Chhattisgarh Encounter: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

author img

By

Published : Nov 26, 2022, 6:07 PM IST

Updated : Nov 26, 2022, 6:15 PM IST

Chhattisgarh Encounter: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୪ ନକ୍ସଲ ନିହତ ସୂଚନା । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲାରୀ ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି (4 naxals killed in Chhattisgarh)। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ରହିଥିବା ଜଣାପଡ଼ିଛି ।

Chhattisgarh Encounter: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

ଖବର ଅନୁଯାୟୀ ଛତିଶଗଡ଼ ବିଜାପୁର ଜିଲ୍ଲା ମିରତୁର ଥାନା ଅନ୍ତର୍ଗତ ପୋମରା ଏବଂ ହଲୁର ଜଙ୍ଗଲରେ ୩୦ରୁ ୩୫ ହାର୍ଡକୋର ମାଓବାଦୀ ଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଆଜି ସକାଳ ୭ଟା ସମୟରେ ବିଜାପୁର ପୋଲିସ ଡିଆଇଜି ଓ ସିଆରପିଏଫ (CRPF) ପକ୍ଷରୁ କୁମ୍ବିଂ ଅପରେସନ କରାଯଇଥିଲା । ଏହି ସମୟରେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଯାଇଥିଲେ । ସେଠାରେ ସର୍ଚ୍ଚ ଅପରେଶନ କରାଯାଇଥିଲା ।

ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ
ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ନକ୍ସଲ ନିହତ

ଏହା ବି ପଢନ୍ତୁ- ମାଲକାନଗିରିରେ ୭୩ତମ ସମ୍ବିଧାନ ଦିବସ ପାଳିତ

ଏହି ସମୟରେ ସେଠାରୁ ୪ଜଣ ହାର୍ଡକୋର ମାଓବାଦୀଙ୍କ ମୃତଦେହ ମିଳିଥିବା ବସ୍ତର ଆଇଜି ପି. ସୁନ୍ଦର କହିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମାଓବାଦୀ ରହିଛନ୍ତି । ସିଆରପିଏଫ ଡିଆଇଜି ଏବଂ ଏସଟିଏଫ ବାହିନୀ ପକ୍ଷରୁ ଏବେ ବି ଜଙ୍ଗଲରେ କୁମ୍ବି ଅପରେସନ ଚାଲିଛି । ସେପଟେ ଘଟଣାସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ମଧ୍ୟ ଜବତ ହୋଇଛି । ଏନେଇ ସର୍ଚ୍ଚ ଅପରେସନ ଜାରି ରହିଥିବା ବସ୍ତର ଆଇଜି ପି ସୁନ୍ଦର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Nov 26, 2022, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.