ETV Bharat / state

କନ୍ଧମାଳରେ ବାପ-ପୁଅଙ୍କୁ ଏସିଡ୍ ମାଡ଼, 3 ଆହତ

author img

By ETV Bharat Odisha Team

Published : Dec 29, 2023, 11:00 AM IST

କନ୍ଧମାଳରେ ଏସିଡ ଆକ୍ରମଣ
acid attack

Acid Attack: ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ଏସିଡ ଆକ୍ରମଣ । 3 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କନ୍ଧମାଳ ଏସିଡ ଆକ୍ରମଣ

ଫୁଲବାଣୀ: କନ୍ଧମାଳରେ ବାପ-ପୁଅଙ୍କୁ ଏସିଡ ମାଡ଼ । ଏସିଡ ଆକ୍ରମଣରେ 3 ଜଣ ଆହତ ହୋଇଥିବା ସୂଚନା । ଆହତଙ୍କ ମଧ୍ୟରେ ଅନ୍ୟ ଜଣେ ଯୁବକ ମଧ୍ୟ ରହିଛନ୍ତି । ଗୁରୁବାର ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଏସିଡ ଆକ୍ରମଣକାରୀଙ୍କୁ କାବୁ କରି ସ୍ଥାନୀୟ ଲୋକେ ମାଡ ମାରିବାରୁ ସେ ମଧ୍ୟ ଆହତ ହୋଇଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତିନି ଆହତ ହେଉଛନ୍ତି ଚନ୍ଦ୍ର ମହାନ୍ତି, ତାଙ୍କ ପୁଅ ସୁରଜ ମହାନ୍ତି ଏବଂ ସୁରଜର ସାଙ୍ଗ ରାକେଶ ମିଶ୍ର । ଏସିଡ ଫିଙ୍ଗିଥିବା ବ୍ୟକ୍ତି ପ୍ରମୋଦ ସାହୁ ବୋଲି ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ ଓ ଫୁଲବାଣୀ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କରାଣରୁ ତିନି ଜଣଙ୍କୁ ପ୍ରମୋଦ ଏସିଡ ଆକ୍ରମଣ କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ଏସିଡ୍ ଆକ୍ରମଣ ଘଟଣା, 4 ଅଭିଯୁକ୍ତ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସୁରଜ ଏବଂ ତାଙ୍କ ସାଙ୍ଗ ରାକେଶ ଶଶୀ ପାନ ଦୋକାନ ଛକରେ ନିଜ ବାଇକ ଉପରେ ବସିଥିଲେ । ହଠାତ ଏହି ସମୟରେ ପ୍ରମୋଦ ସାହୁ ସେଠାରେ ପହଞ୍ଚି ସୁରଜ ଉପରକୁ ଏସିଡ ଫିଙ୍ଗିଥିଲା । ସେହି ସମୟରେ ରାକେଶ ଉପରେ ମଧ୍ୟ ଏସିଡ ପଡ଼ିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରଜର ବାପା ଚନ୍ଦ୍ର ମହାନ୍ତି । ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ପକାଇଥିଲା । ଏହାଦେଖି ସ୍ଥାନୀୟ ଲୋକ ପ୍ରମୋଦକୁ କାବୁ କରି ମାଡ଼ ମାରିଥିଲେ ।

ଏହି ଖବର ଟାଉନ ଥାନା ପୋଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦ ସାହୁକୁ କାବୁ କରିଥିଲା । ପରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲା । ତେବେ କେଉଁ କାରଣରୁ ପ୍ରମୋଦ ତିନି ଜଣଙ୍କ ଉପରକୁ ଏସିଡ ଫିଙ୍ଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ଏପରି କରିଥିବା ସନ୍ଦେହ କରାଯାଉଛି ବୋଲି ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି l

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.