ETV Bharat / state

ନିଶା ପାଇଁ ଛାରଖାର ପରିବାର, ସ୍ତ୍ରୀକୁ ହତ୍ୟା ପରେ ବିଷ ପିଇଲା ସ୍ବାମୀ

author img

By

Published : Feb 28, 2023, 2:13 PM IST

Updated : Feb 28, 2023, 2:35 PM IST

ନିଶା ଖାଇ ନୃଶଂସ ପାଲଟିଗଲା ସ୍ବାମୀ । ସ୍ତ୍ରୀକୁ ବାଡେଇ ବାଡେଇ ଜୀବନ ନେବା ପରେ ନିଜେ ଜୀବନ ହାରିଲା । ଅଧିକ ପଢନ୍ତୁ

husband commits suicide after murder his wife
husband commits suicide after murder his wife

husband commits suicide after murder his wife

ବାଲେଶ୍ବର: ବାଲେଶ୍ବରରେ ଚଞ୍ଚଲ୍ୟ । ନିଶା ପାଇଁ ଛାରଖାର ହୋଇଗଲା ପରିବାର । ରକ୍ତରଞ୍ଜିତ ହେଲା ସ୍ବାମୀ-ସ୍ତ୍ରୀ ସମ୍ପର୍କ । ନିଶା ଖାଇ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ତିଳଦା ଗ୍ରାମରେ । ଶେଷରେ ଏବେ ଗୋଟିଏ ଜୁଇରେ ଜଳିବ ସ୍ବାମୀ ସ୍ତ୍ରୀଙ୍କ ଚିତା । ଦୁଇ ମୃତକ ହେଉଛନ୍ତି ବାବୁ ଦାସ ଓ ତାଙ୍କ ପତ୍ନୀ ମୀନା ଦାସ ।

ମିଳିଥିବା ସୂଚନା ଅନୁଯାୟୀ, ବାବୁ ଦାସ ଓ ପତ୍ନୀ ମୀନା ଦାସ ପ୍ରାୟ 10 ବର୍ଷ ହେବ ଏକାଠି ରହି ଆସୁଥିଲେ । ତେବେ ଗତକାଲି (ସୋମବାର) ରାତିରେ ବାବୁ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିବା ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଯାହା ପରମୁହୁର୍ତ୍ତରେ ନେଇଥିଲା ଉଗ୍ର ରୂପ। । ବାବୁ ଉତକ୍ଷିପ୍ତ ହୋଇ ମୀନାଙ୍କୁ ମାଡ଼ ମାରିବା ସହ ତାଙ୍କୁ ଠେଲି ଦେଇଥିଲେ । ଫଳରେ ମିନା ଏକ ଖୁଣ୍ଟରେ ପିଟି ହେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଖଇରା ମେଡିକାଲ ନିଆଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ମୀନାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ସ୍ୱାମୀ ବାବୁ ଦାସ ସ୍ତ୍ରୀକୁ ମାଡ଼ ମାରିବା ପରେ ନିଜେ ନିଶାସକ୍ତ ଅବସ୍ଥାରେ ବିଷ ପିଇ ଦେଇଥିବା କୁହାଯାଉଛି । ଏହାପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଖଇରା ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ପାରିବାରିକ କଳହ ଓ ନିଶା କାରଣରୁ ଗୋଟିଏ ପରିବାର ଉଜୁଡି ଯାଇଛି ।

ରାଜ୍ୟରେ ଦିନକୁ ଦିନ ଅପରାଧ ବଢି ଚାଲିଥିବା ବେଳେ ଅପରାଧିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ସେ ପାରିବାରିକ କଳହ ହେଉ ଅବା ଜମିବାଡି ବିବାଦକୁ ନେଇ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଅନେକ ସମୟରେ ନିଶାକୁ ନେଇ ନିଜ ଲୋକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ମଣିଷ । ଫଳରେ ଅକାଳରେ ଝଡିପଡୁଛି ଗୋଟିଏ ପରେ ଗୋଟିଏ ଜୀବନ । କେତେବେଳେ ଏହି ନିଶା କାହାର ସିନ୍ଦୁର ପୋଛି ଦେଉଛି ଆଉ କେତେ ବେଳେ କାହାର ପରିବାର ସମ୍ପୂର୍ଣ୍ଣ ଉଜୁଡି ଯାଉଛି । ଆଉ କେତବେଳେ କଅଁଳ ଶିଶୁ ଅସହାୟ ହୋଇ ପଡୁଛି । ଅନେକ ସମୟରେ ସ୍ବାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ ଏହି ନିଶା ପାଇଁ ବଳି ପଡୁଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Feb 28, 2023, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.