନୁଯାୟୀ ସେମାନେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କ ଚାକିରୀରେ ସ୍ଥାୟିତ୍ବ ବ୍ୟବସ୍ଥା କରାଯାଇନାହିଁ ।

ସେପଟେ କୋଭିଡ ସମେତ ଅନେକ ସଂକ୍ରମକ ଓ ଅଣ ସଂକ୍ରମକ ରୋଗର ମୁକାବିଲା ପାଇଁ ଏମାନଙ୍କୁ ନିଯୁକ୍ତ କରାଯାଉଥିବା ବେଳେ କାମ ଶେଷ ହୋଇଗଲେ ଏମାନଙ୍କ କଥାକୁ ସରକାର ଭୁଲି ଯାଉଥିବା ନେଇ ଶନିବାର ଆନ୍ଦୋଳନକୁ ଓହ୍ଲାଇବା ସହ କେବଳ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦାବି ରଖିଥିବା ବେଳେ ଆଉଟ ଡୋର ଓ ଓଭର ଡ୍ୟୁଟି ଆଦି କାର୍ଯ୍ୟରୁ ନିବୃତ୍ତ ରହିବେ ବୋଲି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.