ଅବକାରୀ ସ୍କ୍ବାଡର ଚଢାଉ; 21 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Apr 21, 2021, 8:03 AM IST

ଚଢାଉରେ 21 କେଜି ଗଞ୍ଜେଇ ଜବତ

ବେଆଇନ ଗଞ୍ଜେଇ ଚାଲାଣ କରୁଥିବାବେଳେ ଫୁଲବାଣୀ ଅବକାରୀ ସ୍କ୍ୱାଡ ଦ୍ଵାରା ଚଢାଉ କରାଯାଇ 21 କିଲୋ ଗଞ୍ଜେଇ ଜବତ କରାଯାଇଛି। ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ଏକ କାର ସହ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଫୁଲବାଣୀ: ଅବକାରୀ ବିଭାଗ ହାତରେ ଧରାପଡିଲା ଗଞ୍ଜେଇ ଚାଲାଣକାରୀ । ବେଆଇନ ଗଞ୍ଜେଇ ଚାଲାଣ କରୁଥିବାବେଳେ ଫୁଲବାଣୀ ଅବକାରୀ ସ୍କ୍ୱାଡ ଦ୍ଵାରା ଚଢାଉ କରାଯାଇ 21 କିଲୋ ଗଞ୍ଜେଇ ଜବତ କରାଯାଇଛି। ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ଏକ କାର ସହ ଜଣଙ୍କୁ ଗିରଫ କରାଯାଇଛି ।

ଚଢାଉରେ 21 କେଜି ଗଞ୍ଜେଇ ଜବତ

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଅନ୍ତର୍ଗତ ସଙ୍କରାଖୋଲର ମନୋଜ କୁମାର ପ୍ରଶାନ୍ତ। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗେଟ୍ ପାଖରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ଫୁଲବାଣୀ ଅବକାରୀ ବିଭାଗ। ପାଖାପାଖି 21କିଲୋଗ୍ରାମ ଗଞ୍ଜେଇ ସହ ଏକ କାର ଜବତ କରିଛି।

ତେବେ ଚଢାଉ ବେଳେ ଅବକାରୀ ସ୍କ୍ବା଼ଡରେ ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କ ଏସଆଇ ଥାଇଲା ଓରାମ୍, ଏଏସଆଇ ପ୍ରଦୀପ କୁମାର ରଥ, ଓ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.