ETV Bharat / state

ଧୋକାଦେଲା ଇନଷ୍ଟା ପ୍ରେମ: ଶାରିରୀକ ସମ୍ପର୍କ ପରେ ବ୍ଲାକମେଲ କରୁଥିଲା ଯୁବକ, ବାନ୍ଧିଲା ପୋଲିସ

author img

By

Published : Mar 31, 2023, 11:51 AM IST

Updated : Mar 31, 2023, 1:49 PM IST

phulabani love cheat case
phulabani love cheat case

ଇନଷ୍ଟାଗ୍ରାମରେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ । କନ୍ଧମାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିବା ପରେ ଛତିଶଗଡ଼ରୁ ଜଣକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଫୁଲବାଣୀ: ଧୋକା ଦେଲା ଇନଷ୍ଟା ପ୍ରେମ । ପ୍ରଥମେ ଇନଷ୍ଟାଗ୍ରାମରେ ଦେଖା । କଥା ହେଉହେଉ ହୋଇଗଲା ପ୍ରେମ । ଆଉ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କ ଆଡକୁ ବଢିଲା କଥା । ଏହାପରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ କରି ବ୍ଲାଇମେଲ କରିଲା ଧୋକେବାଜ ପ୍ରେମିକ । ଏଭଳି ପ୍ରେମ ପ୍ରତାରଣା ଅଭିଯୋଗ ଆସିଛି ଖଜୁରୀପଡା ଥାନା ଅଞ୍ଚଳରୁ । ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଛତିଶଗଡ଼ର ରାଇଘର ଜିଲ୍ଲା ପୁଞ୍ଜପଥର ଥାନା ଉଜ୍ଜ୍ବଳପୁର ଗ୍ରାମର ଭଗବତୀ ଦୀପ ବୋଲି ଜଣାପଡିଛି । ଗିରଫ ଯୁବକ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ୪୦/୨୩ରେ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ ଭୟଙ୍କର ଦୁର୍ଘଟଣା: କେନାଲକୁ ବରଯାତ୍ରୀ ଗାଡି ଖସି 7 ମୃତ, 4 ଆହତ

ଖବର ଅନୁସାରେ, ଖଜୁରୀପଡା ଥାନା ଅଞ୍ଚଳର ଜଣେ ନାବାଳିକା ଗତ କୋରୋନା କଟକଣା ସମୟରେ ମୋବାଇଲ ମାଧ୍ୟମରେ ଅନଲାଇନ ପାଠ ପଢୁଥିବା ବେଳେ ଇନଷ୍ଟାଗ୍ରାମରେ ଛତିଶଗଡ଼ ରାଜ୍ୟର ଉକ୍ତ ଯୁବକଙ୍କ ସମ୍ପର୍କ ଗଢି ଉଠିଥିଲା । ପରେ ଚତୁରତାର ସହ ତାଙ୍କୁ ଫସାଇ ପ୍ରେମ ସମ୍ପର୍କ ବଢାଇ ଥିଲା ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଗ୍ରାମକୁ ଆସି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ବହୁଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହ ସମ୍ପର୍କ ପରେ ଶେଷରେ ନାବାଳିକାଙ୍କୁ ବ୍ଲାକମେଲିଂ ଆରମ୍ଭ କରି ଟଙ୍କା ପଇସା ପଠେଇବାକୁ ବାଧ୍ୟ କରିବା ସହ ଟଙ୍କା ନ ଦେଲେ ସବୁ ଫଟୋ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: E Rickshaw Service: ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ, ଚଳାଇଲେ ବିଧାୟକ

ଶେଷରେ ଝିଅ ନିଜର ପରିବାର ଲୋକଙ୍କୁ ସବୁକଥା କହିଥିଲା । ଘରଲୋକେ ଥାନାରେ ଏନେଇ ଏତଲା ଦେବା ପରେ ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା କରିଥିଲା ପୋଲିସ । ତେବେ ତାକୁ ଟଙ୍କା ଦେବା ପାଇଁ କହି ଘରକୁ ଡକାଇବା ପାଇଁ ଅଭିଯୁକ୍ତଙ୍କ ପିତାକୁ କହିଥିଲେ ପୋଲିସ । ତେବେ ପ୍ଲାନ ଅନୁସାରେ ଅଭିଯୁକ୍ତ ଆସିବା ପରେ ପୋଲିସ ତାକୁ ତୁରନ୍ତ ଗିରଫ କରି ଥାନାକୁ ଆଣିଥିଲେ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି । ଗିରଫ ଯୁବକ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ୪୦/୨୩ରେ ମାମଲା ରୁଜୁ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated :Mar 31, 2023, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.