ETV Bharat / state

ଭିଜିଲାନ୍ସ ହାତରେ ତହସିଲ ଅଫିସ ରାତ୍ରି ଜଗୁଆଳି

author img

By ETV Bharat Odisha Team

Published : Aug 23, 2023, 10:45 PM IST

ଭିଜିଲାନ୍ସ ହାତରେ ତହସିଲ ଅଫିସ ରାତ୍ରି ଜଗୁଆଳି
ଭିଜିଲାନ୍ସ ହାତରେ ତହସିଲ ଅଫିସ ରାତ୍ରି ଜଗୁଆଳି

ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲ ଅଫିସର ରାତ୍ରି ଜଗୁଆଳି । ଅଧିକ ପଢନ୍ତୁ...

ଭିଜିଲାନ୍ସ ହାତରେ ତହସିଲ ଅଫିସ ରାତ୍ରି ଜଗୁଆଳି

କନ୍ଧମାଳ: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ରି ଜଗୁଆଳି । ଗୋଟିଏ ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗିରଫ କର୍ମଚାରୀ ଫିରିଙ୍ଗିଆ ତହସିଲ ଅଫିସ୍‌ର ରାତ୍ର ଜଗୁଆଳୀ ଅଜୟ କୁମାର ମଲ୍ଲିକ ବୋଲି ଜଣା ପଡ଼ିଛି ।

ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଲାବୃଡି ପଞ୍ଚାୟତ ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଛନ୍ତି ।

ଆଗରୁ ମଧ୍ୟ୍ୟ ସେ ଏଥିପାଇଁ ୩୫ ହଜାର ଟଙ୍କା ନେଇ ସାରିଥିବା ଅଭିଯୋଗ କରିଛନ୍ତି ବିଜୁ । ଆଉ ୮ ହଜାର ଟଙ୍କା ଦେଲେ କାମ ହେବ ବୋଲି ଅଜୟ ତାଙ୍କୁ କହିଥିଲେ । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ସମ୍ପୃକ୍ତ ରାତ୍ରି ଜଗୁଆଳି ୮ ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇ ଥିଲା । ଏନେଇ ଭିଜିଲାନ୍ସ ଥାନାରେ ୧୫/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଡିଏସ୍‌ପି ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପର ଭାଇଜର, ଲାଞ୍ଚ ନେଲାବେଳେ ଧରା ପଡ଼ିଲେ

ପୂର୍ବରୁ ବାଲେଶ୍ବର ଚାନ୍ଦିପୁର ଥାନା ଅଧିକାରୀଙ୍କ ସମେତ ଜଣେ ଏଏସଆଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଦୁଇ ପୋଲିସ ଅଧିକାରୀଙ୍କୁ ହେପାଜତକୁ ନେଇଥିଲା । ସୂଚନା ଅନୁସାରେ, ଚାନ୍ଦିପୁର ଥାନା ଅଧୀନରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ମାସିକିଆ ବଟି ହିସାବରେ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି 50 ହଜାର ଟଙ୍କା ଦାବି କରିଥିଲେ । ସରକାରୀ ବିଦେଶୀ ମଦ ଦୋକାନ ମାଲିକ ଏହାକୁ ପ୍ରତ୍ୟାଖାନ କରିବା ସହ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସେମାନଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ମାତ୍ର ସ୍ଥାନୀୟ ପୋଲିସର ଚାପ ଯୋଗୁଁ ମଦ ଦୋକାନ ମାଲିକ 50 ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.