ଦୁଇ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

author img

By

Published : Jul 17, 2021, 10:53 AM IST

ଦୁଇ ପିଲାଙ୍କୁ କୂଅକୁ ଠେଲି  ମାଆର ଆତ୍ମହତ୍ୟା ଉଦ୍ୟମ

କନ୍ଧମାଳ ରାଇକିଆ ଥାନା ଅଞ୍ଚଳରେ ଦୁଇ ପିଲାଙ୍କୁ କୂଅକୁ ଠେଲି ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ...

କନ୍ଧମାଳ: ପାରିବାରିକ କଳହ ଆଗରେ ଫିକା ପଡିଲା ମାର ମମତା । ଶେଷରେ ଅତିଷ୍ଠ ହୋଇ ନିଜର ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ରାଇକିଆ ଥାନା ଅଞ୍ଚଳରେ ।

ଗତ କିଛି ଦିନ ହେବ ପରିବାରରେ ଅଶାନ୍ତି କାରଣରୁ ମହିଳା ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଶିଶୁଙ୍କୁ କୂଅରୁ ଉଦ୍ଧାର କରିଥିଲେ ।

ପରେ ଦୁଇ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ମାତ୍ର ମେଡିକାଲରେ ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.