ETV Bharat / state

ବନ୍ଧୁକ ମୁନରେ ଟଙ୍କା ଲୁଟ କରୁଥିଲେ ଡକାୟତ, 2 ଗିରଫ

author img

By

Published : Mar 2, 2023, 10:31 AM IST

two lootera arrested by baliguda police
two lootera arrested by baliguda police

ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗର ଦୁଇ ଜଣ ଡକାୟତଙ୍କୁ ଗିରଫ କଲା ବାଲିଗୁଡା ପୋଲିସ l ଗତ କିଛି ମାସ ଧରି ବାଲିଗୁଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବନ୍ଧୁକ ମୁନରେ ଲୁଟପାଟ ଚଳାଉଥିଲେ ଏହି ଡକାୟତି ଗ୍ୟାଙ୍ଗ l ଅଧିକ ପଢନ୍ତୁ

two lootera arrested by baliguda police

ଫୁଲବାଣୀ: ବାଲିଗୁଡା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ଲୁଟପାଟ କରି ଆତଙ୍କ ଖେଳାଉଥିବା ଡକାୟତି ଗ୍ୟାଙ୍ଗର ଦୁଇ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। l ଦୁଇ ଡକାୟତଙ୍କ ଠାରୁ ନଗଦ ଏକ ଲକ୍ଷ ଟଙ୍କା ସହ ବନ୍ଧୁକ, ବାଇକ, ଛୁରୀ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ବାଲିଗୁଡା ଏସଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଦ୍ବୟ ହେଉଛନ୍ତି ତୁମୁଡିବନ୍ଧ ଥାନା ଅଞ୍ଚଳର ରିଚାର୍ଡ ନାୟକ ଓ ପ୍ରିୟ ମଣ୍ଡଳ । ଗତ କିଛି ମାସ ଧରି ବାଲିଗୁଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବନ୍ଧୁକ ମୁନରେ ଲୁଟପାଟ ଚଳାଉଥିଲେ ଏହି ଦୁଇ ଡକାୟତ ।

ସୂଚନା ଅନୁଯାୟୀ, ଗତ ଫେବୃଆରୀ 8 ତାରିଖ 2023ରେ ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟିରେ ଦୁଇ ଜଣଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଜଣେ ଟ୍ରକ ଡ୍ରାଇଭର ଓ ଜଣେ ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦୁଇ ଅଭିଯୁକ୍ତ ବନ୍ଧୁକ ଦେଖାଇବା ସହ ସହ ମରଣାନ୍ତଙ୍କ ଆକ୍ରମଣ କରି 25 ହଜାର ଟଙ୍କା ଲୁଟି ନେଇଥିଲେ l ସେହିପରି ଗତ ନଭେମ୍ବର 7 ତାରିଖ 2022ରେ ତୁମୁଡିବନ୍ଧ ଥାନା ଜଲେଶପଟ୍ଟା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବା ପରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ । ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଆ ବରାଳ ଦେବୀ ପେଟ୍ରୋଲ ପମ୍ପର ମ୍ୟାନେଜର ଦେବାଶିଷ ନନ୍ଦ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ 4 ଲକ୍ଷ 53 ହଜାର ଟଙ୍କା ଲୁଟ କରିଥିଲେ ଏହି ଦୁଇ ଲୁଟେରା ।

ଏହା ମଧ୍ୟ ପଢନ୍ତୁ-ନିଶା ପାଇଁ ଛାରଖାର ପରିବାର, ସ୍ତ୍ରୀକୁ ହତ୍ୟା ପରେ ବିଷ ପିଇଲା ସ୍ବାମୀ

ଏନେଇ ଥାନାରେ ଅଭିଯୋଗ ହେବ ପରେ ପୋଲିସ ତଦନ୍ତ ଜାରି ରଖି ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଗତ ଫେବୃଆରୀ 13 ତାରିଖ ଦିନ ଏହି ଡକାୟତି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଅଜୟ ଦିଗାଲକୁ ବାଲିଗୁଡା ପୋଲିସ ଗିରଫ କରିବା ସହ ଏକ କାର ମଧ୍ୟ ଜବତ କରିଥିଲା । ଗତକାଲି ଆଉ ଦୁଇ ଡକାୟତଙ୍କୁ ମଧ୍ୟ ଗିରଫ କରାଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିଲା ନେଇ ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ଆହୁରି ଡକାୟତଙ୍କୁ ଗିରଫ କରାଯାଇପାରେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.