ETV Bharat / bharat

କୋରୋନା ମୁକାବିଲା ପାଇଁ ଜନ୍ମ ନେଲା ‘ସାନିଟାଇଜର’

author img

By

Published : Apr 13, 2020, 3:21 PM IST

ଉତ୍ତରପ୍ରଦେଶ ସାହାରନପୁର ଏକ ପିତାମାତା ସେମାନଙ୍କ ନବଜାତ ଶିଶୁର ନାମ ‘ସାନିଟାଇଜର’ ରଖିଛନ୍ତି ।

baby name sanitizer
ନବଜାତ ଶିଶୁର ନାମ ‘ସାନିଟାଇଜର’ ରଖିଲେ ପିତାମାତା

ଲକ୍ଷ୍ନୌ: କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ସାହାରନପୁର ଏକ ପିତାମାତା ସେମାନଙ୍କ ଜନ୍ମିତ ନବଜାତ ଶିଶୁର ନାମ ‘ସାନିଟାଇଜର’ ରଖିଛନ୍ତି ।

ଭାରତରେ କୋରୋନା ଭାଇରସ ନିଜର କାୟା ବିସ୍ତାର କରିସାରିଛି । ଏହାର ମୁକାବିଲା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏଥିସହ ବିଭିନ୍ନ ଚ୍ୟାନେଲ, ସୋସିଆଲ ମିଡିଆ, ମ୍ୟୁନିସିପାଲିଟି କର୍ପୋରେସନ୍, ପୋଲିସ୍ ଇତ୍ୟାଦି କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ।

ନବଜାତ ଶିଶୁର ନାମ ‘ସାନିଟାଇଜର’ ରଖିଲେ ପିତାମାତା

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସାହାରନପୁରରେ ଗତ ରବିବାର ଜନ୍ମ ହୋଇଥିବା ଏକ ଶିଶୁର ପିତାମାତା ଶିଶୁଟିର ନାମ ‘ସାନିଟାଇଜର’ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋରୋନା ଭାଇରସ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ତେଣୁ କୋରୋନା ସଚେତନତାରେ ଅଂଶଗ୍ରହଣ ସ୍ବରୁପ ଆମେ ଶିଶୁଟିର ନାମ ସାନିଟାଇଜର ରଖିଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.