ETV Bharat / state

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ସମୟରେ ଜନ୍ମନେଲେ ନବଜାତ, ଚନ୍ଦ୍ରଯାନ ନାଁ ରଖିଲେ ପରିବାର

author img

By ETV Bharat Odisha Team

Published : Aug 24, 2023, 6:49 PM IST

delivery during landing of Chandrayaan 3
delivery during landing of Chandrayaan 3

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ବେଳେ ଏପଟେ ହସ୍ପିଟାଲରୁ ଶୁଭିଲା କୁଆଁ କୁଆଁ । କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦ଜଣ ଶିଶୁପୁତ୍ର ଓ ଶିଶୁକନ୍ୟାଙ୍କ ପିତାମାତା ନାଁ ରଖିଲେ ଚନ୍ଦ୍ରଯାନ । ଅଧିକ ପଢନ୍ତୁ

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ସମୟରେ ଜନ୍ମନେଲେ ନବଜାତ, ଚନ୍ଦ୍ରଯାନ ନାଁ ରଖିଲେ ପରିବାର

କେନ୍ଦ୍ରାପଡ଼ା: ଜହ୍ନ ରାଇଜରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ପ୍ରତ୍ୟେକ ଭାରତୀୟ ଏହି ମୁହୂର୍ତ୍ତକୁ ଉତ୍ସାହ ଓ ଉଦ୍ଦୀପନାର ସହ ଅପେକ୍ଷା କରିଥିଲେ । ଜହ୍ନରେ ପାଦ ପକାଇବା ପରେ ଚନ୍ଦ୍ରଯାନକୁ ଯେତିକି ପ୍ରଶଂସା ମିଳିଛି ସେହିପରି ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ଜନ୍ମ ନେଇଥିବା ଶିଶୁପୁତ୍ର ଓ ଶିଶୁକନ୍ୟାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାବାସୀ । ଆଉ ଜିଲ୍ଲାବାସୀଙ୍କ ଏହି ଖୁସିକୁ ଦେଖି ଏହି ପିଲାମାନଙ୍କର ବାପା ଓ ମାଆ ଏମାନଙ୍କ ନାମକରଣ ଚନ୍ଦ୍ରଯାନ ରଖିବାକୁ ସ୍ଥିର କରିଛନ୍ତି । ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଦେଖିବାକୁ ମିଳିଛି ।

୨୩ ଅଗଷ୍ଟ ୨୦୨୩ ସମୟ ସନ୍ଧ୍ୟା ୬ ଘଣ୍ଟା ୪ ମିନିଟ ପ୍ରତି ଭାରତୀୟ ଗର୍ବିତ ଅନୁଭବ କରିଥିଲେ । ୨୦୦୮, ୨୦୧୯ ମୁନ ମିଶନ (ଚନ୍ଦ୍ର ଅଭିଯାନ) ଫେଲ ମାରିବା ପରେ ଏଥର କଣ ହେବ ସେନେଇ ଦେଶବାସୀ ଚିନ୍ତାରେ ଥିଲେ । କେହି କେହି ଠାକୁରଙ୍କ ପାଖରେ ଏହି ମିଶନ ସଫଳ ହେଉ ବୋଲି ପୂଜା ଆଳତୀ କରିଥିବା ବେଳେ ଆଉ କେହି କେହି ଉପବାସ ରହି ଏଭଳି ସଫଳତା ଆଶା ରଖିଥିଲେ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟାରୁ ଜୁଲାଇ ୧୪ ତାରିଖରେ ଅଭିଯାନ ଆରମ୍ଭ କରିଥିବା ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ସଫଳତା ପୂର୍ବକ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ।

ଏହା ବି ପଢନ୍ତୁ- କୋରୋନା ମୁକାବିଲା ପାଇଁ ଜନ୍ମ ନେଲା ‘ସାନିଟାଇଜର’

ତେବେ କେନ୍ଦ୍ରାପଡା ଜିଲ୍ଲାରେ ଏହି ସମୟରେ ଏକ ଶିଶୁପୁତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଥିବାରୁ ଡାକ୍ତର, ନର୍ସ, ପିତାମାତା ଓ ବନ୍ଧୁବର୍ଗ ଏହି ଶିଶୁପୁତ୍ରର ନାମକରଣ ଚନ୍ଦ୍ରଯାନ କରିବାକୁ ସ୍ଥିର କରିଛନ୍ତି । କେନ୍ଦ୍ରାପଡା ଡେରାବିଶ ବ୍ଲକ ଆରିପଦା ଗାଁର ପ୍ରଭାତ ଓ ରାନୁ ମଲିକଙ୍କ ଶିଶୁପୁତ୍ର ଗତ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଠିକ ସମୟରେ ଜନ୍ମଲାଭ କରିଛନ୍ତି । ଶିଶୁପୁତ୍ରର ନର୍ମାଲ ଡେଲିଭରି ହୋଇଥିବା ଓ ଉଭୟ ଶିଶୁ ଓ ମାଆ ସୁସ୍ଥ ଥିବାରୁ ଆଜି ସକାଳୁ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଉଭୟଙ୍କ ପିତାମାତା ଚନ୍ଦ୍ରଯାନର ଜନ୍ମକୁ ନେଇ ଖୁବ ଖୁସି ଥିବା କହିଛନ୍ତି।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୩ ମହିଳା ଗତ ସନ୍ଧ୍ୟାରେ ୨ଟି ଶିଶୁପୁତ୍ର ଓ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଥିବାରୁ ସମସ୍ତଙ୍କ ନାମ ଚନ୍ଦ୍ରଯାନ ରଖାଯିବ ବୋଲି ସୂଚନା ମିଳିଛି । କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୁହେଁ ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ୧୦ଜଣ ଶିଶୁପୁତ୍ର ଓ ଶିଶୁକନ୍ୟା ଜନ୍ମ ହୋଇଥିବା ବେଳେ ସମସ୍ତ ଶିଶୁ ସୁସ୍ଥ ଥିବା ଓ ଭାରତର ଏହି ମହାଭିଯାନ ଅନୁଯାୟୀ ସେମାନଙ୍କ ଶିଶୁମାନଙ୍କର ନାମକରଣ ଚନ୍ଦ୍ରଯାନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.