ETV Bharat / state

ଦିନିକିଆ କନ୍ଧମାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ଏକଲବ୍ୟ ବିଦ୍ୟାଳୟର କଲେ ଶିଳାନ୍ୟାସ

author img

By

Published : Aug 13, 2023, 11:02 PM IST

union minister bishweswar tudu visits kandhamal
କନ୍ଧମାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

ଦିନିକିଆ କନ୍ଧମାଳ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ । ଫୁଲବାଣୀ ବ୍ଲକ ଆଲମୀ ପଞ୍ଚାୟତର ମାର୍ଦ୍ଧେଜୁ ଠାରେ ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

କନ୍ଧମାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ । ଫୁଲବାଣୀ ବ୍ଲକ ଆଲମୀ ପଞ୍ଚାୟତର ମାର୍ଦ୍ଧେଜୁ ଠାରେ ଏକଲବ୍ୟ ବିଦ୍ୟାଳୟର ମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଫିରିଙ୍ଗିଆ ଅଞ୍ଚଳର ଲୋକେ ପୋଲିସର ଗଞେଇ ଚାଲାଣ ଓ ଥାନା ପୋଡ଼ି ଘଟଣା ନେଇ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସାନ୍ତାଳୀ ବୀର ଶହୀଦ ସିଦୋ-କାହ୍ନୁଙ୍କ ସ୍ମୃତିରେ 'ହୁଲ ମାହା' ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ମନ୍ତ୍ରୀ ବିଶେଶ୍ୱର ଟୁଡୁ କନ୍ଧମାଳ ଜିଲ୍ଲା ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଫିରିଙ୍ଗିଆ ଅଞ୍ଚଳର ଲୋକେ ମନ୍ତ୍ରୀଙ୍କୁ ଭେଟି ପୋଲିସର ଗଞେଇ ଚାଲାଣ ଓ ପରେ ଥାନା ପୋଡ଼ି ଘଟଣା ସମ୍ପର୍କରେ ଅବଗତ କରିଥିଲେ । ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଅଭିଯୋଗ କରି ସେମାନଙ୍କୁ ମୁକ୍ତ କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ତେବେ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ଓ ପୋଲିସ ମହା ନିର୍ଦ୍ଦେଶକଙ୍କ ସହ ଏହି ବିଷୟରେ ଆଲୋଚନା କରି ନିରୀହ ଲୋକଙ୍କୁ ଅଯଥାରେ ହଇରାଣ ନ କାରିବାକୁ କହିବେ ବୋଲି ମନ୍ତ୍ରୀ ଟୁଡୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: 2024 ନିର୍ବାଚନ ପାଇଁ ସଜବାଜ, କୋଣାର୍କରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ

ପରେ ମନ୍ତ୍ରୀ ଫୁଲବାଣୀ ବ୍ଲକ ଆଲମୀ ପଞ୍ଚାୟତର ମାର୍ଦ୍ଧେଜୁ ଠାରେ ଅବସ୍ଥିତ ଏକଲବ୍ୟ ବିଦ୍ୟାଳୟର କେନ୍ଦ୍ରମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ସ୍କୁଲରେ ୪୦୦ ରୁ ୫୦୦ ଛାତ୍ରଛାତ୍ରୀ ରହି ମାଗଣାରେ ପାଠ ପଢି ପାରିବେ ବୋଲି ମନ୍ତ୍ରୀ କହିଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, " ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ମାନର ଶିକ୍ଷା ପାଇଁ ଭାରତ ସରକାରଙ୍କ ଅଧିନରେ ସାରା ଦେଶରେ ୭୦୦ଟି ଏକଲବ୍ୟ ସ୍କୁଲ ତିଆରି ହେବାକୁ ଯାଉଛି । ଏହି କ୍ରମରେ ଓଡ଼ିଶାରେ ୮୭ଟି ସ୍କୁଲ ନିର୍ମାଣ ହେବ । ସମୁଦାୟ ଓଡ଼ିଶାରେ ୧୧୪ଟି ଏକଲବ୍ୟ ସ୍କୁଲ ତିଆରି ହେବ । ଜିଲ୍ଲାର ୧୦ଟି ବ୍ଲକରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଦୁଇଟି ଏକଲବ୍ୟ ସ୍କୁଲ ରହିଛି । ଏହି ସ୍କୁଲ ହେବା ଦ୍ୱାରା ଜିଲ୍ଲାର ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନେ ମାଗଣାରେ ରହି ଖାଇବା ସହିତ ପାଠ ପଢି ପାରିବାର ସୁବିଧା ସୁଯୋଗ ପାଇବେ । ଏହି ଏହି ସ୍କୁଲରେ ସିବିଏସସି ପାଠ୍ୟକ୍ରମ ପଢ଼ା ଯାଉଛି ।"

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.