ETV Bharat / state

Mao Operation: ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

author img

By

Published : Dec 6, 2022, 8:19 PM IST

ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୨ ମହିଳା ମାଓବାଦୀ ମୃତ
ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୨ ମହିଳା ମାଓବାଦୀ ମୃତ

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଅପରେସନରେ ୨ ମହିଳା ମାଓବାଦୀ ନିହତ ସୂଚନା । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବଦୀଙ୍କ ମଧ୍ୟରେ ଗୁଳି ବିନିମୟ (Firing between Maoists and Police) । ଗୁଳି ବିନିମୟରେ ୨ ମାଓବାଦୀ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି (Two maoists killed in Combing Operation)। ଏହି ଅପରେସନ ବେଳେ କିଛି ମାଓ କ୍ୟମ୍ପ ଠାବ ହେବା ସହ ବହୁ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି ।

ଦୁଇ ଜିଲ୍ଲାର ସିମାନ୍ତ ଗୋଛାପଡା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କନ୍ଧମାଳ ଜିଲ୍ଲା ପୋଲିସ ଏସଓଜି ପକ୍ଷରୁ କୁମ୍ବିଂ ଅପେରସନ ହୋଇଥିଲା । ଏହି ସମୟରେ ଜଙ୍ଗଲ ମଧ୍ୟରେ ବହୁ ମାଓବାଦୀ ରହିଥିବା ଦେଖିବାକୁ ମିଳିଥିଲା । ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ଯବାନ ପାଲଟା ଗୁଳି ବିନିମୟ କରିଥିଲେ । ପାଖାପାଖି ଏକ ଘଣ୍ଟାର ମାଓବାଦୀ ମାନଙ୍କ ସହିତ ଏସଓଜି ଟିମ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟ ବେଳେ ୨ ମହିଳା ମାଓବାଦୀ ମୃତ୍ୟୁ ହୋଇଥିବା ସହ ବହୁ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Chhattisgarh Encounter: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

ତେବେ ଉକ୍ତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହେବା ସହ ୪ ଫାୟାର ଆର୍ମ, ଗୋଟିଏ ଇନସାସ୍ ରାଇଫଲ, ୧୧ ରାଉଣ୍ଡ ଗୁଳି, ଗୋଟିଏ ଆଇଡି ସହ ବହୁ ମାଓ ସାମଗ୍ରୀ ଜବତ ହୋଇଥିଲା । କେକେବିଏନ ମାଓ ସଂଗଠନ ଉକ୍ତ ଜଙ୍ଗଲରେ ରହିଥିବା ସନ୍ଦେହ କରାଯାଉଛି । ତେବେ ଡିସେମ୍ବର ୧ ତାରିଖରୁ ସପ୍ତାହେ ଧରି ପିଏଲଜି ସପ୍ତାହ ପାଳନ କରୁଛି ଲାଲ ବାହିନୀ । ବର୍ତ୍ତମାନ ମଧ୍ୟ ସେହି ଜଙ୍ଗଲରେ ଏସଓଜି ଓ ଡିଭିଏଫ ଟିମ ପକ୍ଷରୁ କୁମ୍ବିଂ ଅପେରସନ ଜାରି ରହିଛି । ତେବେ ଗୁଳି ବିନିମୟରେ କେତେ ଜଣ ମାଓବାଦୀ ଆହତ ହୋଇଛନ୍ତି ଏବଂ କେଉଁ କ୍ୟାଡ଼ର ମାଓବାଦୀ ମାନେ ସେହି ଜଙ୍ଗଲରେ ଡ଼େରା ପକାଇଥିଲେ ।

ସେ ନେଇ କୌଣସି ବିସ୍ତୃତ ସୂଚନା ମିଳିପାରିନାହିଁ । ମାଓବାଦୀ ସଂଗଠନ ପକ୍ଷରୁ ବର୍ତ୍ତମାନ ପିଏଲଜି ସପ୍ତାହ ପାଳନ ଚାଲିଛି । ତେଣୁ ଏହି ପିଏଲଜି ସପ୍ତାହ ପାଳନ କରିବା ସହିତ କୌଣସି ବଡ଼ ଧରଣର ଅଘଟଣ ଘଟେଇବା ପାଇଁ ମାଓବାଦୀ ମାନେ ସେହି ଜଙ୍ଗଲରେ ଡେରା ପକେଇଥିଲେ ବୋଲି ସନ୍ଦେହ କରାଯାଉଛି । ତେବେ ଏ ବାବଦରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.