ETV Bharat / state

ଲାଞ୍ଚ କାରବାର ମାମଲା ଶୁଣାଣି, କନିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ ଦଣ୍ଡ

author img

By ETV Bharat Odisha Team

Published : Dec 16, 2023, 10:58 PM IST

ଲାଞ୍ଚ କାରବାର ମାମଲା ଶୁଣାଣି
ଲାଞ୍ଚ କାରବାର ମାମଲା ଶୁଣାଣି

Retired junior clerk sentence to 3 years jail : ଲାଞ୍ଚ କାରବାର ମାମଲାର ବିଚାର କରି ଶନିବାର ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଧିକ ପଢ଼ନ୍ତୁ

ଲାଞ୍ଚ କାରବାର ମାମଲା ଶୁଣାଣି

ଫୁଲବାଣୀ: ଅବସାର ପ୍ରାପ୍ତ ସରକାରୀ ବାବୁଙ୍କୁ ଜେଲ ଦଣ୍ଡ । ଲାଞ୍ଚ କାରବାର ମାମଲା ଶୁଣାଣି । କନିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ । ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ଜଜ୍‌ ।

ଏକ ଲାଞ୍ଚ କାରବାର ମାମଲାର ବିଚାର କରି ଶନିବାର ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ (ଆରଡି) କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀ ଅମୁଲ୍ୟ କୁମାର ସାହୁ । ସେ ପୁଲବାଣୀର କେନ୍ଦୁପଦର ସାହରର ବାସୀନ୍ଦା ହେଇଥିବା ବେଳେ ଗତ ୨୦୨୨ ଜୁଲାଇ ୩୧ ରେ କାର୍ଯ୍ୟରୁ ଅବସର ନେଇ ସାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଲାଞ୍ଚ ନେଇ ଧରାପଡିଲେ GRS, ମରଗ୍ରିତ ପାଣିଗ୍ରାହୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ମିଳିଥିବା ସୁଚନା ଅନୁସାରେ, ଆରଡି କାର୍ଯ୍ୟାଳୟର ରୋଲର ଡ୍ରାଇଭର ଶଙ୍କର୍ଷଣ ଶତପଥିଙ୍କ ଅବସର ପରେ ବକେୟା ଟଙ୍କା ପାଇବା ପାଇଁ ଅମୂଲ୍ୟଙ୍କ ପାଖକୁ ବାରମ୍ବାର ଯାଉଥିଲେ । ହେଲେ ୫ ହଜାର ଟଙ୍କା ଲାଞ୍ଚ ଦେଲେ ଏହା ହେବ କହି ଅମୂଲ୍ୟ ତାଙ୍କୁ ଫେରାଇ ଦେଉଥିଲେ । ଶେଷରେ ଅତିଷ୍ଠ ହୋଇ କିଛି ଉପାୟ ନପାଇ ଶଙ୍କର୍ଷଣ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଶଙ୍କର୍ଷଣ ଟଙ୍କା ନେଇ ଅମୂଲ୍ୟଙ୍କୁ ଦେଇଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କୁ ଧରିବା ସହ ଟଙ୍କା ଜବତ କରିବା ସହ ଅମୂଲ୍ୟଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସରେ ୪/୨୦ ରେ ମାମଲା ରୁଜୁ ହୋଇଥିଲା । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି. ଭି. ରାମଦାସ ମାମଲା ପରିଚାଳନା କରୁଥିଲେ । ତେବେ 10 ଜଣଙ୍କ ସାକ୍ଷ ପ୍ରମାଣକୁ ଭିର୍ତ୍ତି କରି ଆଜି ଏହି ମାମଲାର ରାୟ ଶୁଣାଣି ହେବା ସହ କନିଷ୍ଠ କିରାଣୀ ଅମୂଲ୍ୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ.....ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.